-+91-9937148622 |

prerana_bgr@rediffmail.com |

  Saturday 22nd August 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ରାଜସ୍ବ ସେବା ପ୍ରଦାନରେ ସଂସ୍କାର ଉପରେ ଗୁରୁତ୍ବ   (22-Aug-2026)       ||      ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ    (22-Aug-2026)       ||      ମହିଳା ଓ ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଆଇନଗତ ଅଧିକାର, ସୁରକ୍ଷା ଓ ଆତ୍ମନିର୍ଭରତା ସମ୍ପର୍କରେ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ    (22-Aug-2026)       ||      ମିଶନ ଜିରୋ-ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ ♦️ମୋଦୀ ଜୀଙ୍କ ନେତୃତ୍ୱରେ ଦେଶର ଅର୍ଥନୀତି, ପ୍ରତିରକ୍ଷା ଏବଂ ବିଦେଶ ନୀତି ସହିତ ସମାନ ଗୁରୁତ୍ୱ ପାଇଛି ସ୍ୱଚ୍ଛତା   (22-Aug-2026)       ||      "ସାଇବର ସଚେତନତା ହିଁ ଡିଜିଟାଲ୍‌ ସୁରକ୍ଷାର ପ୍ରଥମ ପଦକ୍ଷେପ"   (22-Aug-2026)       ||      ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ, ଖୁର୍ଡିଆବାହଲ ଚାମ୍ପିଅନ   (22-Aug-2026)       ||      ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଖଡ଼ିଆଳ ଓ ବୋଡ଼େନ ଗସ୍ତ .ଅକ୍ସିଜେନ ବ୍ୟାଙ୍କ ଓ ସାପ୍ତାହିକ ବଜାର ଉଦଘାଟନ .ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଉଦଘାଟନ ଓ ବୃକ୍ଷ ରୋପଣ   (22-Aug-2026)       ||      ଦଣ୍ଡ ମୁକ୍ତ ଅଂଚଳ ରେ ଶିକ୍ଷକ ଙ୍କ ମାଡ଼ରେ ନବମ ଶ୍ରେଣୀ ଜନଜାତି ଛାତ୍ରଙ୍କ ହାତ ପାପୁଲି ଫୁଲିଲା ,   (22-Aug-2026)       ||      ବିନିକା ବ୍ଲକ ବିଜେଡି ସଭାପତିଙ୍କ ମାତୃ ବିୟୋଗ   (22-Aug-2026)       ||      ଟ୍ରେନ ରୁ ଖସିପଡି ଦଣ୍ଡପାଟ ଅଞ୍ଚଳ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ।   (22-Aug-2026)       ||      ମହାନଦୀ ବ୍ରିଜ ଉପରୁ ମହାନଦୀ ପାଣିକୁ ଡେଇଁ ୨ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ   (22-Aug-2026)       ||      ଖବର ଆଜିର   (22-Aug-2026)       ||      *ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ତୀବ୍ର ପ୍ରତିବାଦ*   (22-Aug-2026)       ||      ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ    (21-Aug-2026)       ||      ଫୋଟୋଗ୍ରାଫି ପ୍ରଦର୍ଶନୀ ଉଦଯାପିତ ll ଫୋଟଗ୍ରାଫର ମାନଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ସାମ୍ବାଦିକ ସଂଘ ll   (21-Aug-2026)       ||      କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ ଅଭିଯୋଗ♦️ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ    (21-Aug-2026)       ||      ଦୁର୍ଘଟଣା ସ୍ପଟ ପାଳଟିଛି ଏଫସିଆଇ ଛକ, ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ    (21-Aug-2026)       ||      ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା କଦଳିପାଲୀ ଓ ଖୁର୍ଡିଆବାହଲ ଫାଇନାଲକୁ ଉନ୍ନୀତ।   (21-Aug-2026)       ||      ସତଲମା ଜନଆରୋଗ୍ୟ କେନ୍ଦ୍ରର ସାଧାରଣ ବୈଠକ ଅନୁଷ୍ଠିତ   (21-Aug-2026)       ||      କୁତୁର୍ଲା ସରକାରୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ବିଳମ୍ବ   (21-Aug-2026)       ||     

