-+91-9937148622 |
prerana_bgr@rediffmail.com |
Sunday 23rd August 2026 |
R.N.I. Regd No. ODIODI/2010/46693
Breaking News
23-Aug-2026
ସମ୍ବଲପୁର -(ସଂଜୀବ ପାଣିଗ୍ରାହୀ ):
ଆଜି 'ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାର' ଆନୁକୂଲ୍ୟରେ ଆୟୋଜିତ ହେଉଥିବା
'ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି' ଶିବିରର ଉନବିଂଶତୀତମ ରବିବାସରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ୪୪ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
ଆଜି ପ୍ରାରମ୍ଭରେ ପ୍ରାର୍ଥନା ପରେ ଅବସର ପ୍ରାପ୍ତ ଭାଷା- ଶିକ୍ଷକ ପଦ୍ମନାଭ ମହାକୁଡ଼ 'ଚାଲ ନିର୍ଭୁଲ୍ ଇଂଲିଶ୍ କହିବା' ଶିକ୍ଷା ଦେଇଥିଲେ। ପ୍ରଥମ ଅଧିବେଶନରେ 'ସ୍ୱାସ୍ଥ୍ୟ ସଚେତନତା ଶିକ୍ଷା' କାର୍ଯ୍ୟକ୍ରମରେ 'ପରୀକ୍ଷା ସମୟରେ ମାନସିକ ଚାପ ଓ ତାର ନିରାକରଣ' ଶୀର୍ଷକ ଆଲୋଚନା କରି ଡାକ୍ତର ଲକ୍ଷ୍ମୀ ନାରାୟଣ ରଥ 'ପରୀକ୍ଷା କୁ ଭୟ ନ କରି, ଭଲ ପାଇଲେ ମାନସିକ ଚାପ ଆପେ ଆପେ ଦୂରେଇ ଯିବ' ବୋଲି କହିଥିଲେ l
ଦ୍ବିତୀୟ ଅଧିବେଶନରେ 'ଜୀବନ କୌଶଳ ଶିକ୍ଷା' କାର୍ଯ୍ୟକ୍ରମରେ ବାର୍ଷିଆନ ଶିକ୍ଷlବିତ ଅରବିନ୍ଦ ମହାପାତ୍ର 'ଅସ୍ଥେୟ ଓ ଅପରିଗ୍ରହ' ସମ୍ପର୍କରେ ଆଲୋଚନା କରି 'ଜୀବନ ରେ ଏପରି ସଦଗୁଣ ଆପଣେଇଲେ ମାନବ ଦିନେ ମହା-ମାନବ ରେ ପରିବର୍ତ୍ତିତ ହୋଇପାରିବ' ବୋଲି ଶିକ୍ଷlର୍ଥୀଙ୍କୁ ବୁଝାଇ ଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସେକ୍ରେଟାରୀ ରଘୁନାଥ ମିଶ୍ର, ଉଦିତ ଚନ୍ଦ୍ର ପlଟ୍ଟଯୋଶୀ, ବାର୍ଷିଆନ ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା ତଥା ଡାକ୍ତର ଜୟଦେବ ମେହେର ଆଦି ଉପସ୍ଥିତ ରହି ଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ।
କାର୍ଯ୍ୟକ୍ରମ-ସଂଯୋଜକ
ଶିବ ଶଙ୍କର ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ଶିକ୍ଷlବିତ୍ ଡଃ ଗିରିଧାରୀ ହୋତା ଓ ଶ୍ରୀ ପୃଥ୍ୱୀରାଜ ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ଅଫିସ ସହକାରୀ ବିଜୟ କୁମାର ସାହୁ ବୈଷୟିକ ସହାୟତା ପ୍ରଦାନ କରିଥିଲେ।