-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
24-Aug-2026
ବରପାଲି - (ସୁଦାମ ଦୀପ)ଆସନ୍ତା ଅଗଷ୍ଟ ୨୮ ତାରିଖ ଶ୍ରାବଣ ପୂର୍ଣ୍ଣିମା ଦିନ ରାଜ୍ୟ ସ୍ତରିୟ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳନ କରିବା ପାଇଁ ଆଜି ଗଙ୍ଗାଧର ମେହେର କ୍ଲବ ପରିସରରେ ଏକ ଚିତ୍ରାଙ୍କନ ଓ ସଙ୍ଗୀତ ପ୍ରତିଯୋଗିତା ହୋଇ କରାଯାଇଛି। ଓଡିଶା ସାହିତ୍ୟ ଏକାଡ଼େମୀ ଭୂବନେଶ୍ବର ଓ ଗଙ୍ଗାଧର ମେହେର କ୍ଲବ ବରପାଲି , ତରଫରୁ ଏହି ପ୍ରତିଯୋଗିତାରେ ପ୍ରଥମ ପର୍ଯ୍ୟାୟରେ ଚିତ୍ରାଙ୍କନ-ମୋ ଦୃଷ୍ଟିରେ ଗଙ୍ଗାଧର ଓ ଦ୍ବିତୀୟ ପର୍ଯ୍ୟାୟରେ ସଙ୍ଗୀତ- ଗଙ୍ଗାଧରଙ୍କ ତପସ୍ୱିନୀ ଥିଲା।ଏଥିରେ ବିଚାରକ ଭାବରେ ବିଶିଷ୍ଟ ଚିତ୍ରଶିଳ୍ପୀ ଚନ୍ଦ୍ର ଶେଖର ରାଉତ, ଶିଳ୍ପୀ ଧ୍ରୁବ ଚରଣ ବେହେରା ଓ ଅଧ୍ୟାପକ ଶିଳ୍ପୀ ରମାକାନ୍ତ ତ୍ରିପାଠୀ ,ବିଶିଷ୍ଟ ସଂଗୀତଜ୍ଞ ନିରଞ୍ଜନ ମେହେର, ବିରେନ୍ଦ୍ର ନାଥ ନାଗ ବିଚାରକ ଥିଲେ।ଏଥିରେ ଗଙ୍ଗାଧର ମେହେର କ୍ଲବର ସଭାପତି ନରେନ୍ଦ୍ର ହୋତା,ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଶିକ୍ଷା ଅଧିକାରୀ ଦିଲିପ ମେହେର,ଉପଦେଷ୍ଟା ଘନଶ୍ୟାମ ପାଣିଗ୍ରହୀ, ଚଳଚ୍ଚିତ୍ର ଅଭିନେତା ଅଶୋକ କୁମାର ଦାଶ,ବର୍ଷା ରାଉତ ଏଂବ ଉପସ୍ଥିତ ହୋଇଥିଲେ ସମସ୍ତ କ୍ଲବର ସଭ୍ଯ ମାନେ। ଏଥିରେ ସଂଯୋଜନା କରିଥିଲେ ବିଶିଷ୍ଟ ମଂଚ ଅଭିନେତା ସରୋଜ କୁମାର ମେହେର ଆସନ୍ତା କାଲି ବକୃତା ପ୍ରତିଯୋଗିତା କରିବାକୁ ସଭାପତି ଜଣାଇଛନ୍ତି।।ଏଥିରେ ଗଙ୍ଗାଧର ମେହେର କ୍ଲବର ସଭାପତି ନରେନ୍ଦ୍ର ହୋତା,ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଶିକ୍ଷା ଅଧିକାରୀ ଦିଲିପ ମେହେର,ଉପଦେଷ୍ଟା ଘନଶ୍ୟାମ ପାଣିଗ୍ରହୀ, ଚଳଚ୍ଚିତ୍ର ଅଭିନେତା ଅଶୋକ କୁମାର ଦାଶ,ବର୍ଷା ରାଉତ ଏଂବ ଉପସ୍ଥିତ ହୋଇଥିଲେ ସମସ୍ତ କ୍ଲବର ସଭ୍ଯ ମାନେ। ଏଥିରେ ସଂଯୋଜନା କରିଥିଲେ ବିଶିଷ୍ଟ ମଂଚ ଅଭିନେତା ସରୋଜ କୁମାର ମେହେର ଆସନ୍ତା କାଲି ବକୃତା ପ୍ରତିଯୋଗିତା କରିବାକୁ ସଭାପତି ଜଣାଇଛନ୍ତି।