-+91-9937148622 |
prerana_bgr@rediffmail.com |
Sunday 30th August 2026 |
R.N.I. Regd No. ODIODI/2010/46693
Breaking News
29-Aug-2026
ବଲାଙ୍ଗିର ସହର ନିକଟସ୍ଥ କଅଗାଁ ର ପ୍ରସିଦ୍ଧ ଶୈବପୀଠ ବାବା ଧବଲେଶ୍ୱରଙ୍କ ପୀଠରେ ଗଲା ମାସେ କାଳ ଧରି ପବିତ୍ର ଶ୍ରାବଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଶ୍ରାବଣର ପୂର୍ଣ୍ଣମୀ ତିଥିରେ ଦେବ ଦେବ ମହାଦେବ ଧବଲେଶ୍ୱରଙ୍କ ସୁସଜ୍ଜିତ ପୁଷ୍ପ ଶୃଙ୍ଗାର ଦର୍ଶନ ଆୟୋଜିତ ହୋଇଥିଲା । ବଲାଙ୍ଗିର ଜିଲ୍ଲାର କୋଣ ଅନୁକୋଣରୁ ତଥା ଜିଲ୍ଲା ବାହାରୁ ଅଗଣିତ କାୱଡିଆ ଓ ଭକ୍ତଙ୍କ ସମାଗମ ହୋଇଥିଲା । ବିଭିନ୍ନ ତୀର୍ଥ କ୍ଷେତ୍ର ତଥା ନଦୀ ଜଳାଶୟରୁ ପବିତ୍ର ଜଳ ଆଣି ବାବାଙ୍କ ପୀଠରେ ଜଳଲାଗି କରାଯାଇଥିଲା । ଆଜି ଶ୍ରୀ ଶ୍ରୀ ଧବଲେଶ୍ୱର ହେରିଡେଟେରି ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ଶ୍ରାବଣ ପୂର୍ଣ୍ଣମୀରେ ହେମନ୍ତ ଥନାପତି,ବିରୁପାକ୍ଷ ଥନାପତି, ଗୋପାଳ ଥନାପତି, ବିଘ୍ନରାଜ ଥନାପତି,ନରସିିଂହ ଥନାପତିି, ପର୍ଶୁରାମ ଥନାପତି, ଦିଲୀପ ଥନାପତି, ଶାନ୍ତନୁ ଥନାପତି, ଶେଖର ଥନାପତି, ବଳରାମ ଥନାପତି, ଜୟରାମ ଥନାପତି, ରଂଜନ ଥନାପତି, ଲିଟୁ ଥନାପତି, ସୋହମ ଥନାପତି, ଭିକାରୀ ଥନାପତି, ବିଭୁ ଥନାପତି, ବାବଲୁ ଥନାପତି, ଗଣନାଥ ଥନାପତି, ସଚ୍ଚିଦା ଥନାପତି, ସୋନୁ ଥନାପତି, ମୁକେଶ ଥନାପତି, ହୃଷିକେଶ ଥନାପତି, ରିଙ୍କୁ ଥନାପତି,ପପୁନ ଥନାପତି, ଜ୍ୟୋତି ରଂଜନ ଥନାପତି, ଜଗଦିଶ ଥନାପତି, ଦୀପକ ଥନାପତି, ଅଶ୍ୱିନୀ ଥନାପତି, ବିଶ୍ୱାମିତ୍ର ଥନାପତି, ଆନନ୍ଦ ଥନାପତି ଓ ବରିଷ୍ଠ ଆଇନଜୀବୀ ତଥା ସେବାୟତ ରାମାନନ୍ଦ ଥନାପତି ବିଭିନ୍ନ ସେବାପୂଜା କରିଥିଲେ ।