-+91-9937148622 |
prerana_bgr@rediffmail.com |
Sunday 30th August 2026 |
R.N.I. Regd No. ODIODI/2010/46693
Breaking News
30-Aug-2026
ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର)
ଜ଼ିଲ୍ଲା ରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ ଅବଧି ଶେଷହେବାକୁ ଆଉ ମାତ୍ର ୧ ଦିନ ବାକି। ଏପର୍ଯ୍ୟନ୍ତ ଜିଲାର ପ୍ରାୟ ଅଧାଚାଷୀ ପଞ୍ଜୀକରଣରୁ ବଞ୍ଚିତ ଅଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ଚାଷୀ ପଞ୍ଜୀକରଣ କରିପାରିବେ କି ନାହିଁ, ତାହାକୁ ନେଇ ଆଶଙ୍କା ବଢ଼ିଛି। ଏଥିରୁ ବାଦ ପଡ଼ିନାହାନ୍ତି ଡାବୁଗାଁ ଅଂଚଳର ଚାଷୀ ଡାବୁଗାଁ ଲ୍ୟାମ୍ପସରେ ବର୍ତ୍ତମାନ ସୁଦ୍ଧା ସୁଦ୍ଧା ମଣ୍ଡି କାର୍ଡ ପାଇଁ ୨୨୦୦ ସହ ଚାଷୀ ଆବେଦନ କରିଥିବା ବେଳେ ରେଜିଷ୍ଟେନ ହୋଇ ପାରିଛି ମାତ୍ର ୧୮୫୦ ଜଣ ଚାଷୀଙ୍କ। ଡାବୁଗାଁ ଲ୍ୟାମ୍ପସ ଏମଡି ହରିବନ୍ଧୁ ମିର୍ଗାନ କହିବା ପ୍ରକାରେ ମଣ୍ଡି କାର୍ଡ କାର୍ଯ୍ୟରେ ୪ଜଣ ପିଲା ନିୟଜିତ ଅଛନ୍ତି ଏବଂ ଅଶାନ୍ତ କାଲି ସୁଦ୍ଧା ସମସ୍ତଙ୍କ ରେଜିଷ୍ଟେସନ କରିବା ପାଇଁ ପ୍ରୟାସ ଜାରି ରଖା ହୋଇଛି। ସେ କହିବା ପ୍ରକାରେ ଡାବୁଗାଁ କୃଷିବିଭାଗର ଅବହେଳା ଯୋଗୁଁ ଅଧିକାଂଶ ଚାଷୀ ଟୋକେନ ପାଇବାରେ ବିଳମ୍ବ ହାଇଥିଲା ତେଣୁ ଡାବୁଗାଁ ଅଂଚଳରେ ସମସ୍ୟା ଦେଖାଦେଲା ।୨୦୨୫-୨୬ ଖରିଫ ଋତୁରେ ଜିଲାର ୫୦,୯୧୯ ଜଣ ଚାଷୀ ପଞ୍ଜୀକରଣ କରିଥିଲେ। ଚଳିତ ବର୍ଷ ଅଗଷ୍ଟ ଶେଷ ସୁଦ୍ଧା ମାତ୍ର ୨୪,୩୬୧ (୪୭.୮୪%) ଚାଷୀ ପଞ୍ଜୀକରଣ କରିଛନ୍ତି।ଡାବୁଗାଁ ରେ ମାତ୍ର ୪୩. ୩୨% ଚାଷୀ ବର୍ତ୍ତମାନ ପର୍ଯ୍ୟନ୍ତ ପଞ୍ଜିକରଣ କରିପାରୁଛନ୍ତି।ଅନେକ ସ୍ଥାନରେ ସର୍ଭର ଡାଉନ୍ ସମସ୍ୟା ଯୋଗୁ ପଞ୍ଜୀକରଣ ବାଧାପ୍ରାପ୍ତ ହେଉଛି। ଫଳରେ ସକାଳଠାରୁ ରାତି ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଲ୍ୟାମ୍ପ୍ସ କାର୍ଯ୍ୟାଳୟଗୁଡ଼ିକରେ ଚାଷୀଙ୍କ ପ୍ରବଳ ଭିଡ଼ ଲାଗିରହୁଛି। ସରକାର ଘୋଷଣା କରିଥିବା ୭୮ଟି ନୂତନ ଲ୍ୟାମ୍ପ୍ସ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ପୁରୁଣା ୧୩ଟି ଲ୍ୟାମ୍ପ୍ସ ଉପରେ ସମସ୍ତ ଚାଷୀ ନିର୍ଭର କରୁଛନ୍ତି। ଏହା ପଞ୍ଜୀକରଣ ପ୍ରକ୍ରିୟାକୁ ଧିମା କରିଥିବା ଅଭିଯୋଗ ହୋଇଛି। ଅବଶିଷ୍ଟ ଚାଷୀଙ୍କ ପାଇଁ ପଞ୍ଜୀକରଣ ଅବଧି ବୃଦ୍ଧି କରାଯିବ କି ନାହିଁ, ତାହା ଏବେ ଚାଷୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।