-+91-9937148622 |
prerana_bgr@rediffmail.com |
Saturday 29th August 2026 |
R.N.I. Regd No. ODIODI/2010/46693
Breaking News
29-Aug-2026
ବରଗଡ଼(ତୁଳସୀ ଚରଣ ଦାଶ): ଜର୍ଜ ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଅଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ୱତୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଜୟନ୍ତୀ ଉତ୍ସବରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ସୁରେଶ କୁମାର ଦାଶ ମଞ୍ଚ ପରିଚାଳନା କରିଥିଲେ।
ଏହି ଅବସରରେ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ କୁମୁଦିନୀ ପାଣିଗ୍ରାହୀ, ଶ୍ରୀମତୀ ବାସନ୍ତୀ ପ୍ରଧାନ, ଶ୍ରୀମତୀ ସଞ୍ଜୁବାଳା ପୃଷ୍ଟି, ଶ୍ରୀମତୀ ମଧୁମିତା ପୁରୋହିତ, ଶ୍ରୀମତୀ ସୁଚିତା ଟପ୍ନୋ, ଶ୍ରୀମତୀ ନିବେଦିତା ପ୍ରଧାନ ଏବଂ ଶିକ୍ଷକ ଶ୍ରୀ ଦୁଷ୍ମନ୍ତ ଭୁଏ ମଞ୍ଚାସୀନ ହୋଇ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୀବନ, ସାହିତ୍ୟ ଓ ସୃଜନଶୀଳତା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ।
କାର୍ଯ୍ୟକ୍ରମରେ କବିଙ୍କ ଲେଖନୀ ମୂନରୁ ନିଃସୃତ ଅମୃତମୟ ସୃଷ୍ଟି “ବିଶ୍ୱଜୀବନ ହେ...”, “ବିଶ୍ୱ ଦେଖ ମଧୁମୟ ରେ ଜୀବନ...”, “ମଙ୍ଗଳେ ଅଇଲା ଉଷା...” ପ୍ରଭୃତି କବିତା ସମୂହ ଗାନ କରାଯାଇଥିଲା। ଏହା ବିଦ୍ୟାଳୟ ପରିବେଶକୁ ଗଙ୍ଗାଧରଙ୍କ ସାହିତ୍ୟିକ ଚେତନାରେ ମୁଖରିତ କରିଥିଲା।
ଏଥିସହ ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ଜୀବନୀ ଓ ସାହିତ୍ୟକୃତି ଉପରେ ଆଧାରିତ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରୀୟ ସହଯୋଗ କରିଥିଲେ । ପରିଶେଷରେ ଶିକ୍ଷକ ଶ୍ରୀ ଦୁଷ୍ମନ୍ତ ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ।
---------×××---------