-+91-9937148622 |

prerana_bgr@rediffmail.com |

  Sunday 30th August 2026 |

| | | |

R.N.I. Regd No. ODIODI/2010/46693

Breaking News

ନୀଳଜି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଫୁଟିଲା କ୍ରୀଡ଼ା ପ୍ରତିଭାର ରଙ୍ଗ, ଜୋନାଲ ସ୍ତରୀୟ କ୍ରୀଡ଼ା ମହୋତ୍ସବରେ ଉତ୍ସାହରେ ମାତିଲେ ଛାତ୍ରଛାତ୍ରୀ   (30-Aug-2026)       ||      ଜାତୀୟ କ୍ରୀଡ଼ା ଦିବସ ପାଳିତ   (30-Aug-2026)       ||      ଧବଲେଶ୍ୱରଙ୍କ ପୁଷ୍ପ ଶୃଙ୍ଗାର   (29-Aug-2026)       ||      ୟୋନେକ୍ସ ସନରାଇଜ ଲେଭେଲ-୩ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ  ନିୟତି ପଦ୍ମିନୀ କୁ ଦ୍ୱିମୁକୁଟ, ୧୭ ବର୍ଷରୁ କମ୍ ବାଳକରେ ମାନସ ବେହେରା ଓ ୧୫ ବର୍ଷରୁ କମ୍ ବାଳକ ରେ ନଭ୍ୟାନ୍ସ ନନ୍ଦ ଚମ୍ପିୟାନ   (29-Aug-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ ଟାଉନବସ୍ ଚଳାଚଳ ପାଇଁ ଦାବୀ   (29-Aug-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (29-Aug-2026)       ||      ବାର୍ଷିକ ସାଧାରଣ କ୍ରୀଡା ଯୋଜନା ବୈଠକ ଅନୁଷ୍ଠିତ    (29-Aug-2026)       ||      ଜର୍ଜ ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ   (29-Aug-2026)       ||      ପ୍ରଫେସର ପ୍ରହଲ୍ଲାଦ ପ୍ରଧାନଙ୍କ ୧୧୬ ତମ ଜୟନ୍ତୀ ସମାରୋହ    (29-Aug-2026)       ||      ଲୁହ ଓ କୋହ"କବିତା ସଙ୍କଳନ ଲୋକାର୍ପିତ   (29-Aug-2026)       ||      ଜାତୀୟ କ୍ରୀଡା ଦିବସ ଅବସରରେ  କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି   (29-Aug-2026)       ||      ସୂଚନା ଓ ଲୋକସମ୍ପର୍କ ବିଭାଗରେ ନୂତନ ନିର୍ଦ୍ଦେଶକଙ୍କ ଯୋଗଦାନ   (29-Aug-2026)       ||      ଗଙ୍ଗାଧର ସାହିତ୍ୟରେ ମାନବିକତା, ପ୍ରକୃତି ଓ ଆଦର୍ଶ ଜୀବନର ବାର୍ତ୍ତା ବରିଷ୍ଠ ନାଗରିକ ପରିଷଦ, ଧନକଉଡ଼ା ପକ୍ଷରୁ ସ୍ୱଭାବ କବିଙ୍କ ଜୟନ୍ତୀ ପାଳିତ   (29-Aug-2026)       ||      ଜଗନ୍ନାଥ କଲୋନୀ ଶାଖାରେ ଆର୍‌ଏସ୍‌ଏସ୍‌ର ରକ୍ଷାବନ୍ଧନ ଉତ୍ସବ ସ୍ୱୟଂସେବକଙ୍କ ସହ ବୃକ୍ଷକୁ ବନ୍ଧାଗଲା ରକ୍ଷାସୂତ୍ର   (29-Aug-2026)       ||      ସତ ସମ୍ପର୍କ ଅନୁଷ୍ଠାନକୁ ପରିବାର ଭଲି ଆତ୍ମିୟ କରେ *ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ରକ୍ଷା ବନ୍ଧନ*   (29-Aug-2026)       ||      *ସହର ରେ ନିର୍ମାଣ ଧୀନ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ*-   (29-Aug-2026)       ||      ନୁଆଦିଲ୍ଲୀରେ ଓଡ଼ିଆ ଛାତ୍ର ସଙ୍ଗଠନ ଦ୍ୱାରା ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ   (29-Aug-2026)       ||      ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ   (29-Aug-2026)       ||      କାନୁଟ୍ କେଜିବିଭିରେ ଅନିୟମିତତା, ମେସ୍ ରୁ ବାଟମାରଣା ଅଭିଯୋଗ    (29-Aug-2026)       ||      ବରପାଲି ଜନ୍ମମାଟିରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ରାଜ୍ୟ ସ୍ତରିୟ ଜୟନ୍ତୀ ପାଳିତ , ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜଙ୍କ ଯୋଗଦାନ   (29-Aug-2026)       ||     

