-+91-9937148622 |
prerana_bgr@rediffmail.com |
Friday 14th August 2026 |
R.N.I. Regd No. ODIODI/2010/46693
Breaking News
13-Aug-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୂବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଡୁଙ୍ଗୁରିପାଲି ରେ ଆଜି ସୁବର୍ଣ୍ଣପୁର ଅତିରିକ୍ତ ତହସିଲ କାର୍ଯ୍ୟାଳୟକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଛନ୍ତି।
ଡୁଙ୍ଗୁରିପାଲି ତଥା ଅଞ୍ଚଳବାସୀଙ୍କ ଦାବୀ ମୁତାବକ ଜିଲ୍ଲାପାଳ ଡ. ସାହୁ ସପ୍ତାହକୁ ଗୋଟିଏ ଦିନ ଅତିରିକ୍ତ ତହସିଲଦାର ଲୋକମାନଙ୍କ ସମସ୍ୟା ବୁଝିବେ ବୋଲି ପ୍ରତିଶୃତି ଦେଇଥିଲେ। ପ୍ରଥମତଃ ସପ୍ତାହକୁ ଗୋଟିଏ ଦିନ ଓ ପରେ ଏହାକୁ ନିୟମିତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଉଲ୍ଲେଖଯୋଗ୍ୟ ୨୦୦୪ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ଡୁଙ୍ଗୁରିପାଲି ଡାକବଙ୍ଗଳା ଠାରେ ତତ୍କାଳୀନ ତହସିଲଦାର ରମେଶ ସ୍ବାଇଁ ଅତିରିକ୍ତ ତହସିଲ କାର୍ଯ୍ୟାଳୟକୁ ଉଦଘାଟନ କରି ରାଜସ୍ବ ବିଭାଗର ବିଭିନ୍ନ କାମ କରିଥିଲେ। ପରବର୍ତ୍ତୀ ସମୟରେ ହଠାତ୍ କାର୍ଯ୍ୟାଳୟ ବନ୍ଦ ହୋଇ ଯାଇଥୂଲା । ଫଳରେ ଲୋକେ ନାହିଁ ନଥୁବା ସମସ୍ୟାର ସମ୍ମୁଖିନ ହୋଇଥିଲେ। ଅଞ୍ଚଳର ଛାତ୍ର ଛାତ୍ରୀ ବାସିନ୍ଦା ଜାତି ସାର୍ଟିଫିକେଟ ପାଇଁ ଓ ଚାଷୀମାନେ ଜମି ମ୍ୟୁଟେସନ, ସୀମା ନିର୍ଦ୍ଧାରଣ ପାଇଁ ରାମପୁର ତହସିଲ କାର୍ଯ୍ୟାଳୟକୁ ଯାଇ ହଇରାଣ ଓ ବହୁ ଖର୍ଚ୍ଚାନ୍ତ ହେଉଥିଲେ। ଡୁଙ୍ଗୁରିପାଲି ସଚେତନ ନାଗରିକ ସୁବର୍ଣ୍ଣପୁର ଯାଇ ଅତିରିକୁ ତହସିଲ କାର୍ଯ୍ୟାଳୟ ଖୋଲିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖି ଏ ନେଇ ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାପାଳ ଶ୍ରୀଯୁକ୍ତ ସାହୁ ଡୁଙ୍ଗୁରିପାଲିରେ ଅତିରିକ୍ତ ତହସିଲ ଖୋଳିବ ବୋଲି ପୁର୍ବରୁ ନିର୍ଭର ପ୍ରତିଶୃତି ଦେଇଥିଲେ। ଆଜି ପ୍ରଥମ ଦିନରେ ଡୁଙ୍ଗୁରିପାଲି ଅତିରିକୁ ତହସିଲଦାର ଶ୍ରୀ ରୋହିତ ବାଗଙ୍କ କୋର୍ଟରେ ପ୍ରଥମ ଶୁଣାଣୀ ହୋଇଥିଲା ଏବଂ ଡୁଙ୍ଗୁରିପାଲି ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ଶ୍ରୀ କନ୍ଦର୍ପ ସାହୁ, ଦାସରଥୂ ବିଶ୍ବାଳ, ବିପ୍ରଚରଣ ସାହୁ, ମହେନ୍ଦ୍ର ବରିହା, ଗାନ୍ଧୀ ସାହୁ, ଧର୍ମେନ୍ଦ୍ର ବିଶ୍ବାଳଙ୍କ ଜରିଆରେ ଓକିଲ ନବୀନ ରଣା ପ୍ରଥମ ଆବେଦନ ଦାଖଲ କରିଥିଲେ। ଅତିରିକ୍ତ ତହସିଲଦାର ଶ୍ରୀ ବାଗ ଆବେଦନ ଗ୍ରହଣ କରି ବିଚାର ହେବ ବୋଲି ଅର୍ଡ଼ର କରିଥିଲେ। ଆଜି ଜିଲ୍ଲା ଆରକ୍ଷୀ ଅଧୂକ୍ଷକ ନାରାୟଣ ନାୟକ, ସ୍ଥାନୀୟ ସରପଞ୍ଚ ଚିତ୍ତରଂଜନ ମିଶ୍ର, ଉପ ଜିଲ୍ଲାପାଳ ସୋମ୍ୟରୁପା ପ୍ରିୟଦର୍ଶିନୀ ରଥ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି, ସି ଡ଼ି ଇ ଓ ଅଶ୍ବିନୀ ମେହେର, ଅତିରିକ୍ତ ତହସିଲଦାର ରୋହିତ ବାଗ, ରାଜସ୍ବ ନିରୀକ୍ଷକ ରୋହିତ ମିଶ୍ରଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଫିତାକାଟି କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ । ମିଶନଶକ୍ତିର ମହିଳାମାନେ ଜିଲ୍ଲାପାଳଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଆଜିର ଏହି ସଭା ରେ ବହୁ ଚାଷୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିବା ବେଳେ ଏ ଐତିହାସିକ କାର୍ଯ୍ଯ କ୍ରମ କୁ ବୁଦ୍ଧିଜୀବି ମହଲରେ ପ୍ରଶଂଶା କରା ଯାଇଛି l