-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
22-Dec-2020
ଗୁଡ଼ଭେଲା, (ପ୍ରେରଣା ଖବର) - ଗୁଡ଼ଭେଲl ବ୍ଲକ ଅନ୍ତର୍ଗତ ଗମ୍ଭାରୀଗୁଡା ଠାରେ ସପ୍ତମ ବାର୍ଷିକ ପଞ୍ଚlୟତସ୍ତରୀୟ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଗମ୍ଭାରୀଗୁଡା ଯୁବ ସଂଘ(JMKCC) ପକ୍ଷରୁ ଅନୁଷ୍ଠିତ ହୋଇଥିଲା l ଉକ୍ତ ମ୍ୟାଚରେ 16 ଟି କ୍ରିକେଟ ଟିମ୍ ଭାଗ ନେଇଥିଲେ ଓ ଫାଇନାଲ୍ ମ୍ୟାଚ ସିଙ୍ଗା ଓ ଆମଗାଁ ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା l ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଗମ୍ଭାରୀଗୁଡା ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ହରି ମାଝୀ, ଗୁଡ଼ଭେଲl ବ୍ଲକ ଉପ ଉପାଧ୍ୟକ୍ଷଙ୍କ ପ୍ରତିନିଧି ନୀଳ ସେଠ୍ ଓ ଗମ୍ଭାରୀଗୁଡା ପଞ୍ଚlୟତର ବହୁତ ମାନ୍ୟଗଣ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଉଭୟ ପକ୍ଷର ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଫାଇନାଲ୍ ମ୍ୟାଚ 12 ଓଭର ବିଶିଷ୍ଟ ହୋଇ ଥିଲା l କନେରସିଙ୍ଗା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ୬ଟି ୱିକେଟ ହରାଇ ୧୦୫ ରନ କରିଥିଲେ ଓ ଆମଗାଁ ଦଳ ୧୨ ଓଭରରେ ୮ଟି ୱିକେଟ ହରାଇ ୮୨ ରନ କରି ରନର୍ସଅଫ୍ ହୋଇଥିଲେ l କନେରସିଙ୍ଗl କ୍ରିକେଟ ଟିମ୍ ବିଜୟ ଲାଭ କରିଥିଲ l