-+91-9937148622 |

prerana_bgr@rediffmail.com |

  Friday 14th August 2026 |

| | | |

R.N.I. Regd No. ODIODI/2010/46693

Breaking News

ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||      ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (13-Aug-2026)       ||      ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||     

HOME   ଜିଲ୍ଲା

ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା

14-Aug-2026



ବରଗଡ(ତୁଳସୀ ଚରଣ ଦାଶ):  ଅଗଷ୍ଟ ୬ ତାରିଖ ରୁ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଭାରତ ସରକାରଙ୍କ ନିଶାମୁକ୍ତି ଅଭିଯାନ ପରିପ୍ରେକ୍ଷୀରେ ଗତକାଲି ବରଗଡ଼ ଖଜୁରଟିକ୍ରା ସ୍ଥିତ ବ୍ରହ୍ମା କୁମାରୀ ଇଶ୍ବରୀୟ ବିଶ୍ବ ବିଦ୍ୟାଳୟ ପ୍ରାର୍ଥନା ଗୃହ ରେ ପଶ୍ଚିମ ଓଡ଼ିଶାର ଭାଷା କଳା ସଂସ୍କୃତି ର ପ୍ରଚାରକ କିମ୍ବଦନ୍ତୀ ନାଟ୍ୟ ମହର୍ଷି ଗୁରୁବାର ଭଗବାନ ସାହୁଙ୍କ ୯୫ ତମ ଜୟନ୍ତୀ ଓ ନିଶାନିବାରଣ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ବରଗଡ଼ କେନ୍ଦ୍ର ର ମୁଖ୍ୟ ସଂଚାଳିକା ଯଶୋଦା ଭଉଣୀ   ନିଶାନିବାରଣ ଓ ଗୁରୁ ଭଗବାନ ସାହୁଙ୍କ ଉପରେ ବକ୍ତବ୍ୟ ଦେଇ ଏହି କେନ୍ଦ୍ର ରେ ସାତ ଦିନ ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଲେ ଆତ୍ମା ର ସାତ ଗୁଣ ବିଷୟରେ ଜାଣିପାରିବେ ଓ ମଣିଷ ସମାଜ ବିପଥଗାମୀ ହେବନାହିଁ ବୋଲି ପ୍ରକାଶ କରିଥିଲେ ସେହିପରି ଭେଡେନ କେନ୍ଦ୍ର ର ସଂଚାଳିକା ତପସ୍ଵିନୀ ଭଉଣୀ ଯୋଗଦେଇ ଏହି କେନ୍ଦ୍ର ର ସ୍ଥାପନା ଏବଂ ବର୍ତ୍ତମାନ ସାରା ଦୁନିଆରେ ଏହି କେନ୍ଦ୍ର ମଣିଷ ସମାଜର ସେବା କରିଆସୁଥିବା ପ୍ରକାଶ କରିଥିଲେ । 
  ଗୁରୁ ଭଗବାନ ସାହୁ ରାଜ୍ୟ ସ୍ତରୀୟ ସ୍ମୃତି କମିଟି ର ସଭାପତି ଦଧିବାବନ ଶତପଥୀ, ଉପସଭାପତି ସର୍ଦାର ପ୍ରିତମ ସିଂ, ସଂପାଦକ ତୁଳସୀ ଚରଣ ଦାଶ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ନିଜ ନିଜ ବକ୍ତବ୍ୟ ପ୍ରତିପାଦିତ କରିଥିଲେ । ସଂଗୀତା ଦୀପ ଓ ସନ୍ତୋଷିନୀ ନାଗ ଗୁରୁ ଭଗବାନ ସାହୁଙ୍କ ଉପରେ କବିତା ପରିବେଷଣ କରିଥିଲେ । ପ୍ରାଧ୍ୟାପକ ସନ୍ତୋଷ କୁମାର ପଣ୍ଡା ଗୁରୁ ଭଗବାନ ସାହୁ ଙ୍କ ଉପରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଥିଲେ । ଏହା ପୂର୍ବରୁ ସ୍ମୃତି କମିଟି ପକ୍ଷରୁ ଯଶୋଦା ଭଉଣୀ ଓ ତପସ୍ୱିନୀ ଭଉଣୀ ଙ୍କୁ ଲୁଲୁ ରବିନ ଦାସଙ୍କ ଲିଖିତ ପୁସ୍ତକ ଗୁରୁ ଭଗବାନ ସାହୁ ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଝିଲ୍ଲୀ ଭଉଣୀ ନିଶା ନିବାରଣର ସଂକଳ୍ପ କରାଇଥିବାବେଳେ ଡାକ୍ତର ବିମଳ ଭାଇ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଶେଷରେ ସ୍ମୃତି କମିଟି ର ସଂପାଦକ ତୁଳସୀ ଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ବିମଳ କୁମାର ମିଶ୍ର, ଅଚ୍ୟୁତାନନ୍ଦ ବାରିକ, ଶିବାନନ୍ଦ ମଟାରୀ, ସାରଥୀ ମେହେର, ଜଟାଧାରୀ ପ୍ରଧାନ,ମାନସ ରଞ୍ଜନ ଦାଶ ଓ ଆହୁରି ଅନେକ ଯୋଗଦେଇଥିଲେ। 
         ----------×××----------


News Comment




Photo in News

Advertisment
Lastest News
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   14-Aug-2026
  ଜିଲ୍ଲା  
ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା   14-Aug-2026
  ଜିଲ୍ଲା  
ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   14-Aug-2026
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026
  ଜିଲ୍ଲା  
ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   13-Aug-2026
  ଜିଲ୍ଲା  
ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   13-Aug-2026
  ଜିଲ୍ଲା  
‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   13-Aug-2026
  ଜିଲ୍ଲା  
*ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   13-Aug-2026
  ଜିଲ୍ଲା  
ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   13-Aug-2026
  ଜିଲ୍ଲା  
*ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   13-Aug-2026
  ଜିଲ୍ଲା  
ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ   13-Aug-2026

You Might Also Like