HOME   ରାଜ୍ୟ

ମିଶନ ଜିରୋ-ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ ♦️ମୋଦୀ ଜୀଙ୍କ ନେତୃତ୍ୱରେ ଦେଶର ଅର୍ଥନୀତି, ପ୍ରତିରକ୍ଷା ଏବଂ ବିଦେଶ ନୀତି ସହିତ ସମାନ ଗୁରୁତ୍ୱ ପାଇଛି ସ୍ୱଚ୍ଛତା

22-Aug-2026



ରିପୋର୍ଟ : ମୁରଲୀଧର ମିଶ୍ର

ଯେଉଁ ହାତ ଆମକୁ ସ୍ୱଚ୍ଛତା ଦିଏ, ସେହି ହାତର ଗରିମା ରକ୍ଷା କରିବା ଆମର ଦାୟିତ୍ୱ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସମୃଦ୍ଧ ଓଡ଼ିଶା ପାଇଁ ସ୍ୱଚ୍ଛ ସହର, ସୁରକ୍ଷିତ ପରିବେଶ ଏବଂ ଯେଉଁ ଲୋକମାନେ ଏହି ସ୍ୱଚ୍ଛତାକୁ ନିଶ୍ଚିତ କରୁଛନ୍ତି, ସେମାନଙ୍କ ସୁରକ୍ଷିତ ଜୀବନ ଏକାନ୍ତ ଅପରିହାର୍ଯ୍ୟ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗରିମା ଦିବସ ୨୦୨୬ ଅବସରରେ କହିଛନ୍ତି । ଲୋକସେବା ଭବନ କନଭେନସନ୍‌ ସେଣ୍ଟର ଠାରେ ଗରିମା ଦିବସ ଅବସରରେ ଆଜି ଏକ ଜାତୀୟ କର୍ମଶାଳା ଆୟୋଜିତ ହୋଇଛି । ଏହି କର୍ମଶାଳାର ବିଷୟବସ୍ତୁ ରହିଛି, Mission Zero-Ending Fatality in Sanitation Work ଅର୍ଥାତ୍, ମିଶନ୍ ଜିରୋ ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ । ଏହି କର୍ମଶାଳାରେ ୮ଟି ରାଜ୍ୟର ସଫେଇ କ୍ଷେତ୍ରରେ କାର୍ଯ୍ୟରତ ଥିବା ବିଶେଷଜ୍ଞ, ଅଧିକାରୀଙ୍କ ସମେତ ସଫେଇ କର୍ମଚାରୀମାନେ ମଧ୍ୟ ଯୋଗ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ଅଗଷ୍ଟ ମାସର ଚତୁର୍ଥ ଶନିବାରକୁ ଗରିମା ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରିଛନ୍ତି । ଏହି ଦିବସଟି ସଫେଇ କର୍ମୀଙ୍କୁ ଜୀବନକୁ ସୁରକ୍ଷିତ କରିବା ସହ ସେମାନଙ୍କ ସାମାଜିକ ସୁରକ୍ଷା ଓ ସମାଜରେ ସେମାନଙ୍କ ମର୍ଯ୍ୟାଦା ବୃଦ୍ଧି ପାଇଁ ସମର୍ପିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଉପସ୍ଥିତ ବିଶେଷଜ୍ଞ, ଅଧିକାରୀ ଓ ପରିମଳ କର୍ମୀଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୧୪ ଅଗଷ୍ଟ ୧୫ରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ସ୍ୱଚ୍ଛତା ଭାରତର ଜାତୀୟ ବିକାଶର ପରିସୀମାଭୁକ୍ତ ହୋଇଥିଲା ।  ମୋଦୀ ଜୀଙ୍କ ନେତୃତ୍ୱରେ ସ୍ୱଚ୍ଛତା ଆଜି ଏକ ଜନ ଆନ୍ଦୋଳନରେ ପରିଣତ ହୋଇ ଦେଶର ଅର୍ଥନୀତି, ପ୍ରତିରକ୍ଷା ଏବଂ ବିଦେଶ ନୀତି ସହିତ ସମାନ ଗୁରୁତ୍ୱ ପାଇଛି । ପ୍ରଧାନମନ୍ତ୍ରୀ ନିଜେ ହାତରେ

