-+91-9937148622 |

prerana_bgr@rediffmail.com |

  Saturday 29th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜାତୀୟ କ୍ରୀଡା ଦିବସ ଅବସରରେ  କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି   (29-Aug-2026)       ||      ସୂଚନା ଓ ଲୋକସମ୍ପର୍କ ବିଭାଗରେ ନୂତନ ନିର୍ଦ୍ଦେଶକଙ୍କ ଯୋଗଦାନ   (29-Aug-2026)       ||      ଗଙ୍ଗାଧର ସାହିତ୍ୟରେ ମାନବିକତା, ପ୍ରକୃତି ଓ ଆଦର୍ଶ ଜୀବନର ବାର୍ତ୍ତା ବରିଷ୍ଠ ନାଗରିକ ପରିଷଦ, ଧନକଉଡ଼ା ପକ୍ଷରୁ ସ୍ୱଭାବ କବିଙ୍କ ଜୟନ୍ତୀ ପାଳିତ   (29-Aug-2026)       ||      ଜଗନ୍ନାଥ କଲୋନୀ ଶାଖାରେ ଆର୍‌ଏସ୍‌ଏସ୍‌ର ରକ୍ଷାବନ୍ଧନ ଉତ୍ସବ ସ୍ୱୟଂସେବକଙ୍କ ସହ ବୃକ୍ଷକୁ ବନ୍ଧାଗଲା ରକ୍ଷାସୂତ୍ର   (29-Aug-2026)       ||      ସତ ସମ୍ପର୍କ ଅନୁଷ୍ଠାନକୁ ପରିବାର ଭଲି ଆତ୍ମିୟ କରେ *ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ରକ୍ଷା ବନ୍ଧନ*   (29-Aug-2026)       ||      *ସହର ରେ ନିର୍ମାଣ ଧୀନ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ*-   (29-Aug-2026)       ||      ନୁଆଦିଲ୍ଲୀରେ ଓଡ଼ିଆ ଛାତ୍ର ସଙ୍ଗଠନ ଦ୍ୱାରା ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ   (29-Aug-2026)       ||      ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ   (29-Aug-2026)       ||      କାନୁଟ୍ କେଜିବିଭିରେ ଅନିୟମିତତା, ମେସ୍ ରୁ ବାଟମାରଣା ଅଭିଯୋଗ    (29-Aug-2026)       ||      ବରପାଲି ଜନ୍ମମାଟିରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ରାଜ୍ୟ ସ୍ତରିୟ ଜୟନ୍ତୀ ପାଳିତ , ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜଙ୍କ ଯୋଗଦାନ   (29-Aug-2026)       ||      ନାରୀ ସଶକ୍ତିକରଣ ଅଭିଯାନକୁ ନୂତନ ଗତି ପ୍ରଦାନ କରୁଛି ସୁଭଦ୍ରା ଯୋଜନା ♦️ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ଆରଏମସି ତରଫରୁ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ   (28-Aug-2026)       ||      ଡାବୁଗାଁ ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (28-Aug-2026)       ||      ବରୀ ରେ ବନ୍ୟା ବିପର୍ଯୟ ଙ୍କୁ ସାହାଯ୍ୟ କଲେ ସମାଜ ସେବି ଅଜିତ ଜେନା   (28-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ସୋନପୁର ବ୍ଲକ ଓ ମ୍ୟୁନିସିପାଲଟି ଚାମ୍ପିଅନ ଦଳ ଵିଜୟୀ   (28-Aug-2026)       ||      ଅଗ୍ନିଶମ ଓ ଜରୁରୀକାଳୀନ ସେବା ଅଧିକାରୀଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ   (28-Aug-2026)       ||      ବିରଳ ପ୍ରଜାତିର କଇଁଛ ଉଦ୍ଧାର   (28-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଗଛକୁ ରାକ୍ଷୀ ବାନ୍ଧି ସଂସ୍କୃତ ଦିବସ ପାଲନ କଲେ   (28-Aug-2026)       ||      ପାର୍ବଣ ଅବସରରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ ୩,୬୦୫ କିଲୋଗ୍ରାମ ଅପମିଶ୍ରିତ ଖରାପ ଖାଦ୍ୟ ସାମଗ୍ରୀ ନଷ୍ଟ, ୪୭୫ଟି ନମୁନା ସଂଗ୍ରହ   (28-Aug-2026)       ||      ନୟାଗଡ଼ ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ    (28-Aug-2026)       ||      ସୁବର୍ଣ୍ଣପୁର ରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ   (28-Aug-2026)       ||     

HOME   ରାଜ୍ୟ

ଜାତୀୟ କ୍ରୀଡା ଦିବସ ଅବସରରେ  କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

29-Aug-2026



ଭୁବନେଶ୍ୱର(ମୁରଲୀଧର ମିଶ୍ର): କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ତଥା ଜାତୀୟ କ୍ରିଡା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ ଅଫିସ ଠାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର କୃତୀ ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଓଡ଼ିଶା ପୋଲିସର ଏହି କ୍ରୀଡ଼ାବିତମାନେ ଜାତୀୟ ସ୍ତରର କାୟାକିଂ ଓ କାନୋଇଂ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରି ରାଜ୍ୟ ତଥା ଓଡ଼ିଶା ପୋଲିସ ପାଇଁ ଗୌରବ ଆଣିଛନ୍ତି।

