-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
10-Jan-2021
ଭୁବନେଶ୍ବର, (ପ୍ରେରଣା ଖବର ବ୍ୟୁରୋ) - ସରକାରଙ୍କ ପାଖରୁ ନିର୍ଦେଶ ଅନୁସାରେ ୧୬୦ ସେସନ ସାଇଟ ରେ ଟୀକାକରଣ ହେବ। ଟୀକାକରଣ ୧୬୦ ସେସନ ସାଇଟ ନିର୍ଦ୍ଧାରଣ କରାଯାଇଛି। ସରକାରୀ ହସ୍ପିଟାଲ,ସିଏଚସି,ପିଏସ ସି ପ୍ରାଇଭେଟ ହସ୍ପିଟାଲ କୁ ମିଶାଇ ୧୬୦ ସ୍ଥାନରେ ହେବ ଟୀକାକରଣ ହେବ।।ରାଜ୍ୟ ସ୍ତରରେ କିପରି ପ୍ରସ୍ତୁତି ଚାଲିଛି ସେ ସଂକ୍ରାନ୍ତରେ ଚର୍ଚା ହୋଇଛି।ପର୍ଯ୍ୟାୟ କ୍ରମେ ଉପକରଣ ଆସୁଛି।ଏବେ ଯେତିକି ଅଛି କିଛି ପ୍ରଥମ ପର୍ଯ୍ୟାୟ ଟୀକାକରଣ ପାଇଁ ଅସୁବିଧା ନାହିଁ। ଯେଉଁଠି ଡ୍ରାଏ ରନ କରାଯାଇଥିଲା ସେଠି ପ୍ରସ୍ତୁତ ଅଛି । ଆଉ କିଛି ଟୀକାକରଣ ସେଣ୍ଟର ଚିହ୍ନଟ ଚାଲିଛି। ଟୀକାକରଣର ଲଂଚିଂ ଦିନ ପ୍ରତ୍ୟେକ ସ୍ଥାନରେ ୧୦୦ ଜଣ ଲେଖାଏ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦିଆଯିବ। ତେବେ କେବେ ଟୀକା ଦିଆଯିବ ତାହା ସ୍ପଷ୍ଟ ହୋଇନି।କିନ୍ତୁ ଖୁବ ନିକଟରେ ଟୀକାକରଣ ହେବ।କମ୍ପାନୀ ପାଖରୁ ସିଧାସଳଖ ରାଜ୍ୟ ଭ୍ୟାକ୍ସିଂନ ଷ୍ଟୋରକୁ ଟୀକା ଆସିବ। ଆସନ୍ତା କାଲି ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନାରେ ନିଶ୍ଚିତ ପକ୍ଷେ କୌଣସି ନିର୍ଯାସ ବାହାରିବା ନେଇ ଆଶାବାଦୀ ।