-+91-9937148622 |
prerana_bgr@rediffmail.com |
Tuesday 25th August 2026 |
R.N.I. Regd No. ODIODI/2010/46693
Breaking News
02-Jan-2021
ଭୁବନେଶ୍ବର, (ପ୍ରେରଣା ଖବର) - ଆସନ୍ତା ଜାନୁଆରୀ ୮ ତାରିଖରୁ ଖୋଲିବ ସ୍କୁଲ। ଅଷ୍ଟମରୁ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢ଼ିବେ। ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ପାଠ ପଢ଼ା ଚାଲିବ। ୧୦୦ ଦିନ ପର୍ଯ୍ୟନ୍ତ ପାଠ ପଢ଼ା ହେବ। ଏପରି କି ରବିବାର-ଶନିବାର ମଧ୍ୟ ସ୍କୁଲରେ ପାଠ ପଢ଼ା ହେବ। ସ୍କୁଲ ପାଇଁ ଦରକାର ଅଭିଭାବକଙ୍କ ଅନୁମତି। ସ୍କୁଲ ଆସିବା ପାଇଁ ବାଧ୍ୟ ନୁହନ୍ତି ଛାତ୍ରଛାତ୍ରୀ। ସ୍କୁଲ ଖୋଲିବା ପରେ ଜାରି ରହିବ ଅନ୍ଲାଇନ୍ କ୍ଲାସ। ଅଭିଭାବକଙ୍କ ଲିଖିତ ଅନୁମତି ପରେ ଆସିପାରିବେ ସ୍କୁଲ। କେଉଁ ସମୟରେ ପାଠପଢ଼ା ହେବ ନିଷ୍ପତ୍ତି ନେବେ ଜିଲ୍ଲାପାଳ*କଣ୍ଟେନମେଣ୍ଟ ଜୋନ୍ ଥିଲେ ବନ୍ଦ ହେବ ସ୍କୁଲ। ଶିକ୍ଷକ, ଶିକ୍ଷୟିତ୍ରୀ କଣ୍ଟେନମେଣ୍ଟ ଜୋନ୍ରେ ଥିଲେ ଆସିପାରିବେ ନାହିଁ। ସମ୍ପୂର୍ଣ୍ଣ ସ୍କୁଲକୁ ବାରମ୍ବାର ସାନିଟାଇଜ୍ କରାଯିବ। ପିଇବା ପାଣି ବ୍ୟବସ୍ଥା ଓ ଶୌଚାଳୟ ନ ଥିଲେ ଖୋଲି ହେବନି ସ୍କୁଲ ସବୁ ସ୍କୁଲରେ ରହିବ ଆଇସୋଲେସନ ରୁମ୍। କୋଭିଡ୍ ଲକ୍ଷଣ ଦେଖାଗଲେ ସେହି ରୁମ୍ରେ ରହିବେ। ସ୍କୁଲ ପରିସରର ୧୦୦ ମିଟର ଭିତରେ ରହିବନି ଖାଦ୍ୟ ଦୋକାନ। କ୍ଲାସ୍ ରୁମ୍ରେ ସର୍ବାଧିକ ୨୦ରୁ ୨୫ ପିଲା ରହିପାରିବେ। କ୍ଲାସ୍ ରୁମ୍ର ଆକାର ଅନୁସାରେ ଏହି ସଂଖ୍ୟା କମିପାରେ