-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
10-Jan-2021
ବଲାଙ୍ଗୀର,(ସନ୍ତୋଷ କୁମାର ଠାକୁର) ଓଡିଶାର ଅନ୍ୟତମ ସୁପ୍ରତିଷ୍ଠିତ ଉଚ୍ଚ ବିଦ୍ୟାଳୟ ପତିତ ପାବନ ଏକାଡେମୀରେ ମୁଁ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଥିବା ପ୍ରେକ୍ଷାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସିନୁ ସୁନ୍ଦର ପାଢୀ ସଭାପତିତ୍ୱ କରିଥିବା ବେଳେ ଅତିଥି ଭାବେ ଯୋଗ ଦେଇଥିଲେ ନାଗରିକ କମଟିର ସଭାପତି ବିକ୍ରମାନନ୍ଦ ବହିଦାର , ବଲାଙ୍ଗୀର ବ୍ଲକ ଶିକ୍ଷାଧିକାରୀ ରାଘବ ପାଣିଗ୍ରାହୀ , ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ଚକ୍ରଧର ପଣ୍ଡାଙ୍କ ସୁପୁତ୍ର ସନ୍ତୋଷ କୁମାର ପଣ୍ଡା ଓ ପଙ୍କଜିନି ପଣ୍ଡା । ଆଲୁମ୍ନିର ସଭାପତି ଭାବେ ସୟଦ ଆଫତାବ ହୁସେନ ମଂଚାସୀନ ଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ୱର୍ଗତ ବିଶ୍ୱନାଥ ଶତପଥି ଓ ସ୍ୱର୍ଗତ ସତ୍ୟ ନାରାୟଣ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ବିଦ୍ୟାଳୟର ଆନୁସାଂଗିକ ଭିତ୍ତିଭୂମି ଗଢି ତୋଳିବା ସଙ୍ଗେ ଶୈକ୍ଷିକ ସ୍ତରରେ ମଧ୍ୟ କିଭଳି ଉନ୍ନତି ଆସିବ ସେ ନେଇ ଆଲୋଚନା ହୋଇଥିଲା । ବିଦ୍ୟାଳୟର ହୃତ ଗୌରବକୁ ଫେରାଇ ଆଣିବା ପାଇଁ ମଧ୍ୟ ମତ ଉଠିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଅଭିନବ ଯୋଜନା ହେଉଛି ମୋ ସ୍କୁଲ ଯୋଜନା । ଏହି ଯୋଜନା ମାଧ୍ୟମରେ ବିଦ୍ୟାଳୟମାନଙ୍କର ପୁରାତନ ଛାତ୍ରମାନଙ୍କୁ ଯୋଡିବା ଓ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କରିବା ହେଉଛି ମୂଳଲକ୍ଷ୍ୟ । ଛାତ୍ରମାନେ ବିଦ୍ୟାଳୟକୁ ଯେତେ ସହଯୋଗ ରାଶି ଦେବେ ସରକାର ତାର ଦୁଇଗୁଣା ସହାୟତା ରାଶି ପ୍ରଦାନ କରିବେ । ଏହା ଦ୍ୱାରା ବିଦ୍ୟାଳୟର ବହୁବିଧ ଉନ୍ନତି ହୋଇପାରିବ । ୩ ବର୍ଷ ମଧ୍ୟରେ ଏହି ବିଦ୍ୟାଳୟର ସମସ୍ତ ଶ୍ରେଣୀକୁ ଡିଜିଟାଲାଇଜ କରାଯିବ ବୋଲି ପ୍ରଧାନ ଶିକ୍ଷକ କହିଥିଲେ । ବିଦ୍ୟାଳୟର ପୁରାତନ ଛାତ୍ର ପ୍ରଭାସ କୁମାର ପାଣିଗ୍ରାହୀ , ଶଶୀଭୂଷଣ ପୁରୋହିତ , ହେମନ୍ତ କୁମାର ପଣ୍ଡା , ସଂଜୟ ରଥ , ମନୋରଞ୍ଜନ ସାହୁ , ବାସୁଦେବ ରଥ , ନାସିର ହୁସେନ ଓ ଲକ୍ଷ୍ମଣ ଅଗ୍ରୱାଲ ପ୍ରମୁଖ ମୋ ସ୍କୁଲ ଅଭଯାନକୁ ସ୍ୱାଗତ କରିବା ସହିତ ଆଗାମୀ ଦିନରେ ବିଦ୍ୟାଳୟ ସହ ଯୋଡି ହୋଇ ସମସ୍ତ ପ୍ରକାର ସହଯୋଗ କରିବାକୁ କହିଥିଲେ । ଏହି ଅବସରରେ ବିଦ୍ୟାଳୟକୁ ଆର୍ଥିକ ସହାୟତା ପ୍ରଦାନ କରିଥିବା ସହିଦ ଆଫତାବ ହୁସେନ , ବାପୁନୀ କୁମାର ସାହୁ , ରଂଜୟ ଦାସ , ଜଗତାତ୍ମା କର , ସବ୍ୟସାଚୀ ପଣ୍ଡା ଓ ପତିତ ପାବନ ପାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏମାନେ ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ ଟଙ୍କା ସହାୟତା କରିଛନ୍ତି । ଶେଷରେ ସହକାରୀ ଶିକ୍ଷକ ଝୁନୁଲତା ସାବଦ ଧନ୍ୟବାଦ ଅର୍ପଣ କରିଥିଲେ ।