ଝାଡୁ ଧରି ସଫେଇ କର୍ମୀଙ୍କ ସାମାଜିକ ଉତ୍‌ଥାନର ପ୍ରତୀକ ସାଜିଲେ ଏବଂ ଦେଶବାସୀଙ୍କୁ ସନ୍ଦେଶ ଦେଲେ ‘ସ୍ୱଚ୍ଛତା କୌଣସି ଛୋଟ କାମ ନୁହେଁ, ସ୍ୱଚ୍ଛତା ହେଉଛି ରାଷ୍ଟ୍ର ନିର୍ମାଣର କାମ’ । ଉପସ୍ଥିତ  ବିଶେଷଜ୍ଞ ଓ ମେସିନ ନିର୍ମାତାଙ୍କୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଡ୍ରୋନ୍ ଜରିଆରେ ଆମେ ଆମର ସୀମାର ସୁରକ୍ଷା କରୁଛୁ । ରୋବୋଟିକ୍ସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ନୂଆ ଟେକ୍ନୋଲୋଜି ଉଦ୍ଭାବନ କ୍ଷେତ୍ରରେ ଭାରତ ଆଗକୁ ବଢ଼ୁଛି । ତେବେ, ଆମେ ଏହିଭଳି ଟେକ୍ନୋଲୋଜିକୁ ଆମ ସଫେଇ କର୍ମଚାରୀଙ୍କ ସୁରକ୍ଷା ପାଇଁ କାହିଁକି ବ୍ୟବହାର କରିପାରିବା ନାହିଁ । ଭାରତ ସରକାରଙ୍କ ନମସ୍ତେ ଯୋଜନା ଜରିଆରେ ସଫେଇ କ୍ଷେତ୍ରରେ ମେସିନ ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି । ଆଜି ସମୟ ଆସିଛି, ସଫେଇ କର୍ମୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ବିପଦ୍‌ଜନକ ସଫେଇ କାର୍ଯ୍ୟରେ ମେସିନ ବ୍ୟବହାର କରିବା ପାଇଁ । ସେଥିପାଇଁ ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ସୁଦକ୍ଷ କରିବାକୁ ପଡ଼ିବ ।  ସେ ପୁଣି କହିଥିଲେ ଯେ, ଗରିମା ଦିବସ ପ୍ରତିବର୍ଷ ଆମକୁ ମନେ ପକାଇବ ଯେଉଁ ହାତ ସ୍ୱଚ୍ଛତା ଦିଏ, ସେହି ହାତର ଗରିମା ରକ୍ଷା କରିବା ମଧ୍ୟ ଆମର ଦାୟିତ୍ୱ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବତନ ସଫେଇ କର୍ମୀ ସ୍ୱର୍ଗତ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରିଥିଲେ ଏବଂ କହିଥିଲେ କ୍ଷତି ପୂରଣ ଆମର ଲକ୍ଷ୍ୟ ନୁହେଁ, ଆମର ଲକ୍ଷ୍ୟ ହେଉଛି, ମୃତ୍ୟୁ ପରେ ସହାୟତା ନୁହେଁ, ମୃତ୍ୟୁ ପୂର୍ବରୁ ସୁରକ୍ଷା । ଦୁର୍ଘଟଣା ପରେ କ୍ଷତିପୂରଣ ନୁହେଁ, ଦୁର୍ଘଟଣା ପୂର୍ବରୁ ପ୍ରତିରୋଧ। ଆମେ ଚାହୁଁଛୁ,  ବିପଦପୂର୍ଣ୍ଣ କାର୍ଯ୍ୟରତ ଆମର ଏହି କର୍ମଯୋଗୀ ମାନଙ୍କ ଜୀବନ ସୁରକ୍ଷିତ ରହୁ । ଏହା ହିଁ ହେଉଛି, ମିଶନ ଜିରୋର ଆଭିମୁଖ୍ୟ ବୋଲି ସେ କହିଥିଲେ । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଦୁଇ ଜଣ ସଫେଇ କର୍ମୀଙ୍କ ପରିବାରକୁ ବୀମା ରାଶି ପ୍ରଦାନ କରାଯାଇଛି ଏବଂ ସେମାନଙ୍କ ମୃତ୍ୟୁ ସଫେଇ ନୁହେଁ, ଅନ୍ୟ କାରଣରୁ ଘଟିଥିଲା । ଗରିମା ଦିବସ ଉପଲକ୍ଷେ ଆଧୁନିକ ଟେକ୍ନୋଲୋଜିଯୁକ୍ତ ମେସିନ ବ୍ୟବହାର ଓ  ସୁରକ୍ଷା ଉପକରଣ ଉପରେ ଆୟୋଜିତ ଏକ ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରି ବୁଲି ଦେଖିଥିଲେ । ସଫେଇ କର୍ମୀଙ୍କୁ ବାସଗୃହ ପାଇଁ ୱାର୍କ ଅର୍ଡର ପ୍ରଦାନ କରିଥିଲେ। କେନ୍ଦ୍ର ସାମାଜିକ ନ୍ୟାୟ ବିଭାଗର

