-+91-9937148622 |
prerana_bgr@rediffmail.com |
Friday 4th September 2026 |
R.N.I. Regd No. ODIODI/2010/46693
Breaking News
04-Sep-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ବ୍ଲକଛକ ଦୁର୍ଗାପୂଜା କମିଟି ର ମୁଖପତ୍ର 'ଶାକମ୍ଭରୀ' ପାଇଁ ଓଡ଼ିଶାର ବିଭିନ୍ନ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ ଓ ସ୍ତମ୍ଭକାର ଙ୍କ ଠାରୁ ଲେଖା ଆହ୍ୱାନ କରାଯାଇଛି। ଲେଖାଟି ସଂପୂର୍ଣ୍ଣ ଭାବେ ସଂସ୍କୃତି ଓ ଦୈବୀ ପରମ୍ପରା ଆଧାରିତ ହେବାସହ ନିର୍ଭୁଲ ଡ଼ିଟିପି ସହ ଅତିବେଶୀରେ ଦୁଇ / ତିନି ପୃଷ୍ଠା ଭିତରେ ରଖିବା ପାଇଁ ଅନୁରୋଧ। ଲେଖାସବୁ ଆସନ୍ତା ୧୭ ସେପ୍ଟେମ୍ବର ସୁଦ୍ଧା ମୁଖ୍ୟ ସଂପାଦକ ଶାକମ୍ଭରୀ / ସଂପାଦକ ବ୍ଲକଛକ ଦୁର୍ଗାପୂଜା କମିଟି ସୁବର୍ଣ୍ଣପୁର କିମ୍ବା ଇମେଲ ଠିକଣା block chowksubarnapur.sakamvari @gmail.com ରେ ପଠାଇବା ପାଇଁ ଅନୁରୋଧ। ଆଜିର ଏହି ବୈଠକରେ ସଭାପତି ଅରବିନ୍ଦ ବାରିକ, ସଂପାଦକ ନିଶାନ୍ତ କୁମାର ମହାନ୍ତି, ମୁଖ୍ୟ ସଂପାଦକ ଡଃ ଜ୍ୟୋତି ରଞ୍ଜନ ବହିଦାର, ଦିଲ୍ଲୀପ ପାତ୍ର, ଶ୍ରୀଧର ବାଗ,ଡଃ ଗୌରୀଶଙ୍କର ପଣ୍ଡା, ଜ୍ୟୋତିର୍ମୟ ମିଶ୍ର, ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।