-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
29-Dec-2020
ଆନନ୍ଦପୁର (ପ୍ରେରଣା ଖବର): ବାକି ଥିବା ବିଜୁଳି ବିଲ ଆଦାୟ କରିବାକୁ ଯାଇଥିବା ବେଳେ ଆନନ୍ଦପୁର ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ କାଠ ଫାଳିଆରେ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଛି। ହାଟଡ଼ିହ ବ୍ଲକ ଅଣା ଗ୍ରାମରେ ବାସନ୍ତୀ ମହାପାତ୍ର ନାମକ ଜଣେ ବିଦ୍ୟୁତ ଗ୍ରାହକଙ୍କର ୭୩ହଜାର ଟଙ୍କା ବକେୟା ପାଇଁ ଯାଇଥିଲା ବେଳେ ଆଜି ଆନନ୍ଦପୁର ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ଏବଂ ଅନ୍ୟକିଛି କର୍ମଚାରୀ ତାଙ୍କ ଘରକୁ ବକେୟା ଅର୍ଥ ଆଦାୟ କରିବାକୁ ଯାଇଥିଲେ। ବକେୟା ଅର୍ଥକୁ ନେଇ ପ୍ରଥମେ ବଚସା ହେବା ପରେ ବାସନ୍ତୀଙ୍କ ବଡ଼ପୁଅ ଅନୀଲ ନିର୍ବାହୀ ଯନ୍ତ୍ରୀଙ୍କୁ ଗୋଟିଏ କାଠଫାଳିଆରେ ଆକ୍ରମଣ କରିଥିଲେ। ଆକ୍ରମଣରେ ନିର୍ବାହୀ ଯନ୍ତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନନ୍ଦିପଦା ଥାନା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।