HOME   ଜିଲ୍ଲା

ନୀଳଜି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଫୁଟିଲା କ୍ରୀଡ଼ା ପ୍ରତିଭାର ରଙ୍ଗ, ଜୋନାଲ ସ୍ତରୀୟ କ୍ରୀଡ଼ା ମହୋତ୍ସବରେ ଉତ୍ସାହରେ ମାତିଲେ ଛାତ୍ରଛାତ୍ରୀ

30-Aug-2026



ସିନାପାଲି (ଚିନ୍ତାମଣି  ନେତାମ )
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଅନ୍ତର୍ଗତ ନୀଳଜି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଉତ୍ସାହ, ଉଦ୍ଦୀପନା ଓ କ୍ରୀଡ଼ା ପ୍ରତିଭାର ମିଳନ ମଧ୍ୟରେ ଜୋନାଲ ସ୍ତରୀୟ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଖେଳ ପଡ଼ିଆରେ ଛାତ୍ରଛାତ୍ରୀଙ୍କ ଉତ୍ସାହ ଓ ପ୍ରତିଯୋଗିତାରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇଉଠିଥିଲା।
ନୀଳଜି ଜୋନ୍ ଅନ୍ତର୍ଗତ ବିଭିନ୍ନ ଉଚ୍ଚ ବିଦ୍ୟାଳୟ ସମେତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରତିଭାବାନ ଖେଳାଳିମାନେ ଏହି କ୍ରୀଡ଼ା ମହୋତ୍ସବରେ ଅଂଶଗ୍ରହଣ କରି ନିଜର କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରିଥିଲେ। ଖେଳାଳିମାନଙ୍କ ମଧ୍ୟରେ ପ୍ରତିଯୋଗିତା ସହ ଶୃଙ୍ଖଳା, ଭାଇଚାରା ଓ କ୍ରୀଡ଼ାସୁଲଭ ମନୋଭାବ ଦେଖିବାକୁ ମିଳିଥିଲା।
ଉଦଘାଟନୀ ସଭାରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଲଳିତ କୁମାର ସୁନାରୀ ସଭାପତିତ୍ୱ କରିଥିଲେ। ପ୍ରାକ୍ତନ କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ବିଶ୍ୱମ୍ବର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର, ପ୍ରଧାନ ଶିକ୍ଷକ, ଶ୍ରୀଯୁକ୍ତ ରାକେଶ କୁମାର ମିଶ୍ର ପ୍ରଧାନ ଶିକ୍ଷକ, ଅଭିଭାବକ ଶ୍ରୀଯୁକ୍ତ ସଞ୍ଜୟ ନାୟକ, ଖଡ଼ିଆଳ, ଶ୍ରୀଯୁକ୍ତ ପରେଶ ନାଥ ପାଣିଗ୍ରାହୀ ଏବଂ ସିନାପାଲି ବ୍ଲକ୍ କ୍ରୀଡ଼ା ଶିକ୍ଷକ ସଂଘର ସମ୍ପାଦକ ଶ୍ରୀଯୁକ୍ତ ସନ୍ତୋଷ କୁମାର ମେହେର ପ୍ରମୁଖ ଯୋଗଦେଇଥିଲେ।
କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ହିମାଂଶୁ ଶେଖର ମହନ୍ତଙ୍କ ପ୍ରତ୍ୟକ୍ଷ ପରିଚାଳନାରେ କ୍ରୀଡ଼ା ମହୋତ୍ସବଟି ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା। ବ୍ଲକର ବରିଷ୍ଠ କ୍ରୀଡ଼ା ଶିକ୍ଷକ ସନ୍ତୋଷ କୁମାର ବୈଠାରୁ, ଭାସ୍କର ପାତ୍ର, ଗଣେଶ ମେହେର, ଧର୍ମେନ୍ଦ୍ର ପ୍ରଧାନ, ଶ୍ରବଣ ମେହେର, ଲଛମନ ସାମଲ ଓ ରଞ୍ଜନ ମାଝୀ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଠାକୁର ସହଯୋଗ କରିଥିଲେ।
ଉଦଯାପନୀ ସଭାରେ ସରପଞ୍ଚ ଶ୍ରୀଯୁକ୍ତ ଲକ୍ଷ୍ମଣ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। କ୍ରୀଡ଼ା ଛାତ୍ରଛାତ୍ରୀଙ୍କ ଜୀବନରେ ଶୃଙ୍ଖଳା, ଧୈର୍ଯ୍ୟ, ଏକତା, ନେତୃତ୍ୱ ଓ ଆତ୍ମବିଶ୍ୱାସ ବିକାଶ କରିବାର ଏକ ଉତ୍ତମ ମାଧ୍ୟମ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମକୁ ସଫଳ କରିବାରେ ନୀଳଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ପିତାମ୍ବର