-+91-9937148622 |
prerana_bgr@rediffmail.com |
Sunday 30th August 2026 |
R.N.I. Regd No. ODIODI/2010/46693
Breaking News
30-Aug-2026
ଲୋଇସିଂହା, (ପ୍ରେରଣା ଖବର) ଲୋଇସିଂହା ବ୍ଲକ ଅନ୍ତର୍ଗତ କେଉଁଟିପାଲି ଅଙ୍ଗନୱାଡି କେନ୍ଦ୍ର ନଂ-୦୨ ରୁ ଗତକାଲି ରାତିରେ ଚୋରୀ ହୋଇଛି l ସୂଚନା ଅନୁସାରେ, ଅଙ୍ଗନୱାଡି କର୍ମୀ ଜ୍ୟୋତି କୁମାରୀ ଗତ ୨୮.୦୮.୨୦୨୬ ଅପରାହ୍ନ ୧ ଟା ରେ ସମସ୍ତ କାର୍ଯ୍ୟ ସାରି କେନ୍ଦ୍ର ବନ୍ଦ କରି ଘରକୁ ଯାଇଥିଲେ। ଆଜି ତା.୨୯.୦୮.୨୦୨୬ ଦିନ ସକାଳ ୭.୩୦ ରେ କେନ୍ଦ୍ର କୁ ଆସି ଦେଖିବା ବେଳକୁ କେନ୍ଦ୍ର ର ତାଲା ଭଙ୍ଗା ହୋଇଥିଲା ଏବଂ କେନ୍ଦ୍ର ଭିତରୁ ସିଲିଂ ଫ୍ୟାନ୍, ଇଲେକ୍ଟ୍ରି ବଲ,ଓଜନ ମେସିନ, ବାସନକୁସନ ଯଥା-ଷ୍ଟିଲ ଥାଳି, ଷ୍ଟିଲ ଗ୍ଲାସ,ସହ ୧ ପେଟି ଅଣ୍ଡା (୨୧୦ ଟି ) ଚୋରୀ ହୋଇଥିବା ଜଣାପଡିଛି l ଏ ନେଇ କର୍ମୀ ଜ୍ୟୋତି କୁମାରୀ ଲୋଇସିଂହା ଥାନାରେ ଲିଖିତ ଏତଲା ଦେଇଛନ୍ତି ଏବଂ ଲୋଇସିଂହା ସିଡିପିଓ ଙ୍କୁ ମଧ୍ୟ ଅବଗତ କରାଇଛନ୍ତି।ଲୋଇସିଂହା ପୋଲିସ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି l