-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
05-Sep-2026
କଟକ(ତପନ ମହାନ୍ତି): ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆସନ୍ତା ୫ ଓ ୬ ତାରିଖରେ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବା ଏଥିରେ ରାଜ୍ୟସ୍ତରୀୟ ବରିଷ୍ଠ ନେତୃବୃନ୍ଦ ଯୋଗଦେଇ ଦଳର ଆଗାମୀ ରଣନୀତି ଓ ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବେ। ଏହି ପରିପ୍ରେକ୍ଷୀରେ ଚୌଦ୍ଵାର-କଟକ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ମହାନଦୀବିହାରସ୍ଥିତ ସେଲିବ୍ରେସନ ମଣ୍ଡପଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଗାମୀ ୬ ତାରିଖ ସାଧାରଣ ସଭାରେ ଚୌଦ୍ବାର-କଟକ ନିର୍ବାଚନ ମଣ୍ଡଳୀରୁ ୨ ହଜାରରୁ ଅଧିକ କର୍ମୀ ଯୋଗଦେବା ନେଇ ଆଲୋଚନା ହୋଇଥିଲା। ତଳ ବାଲିଯାତ୍ରା ପଡ଼ିଆରୁ ବିରାଟ ପଟୁଆରରେ ପ୍ରଭାତ ସଭାସ୍ଥଳରେ ପହଞ୍ଚି ବୈଠକରେ ଯୋଗ ଦେବେ। ଭିଡିଓ କଲ୍ ମାଧ୍ୟମରେ କଟକ ଜିଲ୍ଲା ପ୍ରଭାରୀ ଜ୍ଞାନେନ୍ଦ୍ର ବେଉରା ଯୋଗଦେଇ ଉପସ୍ଥିତ କର୍ମୀମାନଙ୍କୁ ସମ୍ବୋଧିତ କରି ଆଗାମୀ ରାଜ୍ୟ କାର୍ଯ୍ୟକାରିଣୀରେ ବହୁସଂଖ୍ୟାରେ ଯୋଗଦେବାକୁ ଆହ୍ବାନ ଦେଇଥିଲେ। ବୈଠକରେ ବରିଷ୍ଠ ନେତୃତ୍ବ ମହେନ୍ଦ୍ର ନାୟକ, ପ୍ରମୋଦ ସାହୁ, ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ମନୋରଞ୍ଜନ ସାହୁ, ସଞ୍ଜୟ ଜେନା, ପୂର୍ବତନ ମଣ୍ଡଳ ସଭାପତି ଅମ୍ବିକା ସାମଲ, ପୂର୍ବତନ ଜିଲ୍ଲା ସମ୍ପାଦକ ଜୟଦେବ ପୃଷ୍ଟି, ପୂର୍ବତନ ଜିଲ୍ଲା ଉପସଭାପତି ମନୋରଞ୍ଜନ ସାହୁ, ପୂର୍ବତନ କର୍ପୋରେଟର ବିଜୟ କୁମାର ସାହୁ, କର୍ପୋରେଟର ପଦ୍ମିନୀ ସାହୁ ଓ ମୀନ ସାହୁଙ୍କ ସମେତ ଚୌଦ୍ଵାର ପୌରପାଳିକାର ପାରିଷଦ ଓ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ | ଅନ୍ୟମାନଙ୍କ ମଧ୍ୟରେ ସୁଜାତା ସାହୁ, ଆଶିଷ କୁମାର ସ୍ବାଇଁ, ଦିଲ୍ଲୀପ କୁମାର ସାହୁ, ମହମ୍ମଦ ପରିଦ୍, ଅକ୍ଷୟ ପଣ୍ଡା, ଦିଲ୍ଲୀପ ଜେନା, କବିତାରାଣୀ ଲେଙ୍କା, ସବିତା ନାୟକ, ପୁଷ୍ପଲତା ସାହୁ, ଲକ୍ଷ୍ମଣ ରାଉତ, ବିନୟ ମଲ୍ଲିକ, ଶୁଭେନ୍ଦୁ ସେନଗୁପ୍ତା, ଜ୍ଞାନରଞ୍ଜନ ଦାସ, ଅଶୋକ ମିଶ୍ର, ଅର୍ଜୁନ ପଣ୍ଡା, ଅଭିଜିତ୍ ଦାସ, ରଘୁନାଥ ରାମ ଓ ଜାହିର ଖାନଙ୍କ ସମେତ ୫୦୦ରୁ ଅଧିକ ନେତା ଓ କର୍ମୀ ଯୋଗଦେଇଥିଲେ |