ସଚିବ ଶ୍ରୀ ସୁଧାଂଶ ପନ୍ତ ଏଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଆୟୋଜନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ, ସଫେଇ କର୍ମୀଙ୍କ ସୁରକ୍ଷା, ଆର୍ଥିକ ଉନ୍ନତି ଓ କଲ୍ୟାଣ କ୍ଷେତ୍ରରେ ଓଡ଼ିଶା ଆଜି ଦେଶରେ ଉଦାହରଣ ସୃଷ୍ଟି କରିଛି । ଓଡ଼ିଶା ସରକାର ଗରିମା ଯୋଜନାକୁ ହୋଲ୍ ଅଫ୍ ଆପ୍ରୋଜ୍ ଭାବେ ନେଇ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି । 

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଥିଲେ ଯେ, ସ୍ୱଚ୍ଛ ସାଥୀ ମାନଙ୍କ ଯୋଗୁ ଆମେ ସ୍ୱଚ୍ଛ ଅଛୁ । ସହର ସ୍ୱଚ୍ଛ ଅଛି ଓ ରାଜ୍ୟ ଆଗକୁ ବଢ଼ୁଛି । ଜିରୋ ଫାଟାଲିଟି ଆମ ପାଇଁ କେବଳ ଏକ ସ୍ଲୋଗାନ୍ ନୁହେଁ, ଏହା ଆମ ପାଇଁ ଏକ ସଂକଳ୍ପ । ସଫେଇ କର୍ମୀଙ୍କ ସୁରକ୍ଷା ପାଇଁ ଯାହା ଆବଶ୍ୟକ ଆମେ ତାହା ନିଶ୍ଚୟ କରିବୁ ବୋଲି ସେ କହିଥିଲେ । ଅର୍ବାନ ମ୍ୟାନେଜମେଣ୍ଟ ସେଣ୍ଟର’ର ନିର୍ଦ୍ଦେଶିକା ମନ୍ୱିତା ବରାଡ଼ି ସଫେଇ  କର୍ମୀଙ୍କ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ପ୍ରଂଶସା କରି କହିଥିଲେ ଯେ, ଓଡ଼ିଶାରେ ଗରିମା ଯୋଜନାରେ କେବଳ ସଫେଇ କର୍ମୀମାନଙ୍କ ପାଇଁ ଚିନ୍ତା କରାଯାଇନାହିଁ, ଏଥିରେ ସେମାନଙ୍କ ପରିବାର ବର୍ଗଙ୍କ କଲ୍ୟାଣ ପାଇଁ ମଧ୍ୟ ଅନେକ ପ୍ରାବଧାନ କରାଯାଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ନିର୍ଦ୍ଦେଶକ, ପୌର ପ୍ରଶାସନ ଶ୍ରୀ ଅରିନ୍ଦମ ଡାକୁଆ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ରାଜସ୍ବ ସେବା ପ୍ରଦାନରେ ସଂସ୍କାର ଉପରେ ଗୁରୁତ୍ବ   22-Aug-2026
  ଜିଲ୍ଲା  
ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ   22-Aug-2026
  ଜିଲ୍ଲା  
