-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
22-Dec-2020
ଖୋର୍ଦ୍ଧା, (ପ୍ରେରଣା ଖବର) - ଷଷ୍ଠ ଶତାବ୍ଦୀର ମନ୍ଦିରରୁ ମୂର୍ତି ଚୋରୀ । ଖୋର୍ଦ୍ଧା ଜିଲ୍ଲା ବାଣପୁରର ଦକ୍ଷପ୍ରଜାପତି ମନ୍ଦିରରୁ ଦୁବୃର୍ତ ଲୁଟିନେଲେ ବହୁ ପ୍ରାଚୀନ ୨୧ଟି ମୂର୍ତି । ବାଣପୁର ପୋଲିସ ସହ ସାଇଟିଂଫିକ୍ ଟିମ୍ ମନ୍ଦିରରେ ପହଂଚି ତଦନ୍ତ ଆରମ୍ଭ କରିଛି । ଚୋରୀ ମୂର୍ତି ଭିତରେ ବିରଳ ଓ ପ୍ରସିଦ୍ଧ ଅଷ୍ଟଧାତୁ ମୂର୍ତି ମଧ୍ୟ ରହିଛି । ରାଜ୍ୟର ଏହି ଅନ୍ୟତମ ପ୍ରାଚୀନ ମନ୍ଦିର ବାଣପୁରର ଅଧିଷ୍ଠାତ୍ରୀ ଦେବୀ ଭଗବତୀଙ୍କ ବାପ ଘର ଭାବେ ବେଶ ପରିଚିତ । ଭଗବତୀଙ୍କ ଚଳନ୍ତି ପ୍ରତିମା କାଠି ଭଗବତୀ ଏହି ମନ୍ଦିରରେ ରହିଥାନ୍ତି । ମୂର୍ତି ଚୋରୀକୁ ନେଇ ସ୍ଥାନୀୟ ଅଂଚଳରେ ଗଭୀର ଉଦବେଗ ପ୍ରକାଶ ପାଇବା ସହ ଦୁବୃର୍ତକୁ ଧରିବା ପାଇଁ ଦାବି ଜୋର ଧରିଛି ।