-+91-9937148622 |
prerana_bgr@rediffmail.com |
Friday 4th September 2026 |
R.N.I. Regd No. ODIODI/2010/46693
Breaking News
04-Sep-2026
- ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲା ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ଆଜି ଓ ଏ ଏସ ଛାତ୍ର ଛାତ୍ରୀ ତଥା ସୋନପୁର ର ଗର୍ବ ଗୌରବ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ସଭାରେ ମୂଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଯୋଗ ଦେଇ ଶିକ୍ଷା ବିନା ସମାଜ ଆଗକୁ ବଢ଼ି ପାରେନି ବୋଲି ମତ ରଖି ଆଜିର ଏ ସମ୍ବର୍ଧନା ଉତ୍ସଵ ଏଇ କୃତି ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ନୂଆଁ ଯୁବ ପିଢୀ ଙ୍କୁ ପ୍ରେରଣା ଦେବ ବୋଲି କହିଥିଲେ l ବୀରମହାରାଜପୁର ବ୍ଲକ୍ ଉପାଧ୍ୟକ୍ଷ ନାରାୟଣ ଲୁହା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆନନ୍ଦ ବାରିକ, ସମାଜସେବୀ ସାନନ୍ଦ ବାରିକ, ତରଭା ବ୍ଲକ କଂଗ୍ରେସ କମିଟି ସଭାପତି ମୁକୁନ୍ଦ ବିଶ୍ବାଳ , ବରିଷ୍ଠ କଂଗ୍ରେସ ନେତା ମାଧବ କୁମ୍ଭାର, ତରଣୀ ବାରିକ , କଟକ ଲେବର କମିଶନର ବିଭାଗ ର ଆସିଷ୍ଟାଣ୍ଟ ଲେବର ଅଫିସର ମୌସୁମୀ ପାତ୍ର ଯୋଗଦେଇ ଓଏ ଏସ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ। ଓଏଏସ୍ କୃତି ଛାତ୍ର ନିତିଶ ବାରିକ,ଆଶିଷ କୁମାର ସୁନା,ଆକାଶ ସୁନା ଓ ଓଏଏସ ଛାତ୍ରୀ ମୌସୁମୀ ପାତ୍ର ଙ୍କୁ ମୂଖ୍ୟ ଅତିଥି ଶ୍ରୀ ମାଝୀ ଓ ସମ୍ମାନିତ ଅତିଥି ଶ୍ରୀମତୀ ପଧାନ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ଲକ୍ଷେ ଘର ଗଣ୍ଡା ସମାଜ ଜିଲ୍ଲା ସଭାପତି ମାଧବ କୁମ୍ଭାର ଓ ତରଣୀ ବାରିକ ଙ୍କ ତତ୍ତ୍ଵାବଧାନରେ ସମ୍ବର୍ଦ୍ଧନା ସଭା ଅୟୋଜନ କରାଯାଇଥିଲା l