-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
24-Aug-2026
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ସ୍ଥିତ ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ପରିସରରେ ଚାଲିଥିବା ଶକ୍ତିଶ୍ରୀ ସଶକ୍ତିକରଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି।ଛାତ୍ରୀମାନଙ୍କ ସୁରକ୍ଷା, ସଶକ୍ତିକରଣ,ଆତ୍ମବିଶ୍ବାସ ଓ ସୁସ୍ଥ ପରିବେଶ ସୃଷ୍ଟି ଉଦ୍ଦେଶ୍ୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଉଦଯାପନୀ ଉତ୍ସବରେ ମହାବିଦ୍ୟାଲୟର ଅଧ୍ୟକ୍ଷ ଡ଼. ଧୀରେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ମଧୁମିତା ପରମଗୁରୁ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ନିଜ ଆଇନଗତ ଅଧିକାର ଓ ସୁରକ୍ଷା ସମ୍ପର୍କରେ ସୂଚନା ଦେଇଥିଲେ। ଅଧ୍ୟକ୍ଷ ଶ୍ରୀ ନାୟକ ନାରୀର ସମୃଦ୍ଧିରେ ରାଷ୍ଟ୍ରର ସମୃଦ୍ଧି ବୋଲି କହିଥିଲେ। ଏହି କାର୍ଯକ୍ରମକୁ ଶକ୍ତିଶ୍ରୀ ସଂୟୋଜିକ ଦିବ୍ୟାଲୋକା ମହାପାତ୍ର ପରିଚାଳନା କରିଥିବାବେଳେ, ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟପିକା,ଟ୍ରେନର ସାବିତ୍ରୀ ସାହୁ ଏବଂ ସମସ୍ତ ଛାତ୍ରୀ ଉପସ୍ଥିତ ଥିଲେ।