-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
24-Aug-2026
ବଲାଙ୍ଗିର(ପ୍ରେରଣା ଖବର)- ବଲାଙ୍ଗିର ର ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ବଲାଙ୍ଗିର ସ୍ୱାଭିମାନ ମଂଚ ନାମରେ ଏକ ସଂଗଠନ ଆରମ୍ଭ ହୋଇଛି । ଏହି ସଂଗଠନରେ ବିଭିନ୍ନ ବର୍ଗ ଯଥା ଶିକ୍ଷା, ସଂସ୍କୃତି, କ୍ରୀଡା, ସମାଜସେବା, ରାଜନୀତି ଇତ୍ୟାଦିରେ ରୁଚି ରଖୁଥିବା ବିଭିନ୍ନ ବୟଷ ବର୍ଗର ସଚେତନ ନାଗରିକମାନେ ସାମିଲ ହୋଇଛନ୍ତି । ସଂଗଠନର ଲକ୍ଷ୍ୟ ହେଲା ବଲାଙ୍ଗିରବାସୀ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟାକୁ ଠିକ୍ ହିସାବରେ ବିଭାଗୀୟ ଅଧିକାରୀ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା । ତା ସହ ସମସ୍ୟା ଛୋଟ ହେଉ କି ବଡ ହେଉ ସେ ସବୁ କୁ ନିସ୍ୱାର୍ଥପର ଭାବେ ସ୍ୱାଭିମାନର ସହ ତାର ସମାଧାନ ଦିଗରେ
ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଲଢେଇ ଜାରି ରଖିବା। ସ୍ୱାଭିମାନ ମଂଚ କୌଣିସି ପ୍ରକାରେ ମଧ୍ୟ ବଲାଙ୍ଗିରବାସୀଙ୍କ ସ୍ୱାଭିମାନ ପ୍ରତି ଆଞ୍ଚ ନ ଆଣି ଲୋକେ ଭୋଗୁଥିବା ସମସ୍ୟାକୁ ବିଭିନ୍ନ ମାଧ୍ୟମରେ ପ୍ରଶାସନ ଆଗରେ ଉପସ୍ଥାପନ କରିବ । ଏଠାରେ ସୂଚନାଯୋଗ୍ୟ ଯେ ବିଗତ ଦିନରେ କିଛି ସଂଗଠନ ନିଜର ବ୍ୟକ୍ତି ସ୍ୱାର୍ଥ ସାଧନ ପାଇଁ ଲୋକଙ୍କ ସ୍ୱର ନ ହୋଇ ଲୋକଙ୍କ ସ୍ୱାର୍ଥ ବିରୋଧି କାମ କରିଥିବାରୁ ବଲାଙ୍ଗିରବାସୀଙ୍କ ଦ୍ୱାରା ଲୋକହସା ହୋଇଥିଲେ । ତେଣୁ ଆମର ଲକ୍ଷ୍ୟ ହେଲା ତୃଣମୂଳ ସ୍ତରରେ ଲୁଚିଯାଉଥିବା ସମସ୍ୟାକୁ ସର୍ବସାଧାରଣ କରିବା ଏବଂ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଆଗରେ କିମ୍ବା ସରକାରଙ୍କ ପାଖରେ ଉପସ୍ଥାପନା କରି ତାର ସମାଧାନର ସୁତ୍ର ବାହାର କରାଯିବ ବୋଲିି ଉପସ୍ଥିତ ସ୍ୱାଭିମାନ ମଂଚର ସଦସ୍ୟମାନେ କହିଥିଲେ । ଏହି ମର୍ମରେ ସମସ୍ତ ସଦସ୍ୟ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ରଙ୍କୁ ଭେଟିି ତାଙ୍କ ସଂଗଠନର ଲକ୍ଷ୍ୟ, ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଆଲୋଚନା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାନୀୟଜଳ, କୃଷି, ଗମନାଗମନକୁ ନେଇ ସ୍ୱାଭିମାନ ମଂଚ କାମ କରିବ ବୋଲି ସୂଚନା ଦିଆଯାଇଥିଲା । ଏ ଦିଗରେ ସ୍ୱାଭିମାନ ମଂଚ ଲୋକଙ୍କ ସ୍ୱାର୍ଥ ପାଇଁ ଯେଉଁ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେବ ତାହାକୁ ନେଇ ସମ୍ପୁର୍ଣ୍ଣ ସହଯୋଗ ରହିବ ବୋଲି ଶ୍ରୀ ମିଶ୍ର କହିଥିଲେ । ତାହା ସହ ସେ ଏହା ମଧ୍ୟ କହିଥିଲେ ଯେ ସଂଗଠନ କୌଣସି ପ୍ରକାର ପ୍ରଶାସନିକ କିମ୍ବା ରାଜନୈତିକ ଚାପର ବଶବର୍ତ୍ତୀ ନ ହୋଇ ନିର୍ଭୀକ ଏବଂ ପାରଦର୍ଶିତା ସହ
ଲୋକଙ୍କ ସମସ୍ୟା ପାଇଁ ଲଢେଇ କରୁ। ଆଜିର ଏହି ବୈଠକରେ ସ୍ୱାଭିମାନ ମଂଚ ତରଫରୁ ଆବାହକ ଶିକ୍ଷାବିତ୍ ବାମଦେବ ମିଶ୍ର, ଉମାକାନ୍ତ ସାହୁ, ଡ. ପ୍ରେମଚନ୍ଦ ମହାନ୍ତି, ପ୍ରହଲ୍ଲାଦ ଶତପଥି, ସୁବାଷ ଶତପଥି, ବିରେନ୍ଦ୍ର ବନଛୋର, ବିରେନ୍ଦ୍ର ମିଶ୍ର, ତ୍ରିଲୋଚନ ମହାପାତ୍ର, ପ୍ରଶାନ୍ତ କୁମାର ପ୍ରଧାନ, ଭକ୍ତବନ୍ଧୁ ଯୋଷୀ, ଟଙ୍କଧର ଗଡତ୍ୟା, ବୁଲୁ ମହାପାତ୍ର, ସୁରେନ୍ଦ୍ର କୁମାର ନନ୍ଦ, ମୁରାରି ପ୍ରସାଦ ସାହୁ, ଜ୍ୟୋତିରଂଜନ ନାଗ, ବୁଠି ବେହେରା, ପ୍ରଶାନ୍ତ କୁମାର ଯୋଷୀ, ପ୍ରକାଶ ଦାଶ, ରାଧାମୋହନ ମିଶ୍ର, ରାଜ କିଶୋର ସାହୁ, ଅଶୋକ କୁମାର ମିଶ୍ର, ପ୍ରଦୀପ ସାଏ ଙ୍କ ସମେତ ଅନେକ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ସଂଗଠକ ଉପସ୍ଥିତ ଥିଲେ ।