-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
10-Jan-2021
ବଲାଙ୍ଗୀର,(ସନ୍ତୋଷ କୁମାର ଠାକୁର)- ସ୍ଥାନୀୟ କ୍ୱିନ୍ ଇଣ୍ଟରନ୍ୟାସନଲ ସ୍କୁଲର ଭର୍ଚୁଆଲ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ କାଳରେ ସ୍କୁଲ ଗୁଡିକ ବନ୍ଦ ଥିବା ଯୋଗୁଁ ଯେଉଁଠାରେ ଶିଶୁଙ୍କର ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି ସେଭଳି ଏକ ସ୍ଥାନରେ ଅନ୍ଲାଇନ ପାଠ ସାଙ୍ଗକୁ ଓଡିଶାରେ ପ୍ରଥମ ଥର ପାଇଁ ଅନ୍ଲାଇନରେ ବାର୍ଷିକ ଉତ୍ସବର ଆୟୋଜନ ଏବଂ ସଫଳ ପ୍ରସାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ସ୍କୁଲର ପରିଚାଳନା ନିର୍ଦ୍ଦେଶକ କୈଳାସ ଅଗ୍ରୱାଲ, ନିର୍ଦ୍ଦେଶକ ଅଭିଳାଶ ଅଗ୍ରୱାଲ, ସଂଯୋଜିକା ନୁରଜାହାନ୍ ଲିରାନୀ, ପ୍ରଧ୍ୟାପକ ଏଣ୍ଟୋନି ଜଷ୍ଟିନ୍ ରାଜ୍ ଏବଂ ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ କାର୍ଯ୍ୟକ୍ରମଟିର ସଫଳ ରୂପାୟନ କରିଥିଲେ । ସନ୍ଧ୍ୟାରେ ଦର୍ଶକ ଫେସବୁକ୍ ରେ ଦିଆଯାଇଥିବା ଲିଙ୍କ୍ ମାଧ୍ୟମରେ କାର୍ଯ୍ୟକ୍ରମ ସହ ଯୋଡି ହେଇଥିଲେ । ଷଷ୍ଠ ଶ୍ରେଣୀର ଅଧ୍ୟୟନରତ ଛାତ୍ରୀ ପାୟଲ ଅଗ୍ରୱାଲ ମଂଚ ସଞ୍ଚଳନ କରିଥିଲେ । ପରେ ସ୍କୁଲର ଶିକ୍ଷୟିତ୍ରୀ ସ୍ୱୟଂପ୍ରଭା ମିଶ୍ର, ଡିମ୍ପଲ ସୋନି, ସ୍ୱାଗତିକା ପଟ୍ଟନାୟକ, ଦୀପାଞ୍ଜଳି ନାଗଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । କୁନି କୁନି ଛାତ୍ର ଛାତ୍ରୀଙ୍କ ମନଛୁଆଁ ନାଚ, ଗୀତ ତଥା ଅଭିନୟ ଆଦିକୁ ଦର୍ଶକ ମନଭରି ଉପଭୋଗ କରିବା ସହିତ ନିଜର ମତ ଲେଖି ଜଣାଇଥିଲେ । ଅନ୍ଲାଇନ ଶିକ୍ଷଣ ବ୍ୟବସ୍ଥାକୁ ନେଇ ଅଭିଭାବକମାନେ ନିଜର ମନ୍ତବ୍ୟ ରଖିଥିଲେ । ସମସ୍ତ ଅଭିଭାବକ ସ୍କୁଲର ଶିକ୍ଷଣ ବ୍ୟବସ୍ଥାକୁ ନେଇ ସନ୍ତୁଷ୍ଟ ଥିବା ସ୍ପଷ୍ଟ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ପରିବେଷିତ ହୋଇଥିବା ବେଳେ ଶିକ୍ଷୟତ୍ରୀ ସ୍ୱୟଂପ୍ରଭା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ ।