-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
24-Aug-2026
(ପ୍ରିୟଦର୍ଶିନୀ ପାତ୍ର)
ଶ୍ରାବଣ ଶେଷ ସୋମବାର ଅବସରରେ ଅଧିକ ରୁ ଅଧିକ ବଲବୋମ ଭକ୍ତ ଙ୍କ ସମାଗମ ପବିତ୍ର କେଲିଆ ଶିବାଳୟ ରେ ଦେଖିବାକୁ ମିଳିଛି। ଆଜି ୧୦ହଜାର ରୁ ଉର୍ଦ୍ଧ ବୋଲବମ ଭକ୍ତ ଜଳାଭିଷେକ କରିଥିଲେ କେଲିଆ ବାବା ଝଡ଼େଶ୍ୱର ମହାଦେବଙ୍କ ନିକଟରେ ।
ସୁଦୂର ଛତିଶଗଡ଼ ଅଞ୍ଚଳ ଓ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଭକ୍ତ ଆସି ଜଳାଭିଷେକ କରିଛନ୍ତି। ଭକ୍ତ ମାନଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି କେଲିଆ ମନ୍ଦିର କମିଟି ତରଫରୁ ସମସ୍ତ ବ୍ୟବସ୍ଥା ସୁରୁଖୁରୁରେ କରାଯାଇଥିଲା। ଆଜି ସ୍ଥାନୀୟ ବିଧାୟକ ମନୋହର ରନ୍ଧାରୀ , ଆଇ.ଆଇ.ସି ଲକ୍ଷ୍ମୀ ପରଜା, ଜି ସାଇ ରାଜୁ, ପୂର୍ବତନ ସରପଞ୍ଚ ଧର୍ମାନନ୍ଦ ନାୟକ, ଆଇନଜୀବି ଜୟନ୍ତ କୁମାର ପାତ୍ର, ସୁରେନ୍ଦ୍ର ମିଶ୍ର , କାର୍ତ୍ତିକ ଦାସ, ସୂର୍ଯ୍ୟ ସୁବୁଦ୍ଧି, ଭାଗୀରଥି ମାଝୀ, ପଦମ ମାଝୀ ପ୍ରମୁଖ ଇପସ୍ଥିତ ଥିଲେ। ଡାବୁଗାଁ ଭଳି ବିରିସୋଲା , ବାଘ ବେଢ଼ା, ଡଙ୍ଗରିଗୁଡା ଇତ୍ୟାଦି ଶୈବପୀଠ ଗୁଡିକ ରେ ମଧ୍ୟ ଅନେକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି