-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
24-Aug-2026
ସମ୍ବଲପୁର -(ସଂଜୀବ ପାଣିଗ୍ରାହୀ ): ଶିଶୁ ଅଧିକାର, ଜାତିସଂଘ ଶିଶୁ ଅଧିକାର ସନ୍ଧି (UNCRC), ଶିଶୁ-ବନ୍ଧୁ ପରିବେଶ ସୃଷ୍ଟି, ସକାରାତ୍ମକ ପାରିବାରିକ ଲାଳନ-ପାଳନ ଓ ଶିଶୁ ସୁରକ୍ଷା ଉପରେ ଅଭିଭାବକ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ନେତୃତ୍ୱଙ୍କୁ ନେଇ ଏକ ତାଲିମ ଶିବିର ତିଳେଇମାଲ ବ୍ଲକର କଂସର ପଞ୍ଚାୟତସ୍ଥିତ ମିଶନ ଭବନରେ ଅନୁଷ୍ଠିତ ହୋଇଯାଇଛି।
ସିଡ଼ି ପକ୍ଷରୁ ଆୟୋଜିତ ଏହି ତାଲିମ ଶିବିରରେ ଶିଶୁଙ୍କ ଅଧିକାର ଓ ସୁରକ୍ଷା ପ୍ରତି ପରିବାର ଏବଂ ସମୁଦାୟର ଦାୟିତ୍ୱ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଶିଶୁଙ୍କ ପାଇଁ ସୁରକ୍ଷିତ, ସମ୍ମାନଜନକ ଓ ଶିଶୁ-ବନ୍ଧୁ ପରିବେଶ ଗଠନରେ ଅଭିଭାବକ, ଏସଏଚଜି ମହିଳା ଓ ସମୁଦାୟର ଭୂମିକା ସମ୍ପର୍କରେ ଅଂଶଗ୍ରହଣକାରୀମାନଙ୍କୁ ସଚେତନ କରାଯାଇଥିଲା।ତାଲିମଦାତା ତଥା ସମ୍ବଲପୁର ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟ ଡାକ୍ତର ରାଜାରାମ ଷଡ଼ଙ୍ଗୀ ଶିଶୁ ଅଧିକାର, ଜାତିସଂଘ ଶିଶୁ ଅଧିକାର ସନ୍ଧି, ସକାରାତ୍ମକ ପାରିବାରିକ ଲାଳନ-ପାଳନ, ଶିଶୁ ସୁରକ୍ଷା ଓ ଶିଶୁ-ବନ୍ଧୁ ପରିବେଶ ସୃଷ୍ଟି ଉପରେ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ। ଶିଶୁଙ୍କ ପ୍ରତି ହିଂସା, ଅବହେଳା ଓ ଅଧିକାର ଉଲ୍ଲଂଘନକୁ ରୋକିବା ସହ ଆବଶ୍ୟକ ସମୟରେ ସଠିକ୍ ସହାୟତା ଓ ସୁରକ୍ଷା ବ୍ୟବସ୍ଥା ସହ ଯୋଡ଼ିବା ନେଇ ମଧ୍ୟ ଆଲୋଚନା କରାଯାଇଥିଲା।ପ୍ରାରମ୍ଭରେ ସିଡ଼ି ସଂଯୋଜକ ସଂସାର ବାଗ ତାଲିମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅଭିଭାଷଣ ରଖିଥିଲେ। ତପନ ପ୍ରଧାନ, ସରିତା କୁଅଁର ଓ ବରୁଣ କୁମାର କୁଅଁର ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଏହି ତାଲିମ ଶିବିରରେ କଂସର ପଞ୍ଚାୟତର ସମସ୍ତ ଏମବିକେ ଓ ସିଆରପିଙ୍କ ସମେତ ଅଭିଭାବକ ଏବଂ ଏସଏଚଜି ମହିଳାମାନେ ଅଂଶଗ୍ରହଣ କରିଥିଲେ। ଶିଶୁ ସୁରକ୍ଷାକୁ ନେଇ ସମୁଦାୟ ସ୍ତରରେ ସଚେତନତା ଓ ସାମୂହିକ ଦାୟିତ୍ୱବୋଧ ବୃଦ୍ଧି କରିବା ଏହି ତାଲିମର ପ୍ରମୁଖ ଲକ୍ଷ୍ୟ ଥିଲା।