-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
24-Aug-2026
(ଡୋଲେଶ୍ଵର ବାଗ )
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଚିନ୍ଦାଗୁଡ଼ା ଗ୍ରାମ ଠାରେ ଦାଦନ ଶ୍ରମିକ ମୁକ୍ତ ସଚେତନ ଶିବିର ଆୟୋଜିତ, ଦାଦନ ମୁକ୍ତ ଜିଲ୍ଲା ହେବା ସହ ପ୍ରଶାସନ କୁ ନେଇ ଗ୍ରାମପଞ୍ଚାୟତ ରେ ଲୋକଙ୍କ ସମସ୍ୟା ସୁଧାର ଆଣିବାରେ ପ୍ରଶାସନ ସଂକଳ୍ପବଦ୍ଧ ବୋଲି ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇ ପ୍ରକାଶ କରିଛନ୍ତି। ପ୍ରଥମେ ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନୀ ହୋଇଥିବା ବେଳେ କନ୍ୟା ପାଇଁ ଉପହାର ପ୍ରଦାନ କରି ମାଁ ପାଇଁ ଗଛ ଟିଏ ଉପହାର ଦେଇଥିଲେ। ସେହିପରି ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଯୋଜନା ର ଉପଲବ୍ଧି କହିବା ସହ ଶିବିର ରେ ଯୋଜନା ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରି ସହାୟତା ପ୍ରଦାନ କରିଥିଲେ। ବିଶେଷ କରି ନିର୍ମାଣ ଶ୍ରମିକ ସହାୟତା, ଭିଭି ଜି ରାମ ଜୀ ଶ୍ରମିକ ଙ୍କୁ ସହାୟତା ପ୍ରଦାନ, ଲକ୍ଷ ପତି ଦିଦି ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ସ୍ୱଚ୍ଛସାଥୀ ମାନେ ମିଳିତ ରୂପେ ସ୍ୱଚ୍ଛତା କାର୍ଯ୍ୟକ୍ରମ, ପ୍ଲାଷ୍ଟିକ ବର୍ଜନ, ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇ ସରକାରୀ ଯୋଜନା ଉପରେ ଅବଗତ ।