-+91-9937148622 |
prerana_bgr@rediffmail.com |
Saturday 29th August 2026 |
R.N.I. Regd No. ODIODI/2010/46693
Breaking News
29-Aug-2026
ପୁଇନ୍ତଲା(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ପୁଇନ୍ତଲା ବ୍ଲକ୍
ଦୁର୍ଗାପାଲି ହାଇ ସ୍କୁଲ୍ ଠାରେ ବ୍ଲକ୍ ସ୍ତରୀୟ ବାର୍ଷିକ କ୍ରିଡ଼ା ଯୋଜନା ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ପୁଇନ୍ତଲା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସମ୍ମାନନୀୟା ରତ୍ନମୟୀ ପୁରୋହିତ ମୁଖ୍ୟ ଅତିଥି ରୂପେ
ଯୋଗଦାନ କରି ଥିଲେ। ବ୍ଲକ୍ ସମ୍ପାଦକ ସୁଶାନ୍ତ ନାଗ,ଦିଲ୍ଲୀପ କୁମାର ବାରିକ ବହଲ ପଦର,ସ୍ବାଧୀନ କୁମାର ସାହୁ ବିଲାଇସର୍ଡା ଓ ଦୁର୍ଗାପାଲି ହାଇ ସ୍କୁଲ୍ ପ୍ରଧାନ ଶିକ୍ଷକ ମଞ୍ଚାସୀନ ଥିବା ବେଳେ ଶାରୀରିକ ଶିକ୍ଷା ଶିକ୍ଷକ ହେମନ୍ତ ପ୍ରଧାନ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଦୁର୍ଗାପାଲି ପ୍ରଧାନ ଶିକ୍ଷକ ଅତିଥି ପରିଚୟ କରିଥିବା ବେଳେ ବୁଦ୍ଧିରାଜ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।
ଦୀର୍ଘ ଦିନ ହେବ ଦୁର୍ଗାପାଲି ହାଇ ସ୍କୁଲ୍ ରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଶ୍ରୀଯୁକ୍ତ ରାଜ କୁମାର ଭୋଇଙ୍କ ନେତୃତ୍ୱରେ ବିଦ୍ୟାଳୟର
ବହୁ ବିଧ କାର୍ଯ୍ୟ ପ୍ରଗତି ପଥେ ଆଗେଇ ଚାଲିଛି। ବିଦ୍ୟାଳୟରେ
ସବୁ ପ୍ରକାର ଭିତ୍ତିଭୂମିର ସୁବିଧା ଥିବା ସୁଦ୍ଧା ସାମାନ୍ୟ କେତେକ
ଅସୁବିଧା କାରଣରୁ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ
ପ୍ରଗତିରେ ବାଧା ସୃଷ୍ଟି ହେଉଛି ଜାଣି ଗୋଷ୍ଠୀ ଶିକ୍ଷା ଅଧିକାରିଣୀ
ଶ୍ରୀମତୀ ପୁରୋହିତ ଖୁବ୍ ଶୀଘ୍ର ଏଥି ପ୍ରତି ଗୁରୁତ୍ବ ଦେବାକୁ ଆଲୋଚନା କରିଥିଲେ। ପ୍ରକାଶ ଥାଉ କି ଏହି ବିଦ୍ୟାଳୟର କ୍ରିଡା ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ୱାଗତିକା ବଗର୍ତ୍ତୀଙ୍କ ପ୍ରଚେଷ୍ଟାରେ ଅନେକ
ଛାତ୍ରଛାତ୍ରୀ ଜାତୀୟ ସ୍ତରର କ୍ରିଡାରେ ଅଂଶ ଗ୍ରହଣ କରିବା ସହିତ ସରକାରୀ ଚାକିରୀ ପ୍ରାପ୍ତ ହୋଇ ଅନୁଷ୍ଠାନ ପାଇଁ ଗୈ।ରବ ଆଣି ପାରିଛନ୍ତି। ଖେଳ ପଡ଼ିଆର ଉନ୍ନତି ଓ ପର୍ଯ୍ୟାପ୍ତ ଖେଳ ସାମଗ୍ରୀର ସୁବିଧା ହୋଇ ପାରିଲେ ଆଗାମୀ ଦିନରେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ କେବଳ ବ୍ଲକ୍ ସ୍ତରରେ ନୁହେଁ ଜାତୀୟ ସ୍ତରରେ ମଧ୍ୟ ସଫଳତା ହାସଲ କରି ପାରିବେ ବୋଲି ଅଭିଭାବକ ମହଲରେ ଆଲୋଚନା ହେଉଛି ।
( ଡକ୍ଟର ନବକିଶୋର ବେହେରାଙ୍କ ରିପୋର୍ଟ)