-+91-9937148622 |
prerana_bgr@rediffmail.com |
Wednesday 21st October 2026 |
R.N.I. Regd No. ODIODI/2010/46693
Breaking News
04-Sep-2026
- ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଲିଃ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ କେକ୍ କାଟି ୪୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଯୁଗ୍ମ ନିର୍ଦ୍ଦେଶକ ତଥା ଭାରପ୍ରାପ୍ତ ଜିଲ୍ଲା ମୂଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ନୀରଦ ରଞ୍ଜନ ଦାସ ଯୋଗାଣ ନିଗମ ର ବିଭିନ୍ନ କାର୍ଯ୍ଯ କ୍ରମ ଓ ତାହାର ସଫଳ ରୂପାୟନ ଉପରେ ଆଲୋକପାତ କରି ଚାଷୀ ହିତାଧିକାରୀ ଓ ଅପହଞ୍ଚ ଲୋକ ଙ୍କ ଉନ୍ନତ ଉତ୍ତମ ସେବା ପ୍ରଦାନ ପାଈଁ ପରାମର୍ଶ କରିଥିଲେ l ଏହି ଅବସରରେ ଵିଭାଗ ର କର୍ମଚାରୀ ଏଜ୍ରୀ ଦଳ ବେହେରା ଙ୍କୁ ଉତ୍ତମ ସେବା କାର୍ଯ୍ଯ ଦକ୍ଷତା ପାଇଁ ସମ୍ବର୍ଧନା କରାଯାଇଥିଲା l ପ୍ରକାଶ ଥାଉ କି ଯେ ଚାଉଳ ବିତରଣ, ଧାନ ସଂଗ୍ରହ ତଥା ସମସ୍ତ କାର୍ଯ୍ଯ ରେ ବିଗତ ବର୍ଷ ମାନଙ୍କରେ ୨୦୨୫/୨୬ ରେ ରାଜ୍ୟ ରେ ଶୀର୍ଷ ସ୍ଥାନ ରେ ରହି ରାଜ୍ୟ ସରକାର ଙ୍କ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ଅଧିକାରୀ ସମ୍ବର୍ଦ୍ଧିତ ହୋଇ ଜିଲ୍ଲା ର ଗୌରଵ ବୃଦ୍ଧି କରିଛନ୍ତି l