-+91-9937148622 |
prerana_bgr@rediffmail.com |
Friday 4th September 2026 |
R.N.I. Regd No. ODIODI/2010/46693
Breaking News
04-Sep-2026
ତୁଷୁରା(ପ୍ରେରଣା ଖବର): ସମ୍ବାଦ ସାହିତ୍ୟ ଘର, ଗୁଡଭେଲା ଓ ତୋଷାଳୀ ମହିଳା ମହାବିଦ୍ୟାଳୟ ତୁଷୁରାର ମିଳିତ ଆନୁକୁଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ କଲେଜ ପରିସରରେ ମହାସମାରୋହରେ ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ସଂପାଦକ ଆଶୁକବି ଡଃ ହେମନ୍ତ କୁମାର ଦାଶ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଜଣେ ବିଶିଷ୍ଟ ସାହିତ୍ୟିକ, ପ୍ରବୀଣ ସ୍ତମ୍ଭକାର ତଥା ଅଦ୍ୱିତୀୟ ବାଗ୍ମୀ ତୁଳସୀ ଜୈନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଙ୍ଗାଧରଙ୍କ
କାଳଜୟୀ ସାହିତ୍ୟ ଉପରେ ଆଲୋକପାତ କରିଥିଲେ। ବିଶିଷ୍ଟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ସଚ୍ଚିଦାନନ୍ଦ ପଟ୍ଟନାୟକ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଗଙ୍ଗାଧରୀୟ ସାହିତ୍ୟର ଜଣେ ପ୍ରମୁଖ ବକ୍ତା ଅଧ୍ୟାପକ ଡଃ ଲକ୍ଷ୍ମଣ କୁମାର ମେହେର ଯୋଗ ଦେଇ ଗଙ୍ଗାଧରଙ୍କ ବ୍ୟକ୍ତିତ୍ଵ ଓ ସାହିତ୍ୟ ଉପରେ ଆଲୋକପାତ କରି ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି, ଶ୍ରେଷ୍ଠ କଳାକାର ତଥା ବରିଷ୍ଠ ଶିକ୍ଷାବିତ୍ ଡଃ ସୁଧାଂଶୁ ଭୂଷଣ ମେହେର ଯୋଗ ଦେଇ ମେହେର କବିଙ୍କ ତପସ୍ଵିନୀ କାବ୍ୟ ଉପରେ ଆଲୋଚନା କରିଥିଲେ। ଅନ୍ଯତମ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କଣ୍ଠଶିଳ୍ପୀ ସୁଧାକର ପ୍ରଧାନ ଓ ସମ୍ବାଦ ପ୍ରତିନିଧି ଅରବିନ୍ଦ ବିଶ୍ଵାଲ ଯୋଗ ଦେଇଥିଲେ। ଅଧ୍ଯାପକ ତଥା ଆକାଶବାଣୀ ବଲାଙ୍ଗିରର ଉଦ୍ଘୋଷକ ରବୀନ୍ଦ୍ର ମହାକୁର ସଭା ସଞ୍ଚାଳନ କରିଥିଲେ ଓ କଲେଜର ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କଲେଜ ପରିସରରେ ଅତିଥିଙ୍କ ଦ୍ବାରା ବୃକ୍ଷ ରୋପଣ କରା ଯାଇଥିଲା। ସଭା ପ୍ରାରମ୍ଭରେ ଛାତ୍ରୀମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିବା ବେଳେ ଶେଷରେ ଅଧ୍ୟାପିକାମାନେ ସମାପନୀ ସଂଗୀତ ପରିବେଷଣ କରିଥିଲେ। ମୁଖ୍ୟବକ୍ତା ଡଃ ମେହେରଙ୍କୁ ସାହିତ୍ୟ ଘର ପକ୍ଷରୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଉଛ୍ବସିତ ସମ୍ବର୍ଦ୍ଧନା
ଦିଆ ଯାଇଥିଲା। ଏଥିରେ ସମ୍ବାଦ ସାହିତ୍ୟ ଘରର ସଦସ୍ୟ ସୁଧାକର ପ୍ରଧାନ(ଖ), ସନ୍ତୋଷ କୁମାର ବେହେରା, ଦେବାଶିଷ ମହାପାତ୍ର, ଅବନୀ ସାହୁ, ନରସିଂହ ମେହେର, ଯୁଗଳ କିଶୋର ସାହୁ, ସତ୍ୟବାଦୀ ସରାଫ ତଥା ସଦସ୍ୟା ହୀରାବତୀ ସାହୁ, କନକଲତା ପଣ୍ଡା, ବବିତା ନାୟକ ଓ ତୃପ୍ତିମୟୀ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। କଲେଜର ଅଧ୍ଯାପକ, ଅଧ୍ଯାପିକା ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।