ଡିଜିପି ଶ୍ରୀ ମିଶ୍ର କ୍ରୀଡ଼ାବିତମାନଙ୍କ ନିଷ୍ଠା, ପରିଶ୍ରମ ଓ ଉତ୍କର୍ଷର ପ୍ରଶଂସା କରିବା ସହ ଆଗାମୀ ଦିନରେ ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପୋଲିସର ସୁନାମ ବଢ଼ାଇବା ପାଇଁ ସେମାନଙ୍କୁ ଉତ୍ସାହିତ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଗତ ଅଗଷ୍ଟ ୮ରୁ ୯ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ଭୋପାଳ ଠାରେ ଅନୁଷ୍ଠିତ ହୋଇଥିବା ହୋଇଥିବା ASMITA ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍‌ ୨୦୨୬ ରେ ଓଡ଼ିଶା ପୋଲିସ କ୍ରୀଡ଼ାବିତମାନେ ବିଭିନ୍ନ ପ୍ରତିଯୋଗିତାରେ ୨ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୧ଟି ବ୍ରୋଞ୍ଜ ସହ ମୋଟ ୮ଟି ପଦକ  ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

ପ୍ରତିଯୋଗିତାରେ WC/1366 ରଶ୍ମିତା ସାହୁ ୩ଟି ପଦକ ହାସଲ କରିଛନ୍ତି। ସେ କାନୋଇଂ ସିଙ୍ଗଲ୍ ୧୦୦୦ ମିଟରରେ ସ୍ୱର୍ଣ୍ଣ ଏବଂ ୫୦୦ ମିଟର ଓ ୨୦୦ ମିଟରରେ ରୌପ୍ୟ ପଦକ ଜିତିଥିଲେ ।

ସେହିପରି WC/349 ସଚିମା କେରକେଟା ମଧ୍ୟ ୩ଟି ପଦକ ହାସଲ କରିଛନ୍ତି। ସେ କାନୋଇଂ-୪ର ୨୦୦ ମିଟରରେ ସ୍ୱର୍ଣ୍ଣ ଏବଂ ୫୦୦ ମିଟର ଓ ୧୦୦୦ ମିଟରରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ ।

ଅନ୍ୟପକ୍ଷରେ WC/322 ଫୁଲମଣି ଖାଖା କାୟାକିଂ-୨ ୨୦୦ ମିଟରରେ ରୌପ୍ୟ ଏବଂ ସିଙ୍ଗଲ୍ ୧୦୦୦ ମିଟରରେ ବ୍ରୋଞ୍ଜ ପଦକ ହାସଲ କରି ଓଡ଼ିଶା ପୋଲିସ ପାଇଁ ଗୌରବ ଆଣିଛନ୍ତି। 

ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ  ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଓଡିଶା ପୋଲିସର କ୍ରୀଡା ଅଧିକାରୀ ନୀଳମାଧବ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
ଜାତୀୟ କ୍ରୀଡା ଦିବସ ଅବସରରେ  କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି   29-Aug-2026
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ବିଭାଗରେ ନୂତନ ନିର୍ଦ୍ଦେଶକଙ୍କ ଯୋଗଦାନ   29-Aug-2026
  ଜିଲ୍ଲା  
ଗଙ୍ଗାଧର ସାହିତ୍ୟରେ ମାନବିକତା, ପ୍ରକୃତି ଓ ଆଦର୍ଶ ଜୀବନର ବାର୍ତ୍ତା ବରିଷ୍ଠ ନାଗରିକ ପରିଷଦ, ଧନକଉଡ଼ା ପକ୍ଷରୁ ସ୍ୱଭାବ କବିଙ୍କ ଜୟନ୍ତୀ ପାଳିତ   29-Aug-2026
  ଜିଲ୍ଲା  
ଜଗନ୍ନାଥ କଲୋନୀ ଶାଖାରେ ଆର୍‌ଏସ୍‌ଏସ୍‌ର ରକ୍ଷାବନ୍ଧନ ଉତ୍ସବ ସ୍ୱୟଂସେବକଙ୍କ ସହ ବୃକ୍ଷକୁ ବନ୍ଧାଗଲା ରକ୍ଷାସୂତ୍ର   29-Aug-2026
  ଜିଲ୍ଲା  
ସତ ସମ୍ପର୍କ ଅନୁଷ୍ଠାନକୁ ପରିବାର ଭଲି ଆତ୍ମିୟ କରେ *ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ରକ୍ଷା ବନ୍ଧନ*   29-Aug-2026
  ଜିଲ୍ଲା  
*ସହର ରେ ନିର୍ମାଣ ଧୀନ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ*-   29-Aug-2026
  ଜିଲ୍ଲା  
ନୁଆଦିଲ୍ଲୀରେ ଓଡ଼ିଆ ଛାତ୍ର ସଙ୍ଗଠନ ଦ୍ୱାରା ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ   29-Aug-2026
  ଜିଲ୍ଲା  
ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ   29-Aug-2026
  ଜିଲ୍ଲା  
କାନୁଟ୍ କେଜିବିଭିରେ ଅନିୟମିତତା, ମେସ୍ ରୁ ବାଟମାରଣା ଅଭିଯୋଗ   29-Aug-2026
  ଜିଲ୍ଲା  
ବରପାଲି ଜନ୍ମମାଟିରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ରାଜ୍ୟ ସ୍ତରିୟ ଜୟନ୍ତୀ ପାଳିତ , ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜଙ୍କ ଯୋଗଦାନ   29-Aug-2026
  ଜିଲ୍ଲା  
ନାରୀ ସଶକ୍ତିକରଣ ଅଭିଯାନକୁ ନୂତନ ଗତି ପ୍ରଦାନ କରୁଛି ସୁଭଦ୍ରା ଯୋଜନା ♦️ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ଆରଏମସି ତରଫରୁ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ   28-Aug-2026
  ଜିଲ୍ଲା  
ଡାବୁଗାଁ ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   28-Aug-2026

You Might Also Like