-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
31-Aug-2026
ପାଟଣାଗଡ଼ ନିକଟସ୍ଥ ଦେଉଲଗାଁ ଠାରେ, କୋସଲି ଭାଷାର କଳା ସଂସ୍କୃତିର୍ ବିକାଶ ପାଇଁ ତହଁକ କୁଟୁମର୍ ଏକ ଭିନ୍ନ ପ୍ରୟାସ, "ହଜଲା ରସ ନୁରମା ଆସ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ଆମ ଅଞ୍ଚଳ ରେ ହଜି ଯାଉଥିବା କୋସଲି ଟପା ଦାଏକା, ବଖାନି, ହଲିଆଗୀତ, ଲିଳା ନାଟକ, ଖଞଣୀ ବାଦ୍ୟ ଆଦି ବହୁ ଲୋକ କଳାକାର, ବଲାଙ୍ଗୀର ବୌଦ୍ଧ, ବରଗଡ ସୋନପୁର ଅଞ୍ଚଳରୁ କବି କଳାକାର ଆସି ତାଙ୍କ କଳା ପ୍ରଦର୍ଶନ କରିଥିଲେ ଏବଂ ଏହି ଅଞ୍ଚଳର ଲୋକକଳାକୁ ଆଗାମୀ ଦିନରେ ବଞ୍ଚାଇ ରଖି ପ୍ରଚାର ପ୍ରସାର କରିବା ପାଇଁ ଶପଥପାଠ କରିଥିଲେ। ଏହି
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ସୁଶୀଲ ଗୁରୁ, ତହଁକ ସମ୍ପାଦକ ରାଜେଶ ଦଣ୍ଡସେନା, ମୁଖିଆ ସଂପାଦକ ଅର୍ଜୁନ କୁମାର ସାହୁ, କବି ଗୟାଧର ପଟେଲ, ଆଶୁକବି ଗରିବ ମଲ୍ଲିକ, କବି କିଶୋର ପଟେଲ, ପୃଥିରାଜ ସିଂ ଦେଓ, ଠଣସୁନ୍ଦର ରଥ ମଞ୍ଚାସୀନ ହୋଇ ଆମ ଭାଷା ସଂସ୍କୃତି କୁ ବଞ୍ଚାଇବାକୁ ହେଲେ ଆଧୁନିକତା ସହ ଆମର ଲୋକକଳାକୁ ମଧ୍ୟ ଯୋଡ଼ିବାକୁ ହେବ ବୋଲି ମତବ୍ୟକ୍ତ କରିଥିଲେ। ବିଶିଷ୍ଟ ଦଣ୍ଡ କଳାକାର ଗିରିଧାରୀ ମଟାରୀ ତାଙ୍କ କଳା ମାଧ୍ୟମରେ ଦର୍ଶକ ମାନଙ୍କୁ ମନମୁଗ୍ଧ କରିଥିଲେ। ସେପରି ସନ୍ତୋଷ ସ୍ଵାଇଁ
ଛଟକା ବଖାନି କହି ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରିଥିଲେ। ଗିରିଶ ପାତ୍ର ଏହି କାର୍ଯ୍ୟକ୍ରମରେ ଦେଉଳ ଗାଁ ଧବଳେଶ୍ଵର ବାବା ବୋଲବମ୍ କମିଟିର ରାଜୀବ ଲୋଚନ ଦାସ,ତପନ କୁମାର ସାହୁ,ଉମାକାନ୍ତଜୁଆଡି ଜୟ ବିଶ୍ୱାଳ, ଅଞ୍ଜନ ସାହୁ
ଦୁଷ୍ମନ୍ତ ସାହୁ,ମଣି ସିଂଦେବ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ କୁ ପ୍ରସନ୍ନ ଗଡ଼ତିଆ ସଂଯୋଜନା କରିଥିବା ବେଳେ ମଣି ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।