-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
31-Aug-2026
ବିନିକା(ହିମାଂଶୁ ଶେଖର ପୁଟେଲ)ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ବିନିକା ସ୍ଥିତ ଚନ୍ଦ୍ରମା କକ୍ଷ ଠାରେ ବିନିକା ବ୍ଲକ ଓ ନଗରସ୍କ କଂଗ୍ରେସ ତରଫରୁ ବିଏଲଏ -୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।ବ୍ଲକ ସଭାପତି ରାଧାମୋହନ ଭୋଇଙ୍କ ଅଧ୍ୟକ୍ଷତା ଓ ଜିଲ୍ଲା ସଭାପତି ବିନୋଦ ପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ କଂଗ୍ରେସ ବିଏଲଏ -୨ ଓ ପଞ୍ଚାୟତ ସଭାପତି ମାନେ ଉପସ୍ଥିତ ରହି ପ୍ରଶିକ୍ଷଣ ଗ୍ରହଣ କରିଥିଲେ।ବର୍ତ୍ତମାନ ରାଜ୍ୟରେ ଚାଲିଥିବା ଏଏସଆଇଆର ବା ଭୋଟର ସଂଶୋଧନ ତାଲିକା କିଭଳି ଭାବରେ ସଠିକ ହେବ ଏବଂ କଂଗ୍ରେସ ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରାଯିବ ସେନେଇ ଆଲୋଚନା କରାଯାଇଥିଲା ।ଏଥିରେ ପର୍ଯ୍ୟବେକ୍ଷକ ପ୍ରିୟବ୍ରତ ସାହୁ,ଜିଲ୍ଲା କିସାନ ସେଲ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ନାୟକ,ବରିଷ୍ଟ କଂଗ୍ରେସ ନେତା ସନ୍ତୋଷ ପଣ୍ଡା,ନଗର ସଭାପତି ଅଜିତ ଦାଶ,କଂଗ୍ରେସ ନେତା ନରେନ୍ଦ୍ର ସାହୁ,ସ୍ୱପ୍ନେଶ୍ୱର ପୃଷ୍ଟି,ଉଲୁଣ୍ଡା ସଭାପତି ହୃଷୀକେଶ କର୍ଣ୍ଣ,ବିଜୟ ଭୋଇ,ଉମାକାନ୍ତ ଦୀପ,ଅନିଲ ନାଏକ,ଟିକୁ ହୋତା,ହରିହର ଛନ୍ଦ ପ୍ରମୁଖଙ୍କ ସମେତ ବହୁ କଂଗ୍ରେସ ନେତା ଯୋଗ ଦେଇଥିଲେ ।