ଟୋଲଟିଆ, ପୀତବାସ ନାଏକ, ପରମେଶ୍ୱର ମାଝୀ, ଶଶିରେଖା ସାହୁ, ରାକେଶ କଟା, କିଶୋର ହରପାଲ, ସନ୍ତୋଷ ମଲ୍ଲିକ, ମୁକେଶ ଦଣ୍ଡସେନା, ପୀତବାସ ମାଝୀ, ରୁପେଲି ପ୍ରଧାନ, ପ୍ରବୀଣା ଛନ୍ଦା, ବନ୍ଦନା ଚଳନା, ଉତ୍କଳିକା ମେହେର, ଇପତେଶ ମେହେର, ଗଣେଶ ମେହେର, ଜନ୍ମେଜୟ ମହାନନ୍ଦ, ଉଦିତ ତାଣ୍ଡି, ଦୀପ୍ତିକାନ୍ତ ସାହୁ, ମୀନତି ମେହେର, ହେମନ୍ତ ମାଝୀ, ଚଞ୍ଚଳା ମହାନନ୍ଦ, କିଶୋର ଓ ରିତା ପ୍ରମୁଖ ସହଯୋଗ କରିଥିଲେ।
ବିଦ୍ୟାଳୟର NCC, Scout ଓ Red Crossର ଛାତ୍ରଛାତ୍ରୀମାନେ ମଧ୍ୟ ବିଭିନ୍ନ ଦାୟିତ୍ୱ ତୁଲାଇ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସଫଳ କରିବାରେ ସକ୍ରିୟ ସହଯୋଗ କରିଥିଲେ।
ନୀଳଜିର ଏହି ଜୋନାଲ ସ୍ତରୀୟ କ୍ରୀଡ଼ା ମହୋତ୍ସବ ଛାତ୍ରଛାତ୍ରୀଙ୍କ ପାଇଁ କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ସେମାନଙ୍କ ସ୍ୱପ୍ନ, ପ୍ରତିଭା ଓ ଆତ୍ମବିଶ୍ୱାସର ଏକ ସୁନ୍ଦର ମଞ୍ଚ ପାଲଟିଥିଲା। ଖେଳ ପଡ଼ିଆରୁ ଉଠିଥିବା ଏହି ପ୍ରତିଭାମାନେ ଆଗାମୀ ଦିନରେ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ନିଜ ଅଞ୍ଚଳର ନାମ ଉଜ୍ଜ୍ୱଳ କରନ୍ତୁ—ଏହି ଆଶା ସମସ୍ତଙ୍କ ମନରେ ସଞ୍ଚାର ହୋଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ନୀଳଜି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଫୁଟିଲା କ୍ରୀଡ଼ା ପ୍ରତିଭାର ରଙ୍ଗ, ଜୋନାଲ ସ୍ତରୀୟ କ୍ରୀଡ଼ା ମହୋତ୍ସବରେ ଉତ୍ସାହରେ ମାତିଲେ ଛାତ୍ରଛାତ୍ରୀ   30-Aug-2026
  ଜିଲ୍ଲା  
ଜାତୀୟ କ୍ରୀଡ଼ା ଦିବସ ପାଳିତ   30-Aug-2026
  ଜିଲ୍ଲା  
ଧବଲେଶ୍ୱରଙ୍କ ପୁଷ୍ପ ଶୃଙ୍ଗାର   29-Aug-2026
  ଜିଲ୍ଲା  
ୟୋନେକ୍ସ ସନରାଇଜ ଲେଭେଲ-୩ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ  ନିୟତି ପଦ୍ମିନୀ କୁ ଦ୍ୱିମୁକୁଟ, ୧୭ ବର୍ଷରୁ କମ୍ ବାଳକରେ ମାନସ ବେହେରା ଓ ୧୫ ବର୍ଷରୁ କମ୍ ବାଳକ ରେ ନଭ୍ୟାନ୍ସ ନନ୍ଦ ଚମ୍ପିୟାନ   29-Aug-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ ଟାଉନବସ୍ ଚଳାଚଳ ପାଇଁ ଦାବୀ   29-Aug-2026
  ଜିଲ୍ଲା  
ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   29-Aug-2026
  ଜିଲ୍ଲା  
ବାର୍ଷିକ ସାଧାରଣ କ୍ରୀଡା ଯୋଜନା ବୈଠକ ଅନୁଷ୍ଠିତ   29-Aug-2026
  ରାଜ୍ୟ  
ଜର୍ଜ ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ   29-Aug-2026
  ଜିଲ୍ଲା  
ପ୍ରଫେସର ପ୍ରହଲ୍ଲାଦ ପ୍ରଧାନଙ୍କ ୧୧୬ ତମ ଜୟନ୍ତୀ ସମାରୋହ   29-Aug-2026
  ଜିଲ୍ଲା  
ଲୁହ ଓ କୋହ"କବିତା ସଙ୍କଳନ ଲୋକାର୍ପିତ   29-Aug-2026
  ରାଜ୍ୟ  
ଜାତୀୟ କ୍ରୀଡା ଦିବସ ଅବସରରେ  କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି   29-Aug-2026
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ବିଭାଗରେ ନୂତନ ନିର୍ଦ୍ଦେଶକଙ୍କ ଯୋଗଦାନ   29-Aug-2026

You Might Also Like