ମହିଳା ଓ ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଆଇନଗତ ଅଧିକାର, ସୁରକ୍ଷା ଓ ଆତ୍ମନିର୍ଭରତା ସମ୍ପର୍କରେ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ   22-Aug-2026
  ରାଜ୍ୟ  
ମିଶନ ଜିରୋ-ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ ♦️ମୋଦୀ ଜୀଙ୍କ ନେତୃତ୍ୱରେ ଦେଶର ଅର୍ଥନୀତି, ପ୍ରତିରକ୍ଷା ଏବଂ ବିଦେଶ ନୀତି ସହିତ ସମାନ ଗୁରୁତ୍ୱ ପାଇଛି ସ୍ୱଚ୍ଛତା   22-Aug-2026
  ଜିଲ୍ଲା  
"ସାଇବର ସଚେତନତା ହିଁ ଡିଜିଟାଲ୍‌ ସୁରକ୍ଷାର ପ୍ରଥମ ପଦକ୍ଷେପ"   22-Aug-2026
  ଜିଲ୍ଲା  
ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ, ଖୁର୍ଡିଆବାହଲ ଚାମ୍ପିଅନ   22-Aug-2026
  ଜିଲ୍ଲା  
ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଖଡ଼ିଆଳ ଓ ବୋଡ଼େନ ଗସ୍ତ .ଅକ୍ସିଜେନ ବ୍ୟାଙ୍କ ଓ ସାପ୍ତାହିକ ବଜାର ଉଦଘାଟନ .ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଉଦଘାଟନ ଓ ବୃକ୍ଷ ରୋପଣ   22-Aug-2026
  ଜିଲ୍ଲା  
ଦଣ୍ଡ ମୁକ୍ତ ଅଂଚଳ ରେ ଶିକ୍ଷକ ଙ୍କ ମାଡ଼ରେ ନବମ ଶ୍ରେଣୀ ଜନଜାତି ଛାତ୍ରଙ୍କ ହାତ ପାପୁଲି ଫୁଲିଲା ,   22-Aug-2026
  ଜିଲ୍ଲା  
ବିନିକା ବ୍ଲକ ବିଜେଡି ସଭାପତିଙ୍କ ମାତୃ ବିୟୋଗ   22-Aug-2026
  ଜିଲ୍ଲା  
ଟ୍ରେନ ରୁ ଖସିପଡି ଦଣ୍ଡପାଟ ଅଞ୍ଚଳ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ।   22-Aug-2026
  ଜିଲ୍ଲା  
ମହାନଦୀ ବ୍ରିଜ ଉପରୁ ମହାନଦୀ ପାଣିକୁ ଡେଇଁ ୨ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ   22-Aug-2026
  ଜିଲ୍ଲା  
ଖବର ଆଜିର   22-Aug-2026

You Might Also Like