-+91-9937148622 |
prerana_bgr@rediffmail.com |
Wednesday 21st October 2026 |
R.N.I. Regd No. ODIODI/2010/46693
Breaking News
04-Sep-2026
କଟକ:(ତାପନମହାନ୍ତି) କଟକ ମହାନଗର ନିଗମ (CMC)ର ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ଅକାଳ ବିୟୋଗରେ କଟକ ସହରରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ରାଜନୈତିକ ମହଲ, ସାମାଜିକ କର୍ମୀ ଓ ସହରବାସୀଙ୍କ ମଧ୍ୟରେ ଶୋକ ପ୍ରକାଶ ପାଇଛି।ସୌମେନ୍ଦ୍ର ଘୋଷ କଟକ ମହାନଗର ନିଗମର ମେୟର ଭାବେ କାର୍ଯ୍ୟ କରିବା ସମୟରେ ସହରର ବିକାଶ ଓ ନାଗରିକ ସମସ୍ୟା ସମାଧାନ ଦିଗରେ ଗୁରୁତ୍ୱ ଦେଇଥିଲେ। ତାଙ୍କ ଅକାଳ ବିୟୋଗରେ କଟକ ଜଣେ ଅଭିଜ୍ଞ ଜନପ୍ରତିନିଧି ଓ ସାମାଜିକ ବ୍ୟକ୍ତିତ୍ୱଙ୍କୁ ହରାଇଲା ବୋଲି ଶୋକସନ୍ତପ୍ତ ମହଲରେ ମତ ପ୍ରକାଶ ପାଇଛି।ତାଙ୍କ ମୃତ୍ୟୁରେ ବିଭିନ୍ନ ରାଜନୈତିକ ଦଳର ନେତା, ପୂର୍ବତନ ଓ ବର୍ତ୍ତମାନର ଜନପ୍ରତିନିଧି, ବୁଦ୍ଧିଜୀବୀ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମସ୍ତେ ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି।ସୌମେନ୍ଦ୍ର ଘୋଷଙ୍କ ଅକାଳ ବିୟୋଗ କଟକ ସହର ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶୋକ ପ୍ରକାଶ କରୁଥିବା ବ୍ୟକ୍ତିମାନେ କହିଛନ୍ତି।