-+91-9937148622 |
prerana_bgr@rediffmail.com |
Sunday 30th August 2026 |
R.N.I. Regd No. ODIODI/2010/46693
Breaking News
30-Aug-2026
ଭୁବନେଶ୍ୱର(ମୁରଲୀଧର ମିଶ୍ର): ଫଟୋ ସାମ୍ବାଦିକତା କ୍ଷେତ୍ରରେ ଅନୀଲବାବୁଙ୍କ ଅବଦାନ ଅତୁଳନୀୟ। କାରଣ ଓଡିଶାରେ ଫଟୋ ଓ ସମ୍ବାଦ ସରବରାହ କ୍ଷେତ୍ରରେ ସେ ଯେଉଁ ଭୂମିକା ନିଭାଇଛନ୍ତି ତାହା ଆଗାମୀ ପିଢୀକୁ ପ୍ରେରଣା ଯୋଗାଇବ। ଯେତେବେଳେ ଫଟୋଚିତ୍ର ଉତ୍ତୋଳନ ଓ ପ୍ରକାଶନ ଅତ୍ୟନ୍ତ କଷ୍ଟଦାୟକ ଥିଲା ସେତେବେଳେ ସେ ଏହାକୁ ଆଙ୍କିବାରେ କମ୍ କଷ୍ଟ ଓ ତ୍ୟାଗ କରିନାହାଁନ୍ତି। ଫଳସ୍ୱରୂପ ତାଙ୍କର ଉଦ୍ୟମ ଯୋଗୁ ବହୁ ଯୁବବନ୍ଧୁ ଫଟୋ ସାମ୍ବାଦିକତାକୁ ପେଶା କରିବା ସହିତ ସମାଜରେ ପ୍ରତିଷ୍ଠିତ ହୋଇପାରିଛନ୍ତି ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି।
ରାଜ୍ୟର ଅଗ୍ରଣୀ ଫଟୋ ଓ ସମ୍ବାଦ ସରବରାହ ସଂସ୍ଥା ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି ଓ ‘ଇପିଏ ଉଇକ୍ଲି’ର ପ୍ରତିଷ୍ଠାତା ସ୍ୱର୍ଗତ ଅନୀଲ ପ୍ରସାଦ ମିଶ୍ରଙ୍କ ଦ୍ୱିତୀୟ ଶ୍ରାଦ୍ଧ ଦିବସ ଅବସରରେ ଅଶୋକନଗର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଭୁବନେଶ୍ୱରର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଓ ସ୍ଥାନୀୟ କର୍ପୋରେଟର ଆସିୟା ବେଗମ୍ ଅତିଥି ଭାବେ ଯୋଗ ଦେଇ ସ୍ୱର୍ଗତ ମିଶ୍ରଙ୍କ ବିଭିନ୍ନ କାର୍ଯ୍ୟାବଳୀ ସମ୍ପର୍କରେ ଉଲ୍ଲେଖ କରିବା ସହିତ ସ୍ମୁତିଚାରଣ କରିଥିଲେ। ଇପିଏ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ସମ୍ପାଦକ ଅଞ୍ଜଳି ମିଶ୍ର, ବାର୍ତ୍ତା ସମ୍ପାଦକ ମୁରଲୀଧର ମିଶ୍ର, ସହସମ୍ପାଦିକା ବବିତା ପରିଡା, ଫଟୋ ପ୍ରତିନିଧି ମଧୁସୂଦନ ସାହୁ, ମୂରଲୀଧର ପାତ୍ର, ସିଲୁ ସାହୁ, ସୁକାନ୍ତ ସୁନ୍ଦରାୟ, ନୟାଗଡ ପ୍ରତିନିଧି ଗୋକୁଳ ଷଡଙ୍ଗୀ, ଯୁବସମାଜ ସେବୀ ଫିରୋଜ ଖାନ୍, କନ୍ଧମାଳ ଜିଲ୍ଳା ପ୍ରତିନିଧି ପ୍ରମୋଦ ନାୟକ, ମଧୁସ୍ମିତା ନାୟକଙ୍କ ସମେତ ମାନ୍ୟଗଣ୍ୟ ଓ ବିଭିନ୍ନ ବର୍ଗର ବହୁ ବ୍ୟକ୍ତି ବିଶେଷ ଉପସ୍ଥିତ ହୋଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।