-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
29-Dec-2020
ସମ୍ବଲପୁର: (ଦେବାଶିଷ ବେହେରାଙ୍କ ରିପୋର୍ଟ) ନିଷିଦ୍ଧାଞ୍ଚଳରେ ଫଟୋ ଉଠିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି। ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ସକାଳେ ଓଏଚ୍ପିସି କାର୍ଯ୍ୟାଳୟର ଛାତ ଉପରେ ଫଟୋ ଉଠା କାର୍ଯ୍ୟକ୍ରମ ଚାଲିଥିଲା। କେତେଜଣ ପୁଅ-ଝିଅ ସେଠାରେ ପହଞ୍ଚି ଫଟୋ ଉଠାଉଥିବାର ଦୃଶ୍ୟ ଭିଡିଓରେ ରହିଛି। ହୀରାକୁଦ ବନ୍ଧର ଗେଟ୍ ପାଖରେ ଓଏଚ୍ପିସିର ଛାତ ଉପରକୁ ଏମାନେ କିପରି ଗଲେ ଏବଂ ସେଠାରେ ଫଟୋ ଉଠାଇଲେ, ତାହାକୁ ନେଇ ବଡ ପ୍ରଶ୍ନ ଉଠିଛି।ସେଠାରେ ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀ କିପରି ଅନୁମତି ଦେଲେ, ତାହାକୁ ନେଇ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ସାଧାରଣ ଲୋକଙ୍କ ପାଇଁ ହିରାକୁଦ ଡ୍ୟାମ ଉପରେ ଯାତାୟାତ ନିଷିଦ୍ଧ କରାଯାଇଛି। ତା ପରେ ଆହୁରି ସମ୍ପୂର୍ଣ୍ଣ ନିସିଦ୍ଧାଞ୍ଚଳ ହେଉଛି ଓଏଚ୍ପିସି ଅଞ୍ଚଳ। ଏହା ବୁର୍ଲା ପଟେ ଗଲେ ହୀରାକୁଦ ଡ୍ୟାମର ମୁଖ୍ୟ ଜଳ ନିଷ୍କାସନ ହେଉଥିବା ଗେଟ ପାଖରେ ରହିଛି। ଏହି ଠାରୁ ବିଦ୍ୟୁତ ମଧ୍ୟ ଉତ୍ପାଦନ ହୋଇଥାଏ। ସେଥିପାଇଁ ଏହି ଅଂଚଳକୁ ସାଧାରଣ ଲୋକଙ୍କର ଯାତାୟତ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏଭଳି ଏକ ନିଷିଦ୍ଧାଞ୍ଚଳର ଛାତ ଉପରେ କିଭଳି ଭାବରେ ୮ ରୁ ୧୦ଜଣ ଯୁବକ ଯୁବତୀ ପହଁଚିଲେ ତାହା ସାଧାରଣରେ ପ୍ରଶ୍ନ ସୃଷ୍ଟି କରୁଛି।