-+91-9937148622 |
prerana_bgr@rediffmail.com |
Sunday 30th August 2026 |
R.N.I. Regd No. ODIODI/2010/46693
Breaking News
29-Aug-2026
ବଲାଙ୍ଗିର,- ଆଜି ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଇଣ୍ଡୋର ବ୍ୟାଡ ମିଣ୍ଟନ ଷ୍ଟାଡିୟମ ରେ ୟୋନେକ୍ସ ସନରାଇଜ ଲେଭେଲ-୩ ଜିଲ୍ଲା ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦ୍ଯାପିତ ହୋଇଯାଇଅଛି । ୨ ଦିନ ବ୍ୟାପି ୧୩ ବର୍ଷ, ୧୫ ବର୍ଷ ଓ ୧୭ ବର୍ଷ ରୁ କମ୍ ବାଳକ ବାଳିକା କୁ ନେଇ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତା ର ଆଜି ସମସ୍ତ ସେମିଫାଇନାଲ ଓ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ୧୩ ବର୍ଷ ରୁ କମ୍ ବାଳକ ଫାଇନାଲ ରେ ଅନ୍ୱେଷ ସାହୁ ଶ୍ରୀୟାଂଶ ଙ୍କୁ ୧୦-୫, ୧୫-୮ ଓ ୧୫-୧୨ ର ତିନୋଟି ଗେମ ରେ ହରାଇ ଚମ୍ପିୟାନ ହୋଇଛନ୍ତି । ଏହି ବର୍ଗର ବାଳିକା ଫାଇନାଲ ରେ ଶ୍ୱେତାଶ୍ରୀ ନାୟକ କଳ୍ପନା ଗୌଡ ଙ୍କୁ ୧୫-୪ ଓ ୧୫-୨ ଓ ପଏଣ୍ଟ ରେ ହରାଇ ଚମ୍ପିୟାନ ହୋଇଛନ୍ତି । ୧୫ ବର୍ଷରୁ କମ୍ ବାଳକ ବିଭାଗ ରେ ନଭ୍ୟାନ୍ସ ନନ୍ଦ ପ୍ରତିପକ୍ଷ ଖେଳାଳୀ ନିତିଶ ମେହେର ଙ୍କୁ ୧୫-୧୦, ୧୧-୧୫ ଓ ୧୫-୧୩ ପଏଣ୍ଟ ରେ ହରାଇ ଚମ୍ପିୟାନ ହୋଇଛନ୍ତି । ୧୭ ବର୍ଷ ରୁ କମ୍ ବାଳିକା ବିଭାଗର ଫାଇନାଲ ରେ ମଧ୍ୟ ନିୟତି ପଦ୍ମିନୀ ପ୍ରତିଦ୍ୱନ୍ଦୀ ଶ୍ୱେତାଶ୍ରୀ ନାୟକ ଙ୍କୁ ୧୫-୩ ଓ ୧୫-୦ ପଏଣ୍ଟରେ ହରାଇ ଚମ୍ପିୟାନ ହେବା ସହ ପ୍ରତିଯୋଗିତାରେ ଦ୍ୱିମୁକୁଟ ହାସଲ କରିଛନ୍ତି । ଏହି ବର୍ଗର ବାଳକ ବିଭାଗ ରେ ମାନସ ବେହେରା ପ୍ରତିଦ୍ୱନ୍ଦୀ ସାଇ ପ୍ରସାଦ ମହାନନ୍ଦ ଙ୍କୁ ୯-୧୫, ୧୫-୭ ଓ ୧୫-୧୧ ପଏଣ୍ଟ ରେ ହରାଇ ଚମ୍ପିୟାନ ହୋଇଛନ୍ତି । ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲାର ତୁଷୁରା, ସଇଁତଲା, କଣ୍ଟାବାଞ୍ଜି, ପାଟଣାଗଡ, ବଙ୍ଗୋମୁଣ୍ଡା, ମୁରିବାହାଲ, ଲୁଇସିଂହା, ପୁଇଁନ୍ତଲା ଓ ବଲାଙ୍ଗିର ପୌରାଂଚଳ ର ୧୫୦ ରୁ ଉର୍ଦ୍ଧ୍ୱ ବାଳକ ଓ ବାଳିକା ଖେଳାଳି ଭାଗ ନେଇଥିଲେ । ଏହି ପ୍ରତିଯୋଗିତା ର ଚମ୍ପିୟାନ, ରନର୍ସଅପ ଏବଂ ସେମିଫାଇନାଲିଷ୍ଟ ଖେଳାଳିମାନେ ଲେଭେଲ-୩ ରାଜ୍ୟ ଚମ୍ପିୟାନସିପ୍ ପାଇଁ ବଲାଙ୍ଗିର ଦଳ ତରଫରୁ ରାୟଗଡା ଠାରେ ସେପ୍ଟେମ୍ବର ୨୫ ଆୟୋଜିତ ହେବାକୁ ଥିବା ଲେବଲ ୩ ରାଜ୍ୟ ଚମ୍ପିୟାନସିପ୍ ପାଇଁ ପ୍ରତିନିଧିତ୍ୱ କରିବେ ।
ଏଠାରେ ସୂଚନାଯୋଗ୍ୟ ଯେ ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦ ଙ୍କ ଜନ୍ମଦିନ ତଥା ଜାତୀୟ କ୍ରୀଡା ଦିବସ କୁ ଆହୁରି ସ୍ମରଣୀୟ କରିବା ପାଇଁ ଏ ବର୍ଷ “ଖେଳିବ ଭାରତ, ଜିତିବ ଭାରତ” ଥିମ କୁ ନେଇ ସାରା ଦେଶ ରେ ୨୮ ତାରିଖ ଓ ୨୯ ତାରିଖ ଦିନ ବିଭିନ୍ନ ଖେଳର ପ୍ରତିଯୋଗିତା ଆୟୋଜନ କରାଯାଇଅଛି । ଉଦ୍ଯାପନୀ ସମାରୋହରେ ଜିଲ୍ଲା ବ୍ୟଡମିଣ୍ଟନ ସଂଘ ସଭାପତି ଗୋପାଳ ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଉପସଭାପତି ଘନଶ୍ୟାମ ମିଶ୍ର, ସମ୍ପାଦକ ସୁରୁଲାଲ ମଟାରିି, ସହ-ସଂପାଦକ ମାନସ ମହାନ୍ତି, ଉପଦେଷ୍ଟା ସୁଶାନ୍ତ ଚୋପଦାର, ବାସୁଦେବ ବେହେରା ପ୍ରତିଯୋଗିତାର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା, ମ୍ୟାଚ କଣ୍ଟ୍ରୋଲର ଅନନ୍ତ ବେହେରା, ମୁଖ୍ୟ ରେଫରି ଚନ୍ଦ୍ର ଶେଖର ମିଶ୍ର, ବୀରବର ସାହୁ ଚମ୍ପିୟାନ, ଅନର୍ସ ଅଫ୍ ଏବଂ ସମିଫାଇନାଲିଷ୍ଟମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ । ପ୍ରତିଯୋଗିତା ର ସଫଳ ପରିଚାଳନା ପାଇଁ ହେମନ୍ତ ପଧାନ, ପବନ ସାହୁ, ରଂଜିତ ମେହେର, ସୌରଭ ପ୍ରଧାନ, ଉପେନ୍ଦ୍ର ଚନ୍ଦନ, ଦେବବ୍ରତ କଦମ, ରାଜ କିଶୋର ଶତପଥି, ଜିତେଶ୍ୱର ରଣା, ସୋମେଶ ଆଚାର୍ଯ୍ୟ, ପ୍ରକାଶ ସାହୁ, ମୁକେଶ ରଣା, ବିନୋଦିନୀ ଠେଲା, ଉଲେସ ସେଠ, ବିଜୟନନ୍ଦ ପଟେଲ, ରେଖା ମନହିରା, ପ୍ରତିଯୋଗିତା ସଂଯୋଜକ ସୁରେନ୍ଦ୍ର ନେପାଳ, ଚିତ୍ତ ରଂଜନ ସାହୁ, ଗଜାନନ ଦାସ ବିଭିନ୍ନ ବିଭାଗ ର ଦାୟିତ୍ୱ ସମ୍ଭାଳି ଥିଲେ ।