-+91-9937148622 |
prerana_bgr@rediffmail.com |
Tuesday 25th August 2026 |
R.N.I. Regd No. ODIODI/2010/46693
Breaking News
24-Aug-2026
(ରଂଜିତ ମହାନ୍ତି )
ବରୀ ବ୍ଳକ କିମ୍ଭିରିଆପାଳ ପଞ୍ଚାୟତର ମାଳଦା ଠାରେ ଅଲଇଣ୍ଡିଆ ମେଡିକାଲ ସର୍ଭିସ ସେଣ୍ଟର ପକ୍ଷରୁ ବନ୍ୟାଞ୍ଚଳ ମାଳଦା ଠାରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଓ ପ୍ରାଥମିକ ବିଦ୍ୟାଳୟ ଓ ପଞ୍ଚାୟତ ଭଵନ ଠାରେ ଔଷଧ ବିତରଣ କ୍ୟାମ୍ପ ଅନୁଷ୍ଠିତ ହେଇଥିଲା l ଏଥିରେ ଡାକ୍ତର ରତ୍ନାକର ପଣ୍ଡା, ଡାକ୍ତର ସଞ୍ଜୟ ମଲ୍ଲିକ, ଡାକ୍ତର ଆୟୋଗ କାନ୍ତ, ଓମ ପ୍ରକାଶ ପ୍ରମୁଖ ଯୋଗଦେଇ ୩୯୯ ରୋଗୀ ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣାରେ ଔଷଧ ବଣ୍ଟନ କରିଥିଲେ l ଏଥିରେ ଅଜୟ ସାହୁ, ଅଭିମନ୍ୟୁ ମଲ୍ଲିକ, ଗଣେଶ ତ୍ରିପାଠୀ, ଗଣେଶ ସେନାପତି, ନିଗମାନନ୍ଦ ଦାସ, କୀର୍ତ୍ତନ ଯେନା, ନିରୁପମା ବେହେରା, ଦିଲ୍ଲୀପ ରାଉତ, ବନଳତା ବାରିକ, ଉତ୍କଳିକା ନାୟକ, ବନସ୍ମିତା ନାୟକ, ମାନଗୋବିନ୍ଦ ପ୍ରମୁଖ ଶିବିର ରେ ସହଯୋଗ କରିଥିଲେ l