-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
24-Aug-2026
ଆଗଲପୁର, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଲୁହୂରାମୁଣ୍ଡା ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା l ସରପଞ୍ଚ ଶ୍ରୀମତୀ ଲୀନାକ୍ଷୀ ନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ରେ ଆଗଲପୁର ବ୍ଲକ ର ଏ. ଇ. ଇ ସମ୍ବିତ କୁମାର ବିଶ୍ୱାଳ, ଜି.ପି.ଡି.ଓ ଦେବରାଜ ତାଣ୍ଡି ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ l ଏଥିରେ ସମୁଦାୟ 23 ଗୋଟି ଅଭିଯୋଗ ଉପରେ ଅତିଥି ମାନେ ଶୁଣାଣି କରିଥିଲେ l ଲୁହୂରାମୁଣ୍ଡା, ଫାସଡ଼, ଶଙ୍ଖୁଆ, ରଫାଖାଳ ଓ ମନୁପାଲି ଗ୍ରାମ କୁ ନେଇ ଉକ୍ତ ଲୁହୂରମୁଣ୍ଡା ପଞ୍ଚାୟତ ଗଠିତ l ଆଜିର ଜନ ଅଭିଯୋଗ ଶୁଣାଣି ରେ ମୁଖ୍ୟତଃ ବୃଦ୍ଧ ଓ ବୃଦ୍ଧା ଙ୍କ ଭତ୍ତା ସମେତ ଉନ୍ନୟନ ମୂଳକ କାମ ର ଅଭିଯୋଗ ଉପରେ ଶୁଣାଣି ହୋଇଥିଲା l
ଏହି ଶିବିର ରେ ବ୍ଲକ ର ବି ଆର୍ ସି ଅଂଶୁମାନ ଦେବବାବୁ , ଆଲୋକ ମିଶ୍ର, ସିଆରସିସି ରୋହିତ କୁମାର ପଧାନ, ଏଚ.ଓ ଗଙ୍ଗାଧର ସେଠ, ଅଭିରାମ ସାହୁ , ସର୍ବେଶ୍ଵର ପଟେଲ , ସିଡିପିଓ କାର୍ଯ୍ୟାଳୟ ର ସୋନାଲି ବିଶ୍ୱାଳ, ଏ ପି ଓ ଜଗତଜିତା ସେଠୀ , ଶୁଶାନ୍ତ ବାଗ , ଅନିରୁଦ୍ଧ ଭୋଇ, କନିଷ୍ଠ ଯନ୍ତ୍ରୀ ବିକାଶ ଦୀପ, ଆରଡବ୍ଲୁ ଏସ ଏସ ଯନ୍ତ୍ରୀ ବେଣୁଧର ସିଂ, ଏଏଫଓ ବାଣୀନିର୍ମାଲ୍ୟ ରାଉତ, ଏଡିଇଓ ଚିତ୍ତରଞ୍ଜନ ଭୋଇ ପ୍ରମୁଖ ଉପସ୍ଥିତ ଥିବାବେଳେ ପିଇଓ ଗୁଣନିଧି ଦଣ୍ଡସେନା ଙ୍କ ଉପସ୍ଥିତି ରେ ଶିବିର ଟି ପରିଚାଳିତ ହୋଇଥିଲା l ଏହା ସହିତ ଯୋଗାଣ ସହାୟକ ଓ ୱାର୍ଡମେମ୍ବର ମାନେ ଉପସ୍ଥିତ ରହି ଉକ୍ତ ଅଭିଯୋଗ ଶୁଣାଣି ରେ ସହଯୋଗ କରିଥିଲେ l