-+91-9937148622 |
prerana_bgr@rediffmail.com |
Friday 14th August 2026 |
R.N.I. Regd No. ODIODI/2010/46693
Breaking News
14-Aug-2026
ଡୁଙ୍ଗୁରିପାଲି ତା ୧୪/୮(ପ୍ରେରଣା ଖବର): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ "ହର ଘର ତ୍ରିରଙ୍ଗା" ଉତ୍ସବ ପାଳିତ ହୋଇଯାଇଛି |ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ତ୍ରିରଙ୍ଗା ପତାକାର ସୃଷ୍ଟି ବିକାଶ ଓ ବ୍ୟବହାର ବିଷୟରେ ସମବେତ ଛାତ୍ର ଛାତ୍ରୀଙ୍କୁ ବୁଝାଇଥିଲେ |ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀମାନଙ୍କୁ ନେଇ ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରାରେ ବାହାରି ମାୟାବର୍ହା ଗ୍ରାମ ପରିକ୍ରମା କରିଥିଲେ |
ଶିକ୍ଷକ ରାଜୁ ମେହେର, ନନ୍ଦିଘୋଷ ବାରିକ,ଲିପି ପଧାନ,କିରଣ କୁମର ପଟେଲ କର୍ମଚାରୀ ବିଭୀଷଣ ଖମାରି, ସୁରଜ ଖମାରି, ସମୀର କଥାର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ |