-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
24-Aug-2026
(ମନୋରଞ୍ଜନ ତ୍ରିପାଠୀ )
ମ୍ୟୁନିସିପାଲିଟି ଜୋନ୍ ସୁବର୍ଣ୍ଣପୁର ସିନିୟର୍ ଫୁଟବଲ ଲିଗ୍ ର ସେମି ଫାଇନାଲ ମ୍ୟାଚ ରାମଧୁନ୍ କ୍ଲବ୍ ଓ ଶାନ୍ତି ଶକ୍ତି ପାଠାଗାର ମଧ୍ୟରେ ଅନୁଷ୍ଟିତ ହୋଇଥିଲା l ଶାନ୍ତି ଶକ୍ତି ପାଠାଗାର କୁ ୩-୦ ଗୋଲ ରେ ହରାଇ ରାମ ଧୂନ୍ କ୍ଲବ୍ ମ୍ୟୁନିସିପାଲଟି ଜୋନ୍ ର ଫାଇନାଲ କୁ ପ୍ରବେଶ କରିଛି l ଆଜିର ଏହି ଖେଳ ରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପଧାନ ଯୋଗ ଦେଇ ଖେଳାଳି ଉତ୍ସାହିତ କରି ଥିଲେ l ମ୍ୟାନ ଅଫ ଦି ମ୍ୟାଚ ଭାବେ ଵିଜୟୀ ଦଳ ର ୨୦ ନମ୍ୱର ଜର୍ସି ଚନ୍ଦନ ବେହେରା ଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରା ଯାଇଥିଲା l ରାଜେଶ୍ ଥନାପତି ମୁଖ୍ୟ ରେଫରୀ ଭାବେ, ସୁଶାନ୍ତ ବାଗ, ସୁଦାମ ଜଗଦଲା , ଓ ସଞ୍ଜୀବ ସାହୁ ଖେଳ ପରିଚାଳନା କରିଥିଲେ l ମ୍ୟାଚ କମିସନର ଭାବେ ଭୁକୁଲୁ ବକ୍ସି ଦାୟିତ୍ୱ ନିର୍ବାହ କରିଥିଲେ l ସମ୍ମାନିତ ଅତିଥି ଭାବେ ଭେଟରାନ ଖେଳାଳି ପଦ୍ମନାଭ ଧରୁଆ, ଏମ୍ ଡି ମୁସଲିମ , ପ୍ରଦୀପ ସାହୁ ମଞ୍ଚ ରେ ଉପସ୍ଥିତ ଥିଲେ l କ୍ରୀଡ଼ା ସଂଘ ବରିଷ୍ଠ ସଦସ୍ୟ ମନୋରଞ୍ଜନ ତ୍ରିପାଠୀ ସଭା ପରିଚାଳନା ଓ ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ l ପୀୟୂଷ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱl ବଧାନ ରେ ସମସ୍ତ କାର୍ଯ୍ଯ କ୍ରମ ଅନୁଷ୍ଟିତ ହୋଇଥିବା ବେଳେ ବିକାଶ ପଣ୍ତା ଧନ୍ଯବାଦ ଅର୍ପଣ କରିଥିଲେ l ସୁବାସ ବିଶ୍ଵାଳ, ବିକାଶ ପଣ୍ତା, ଭକ୍ତି ରଞ୍ଜନ ଦଳାଇ, ଫୁଟବଲ ସଂପାଦକ ରାଜୀବ ସାହୁ, କଳିମ ମହମ୍ମଦ, ସଂତୋଷ ପାଢ଼ୀ, ରାଜ କୁମାର ନାଏକ୍, ହୃଷୀ କେଶ ପଣ୍ତା, ଅନିଲ ସାହୁ, ରବି ଦେହୁରୀ, ବୁବୁନ୍ ନାଏକ୍ ପ୍ରମୁଖ କ୍ରୀଡ଼ା ସଂଘ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ଆସନ୍ତା କାଲି ମ୍ୟୁନିସପାଲିଟି ଜୋନ୍ ରେ ରାମ ଧୂନ୍ କ୍ଲବ ଓ ରିଜର୍ଭ ପୋଲିସ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଟିତ ହେବ l