-+91-9937148622 |
prerana_bgr@rediffmail.com |
Sunday 30th August 2026 |
R.N.I. Regd No. ODIODI/2010/46693
Breaking News
30-Aug-2026
ବଲାଙ୍ଗୀର(ପ୍ରେରଣା ଖବର): ଗଣତନ୍ତ୍ର ରାଷ୍ଟ୍ର ରେ ଗଣମାଧ୍ୟମ ର ଭୂମିକା ବେଶ ଗୁରୁତ୍ୱପୂର୍ଣ ରହିଛି l ଦେଶକୁ ସମୃଦ୍ଧ ତଥା ପ୍ରଗତିଶୀଳ କରାଇବାରେ ଗଣମାଧ୍ୟମ ନିଜକୁ ଉତ୍ସର୍ଗୀକୃତ ଭାବରେ ରଖି ସର୍ବଦା ସାଲିସବିହୀନ ସେବା ଭାବରେ ନିଜ ଦାୟିତ୍ୱ ବହନ କରି ଆସୁଛି l ଜନମଙ୍ଗଳ ରାଷ୍ଟରେ ତିନୋଟି ସ୍ତମ୍ଭ ବେତନଭୋଗୀ ରହିଥିବା ବେଳେ ଏକ ନିର୍ଦ୍ଧିଷ୍ଟ ସମୟସୀମା ପରେ ପେନସନ ପାଉଥିବା ବେଳେ ଉଭୟ ତିନୋଟି ସ୍ତମ୍ଭ କୁ ପରୋକ୍ଷ ତଥା ପ୍ରତ୍ୟକ୍ଷ ଭାବରେ ସଂଗଠିତ
କରୁଥିବା, ସମ୍ମନୟ ରଖି କାର୍ଯ୍ୟକରୁଥିବା ତଥା ସେମାନଙ୍କ ସାଧାରଣ ଜନତା ପ୍ରତି ରହିଥିବା ଉତ୍ତରଦାୟିତ୍ୱବୋଧକୁ ଜାଗ୍ରତ କରୁଥିବା ଗଣମାଧ୍ୟମ ଆଜି ଅବହେଳିତ ଅବସ୍ଥାରେ ରହିଛି l ନା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବେତନ ମିଳୁଛି ଆଉ ନା ପେନସନ ବ୍ୟବସ୍ଥା ରହିଛି l ସାଧାରଣ ସୁରକ୍ଷା ବ୍ୟବସ୍ଥା ବି ନାହିଁ l ଏଣୁ ଆଜି ଯିଏ ସମାଜର ଆଇନା ସାଜି ସମସ୍ତ ପରିସ୍ଥିତି ରେ ଖରା, ବର୍ଷା, ଶୀତ ସହିତ ଝଡ଼ଝଞ୍ଜାକୁ ସାମ୍ନା କରି ଅହରହ ପରିଶ୍ରମ କରି ଖବର ସଂଗ୍ରହ କରିଆସୁଥିବା ସାମ୍ବାଦିକ ଟିଏ ଆଜି ଦିନ ମଜୁରିଆ ଠୁ ବି ଆହୁରି ନିମ୍ନଗାମୀ ହେବାରେ ଲାଗିଛି l ଯାହାକୁ ନେଇ ବକ୍ତା ମାନେ ରବିବାର ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ ର ୬୫ ତମ ପ୍ରତିଷ୍ଠା ଦିବସ ରେ ପ୍ରକାଶ କରିବା ସହିତ ତୀବ୍ର ଉଦବେଗ ପ୍ରକାଶ କରିଛନ୍ତି l ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ରବି ଦାଶ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ବର୍ତମାନ ପରିସ୍ଥିତି ରେ ଗଣମାଧ୍ୟମ ପ୍ରତିନିଧି ମାନେ ଅବହେଳିତ ଅବସ୍ଥା ରେ ରହିଥିବା ବେଳେ କୌଣସି ସରକାର ସାମ୍ବାଦିକ ମାନଙ୍କ ପାଇଁ ବିଧି ବ୍ୟବସ୍ଥା, ସୁରକ୍ଷା, ପେନସନ, ବେତନ ଉପରେ ପଦକ୍ଷେପ ନ ନେବା ଆହୁରି ଦୁଃଖଦାୟକ ବୋଳି କହିଛନ୍ତି l ପୂର୍ବତନ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ସାମ୍ବାଦିକ ମାନଙ୍କ ପାଇଁ ରହିଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ସେବା କୁ ୫ ଲକ୍ଷ ପରିବର୍ତ୍ତେ ୧୦ ଲକ୍ଷ କୁ ବୃଦ୍ଧି କରିବା ସହିତ ସୁରକ୍ଷା ବ୍ୟବସ୍ଥା ଏବଂ ପେନସନ ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବୀ କରିଥିଲେ l ଏହି ଅବସରରେ ଆୟୋଜିତ ଏକ ଭବ୍ୟ ପ୍ରତିଷ୍ଠା ଦିବସ ସମାରୋହ ରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସରକାର ଙ୍କ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଯୋଗ ଦେଇ ସାମ୍ବାଦିକ ମାନଙ୍କ ସମସ୍ତ ସମସ୍ୟା ଏବଂ ଏହାର ନିରାକରଣ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା କରିବେ ଏବଂ ଆବଶ୍ୟକ ପଦକ୍ଷେପ ନେବେ ବୋଳି ଉପସ୍ଥିତ ବଲାଙ୍ଗୀର ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଆଶ୍ୱାସନା ଦେଇଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ,
ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୌରପରିଷଦ ଅଧ୍ୟକ୍ଷା ଲିକା ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଥିଲେ l ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସଭାକୁ ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଜିଲ୍ଲା ସଭାପତି ଶିବ ପ୍ରସାଦ ପରିଡା, ସମ୍ପାଦକ ଶିଶିରକାନ୍ତ ଶତପଥୀ ପ୍ରମୁଖ ମଂଚାସୀନ ଥିଲେ l ଏହା ପୂର୍ବରୁ ଜିଲ୍ଲା ସାମ୍ବାଦିକ ସଂଘ କାର୍ଯ୍ୟାଳୟ ପରିସରରେ ସାମ୍ବାଦିକ ଗୋପବନ୍ଧୁ ଶତପଥି ଧ୍ୱଜାବତୋରଣ କରିଥିଲେ l ଏହି ଅବସରରେ ଜିଲ୍ଲାର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ନାରାୟଣ ପୃଷେଠ୍ ସ୍ମୃତି ସମ୍ମାନ ମୁକେଶ ବହିଦାର, ସପନ ବହିଦାର ସ୍ମୃତି ସମ୍ମାନ ଅଭିଳାଷ ହୋତା,ଶଙ୍କର ପ୍ରସାଦ ସ୍ମୃତି ସମ୍ମାନ ଦୀପକ ପୁରୋହିତ, ସତ୍ୟନାରାୟଣ ବେହେରା ସ୍ମୃତି ସମ୍ମାନ ଅନୀଳ ତ୍ରିପାଠୀ,ବାଳକୃଷ୍ଣ ହୋତା ସ୍ମୃତି ସମ୍ମାନ ସୁବ୍ରତ ନାଏକ, ହୃଦାନନ୍ଦ ନନ୍ଦ ସ୍ମୃତି ସମ୍ମାନ ଦୀପକ କୁମାର ଦାସ ଯାଦବଙ୍କୁ ସମ୍ମାନିତ କରାଯାଇଥିଲା l