-+91-9937148622 |

prerana_bgr@rediffmail.com |

  Thursday 22nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||     

HOME   ରାଜ୍ୟ

ଉପାନ୍ତ ଅଂଚଳରେ ସରକାରୀ ଯୋଜନା ନାଁ ରେ ସରକାରୀ ଅର୍ଥର ବାଟମାରଣା

03-Sep-2026



ରିପୋର୍ଟ : ମଳୟ ମିଶ୍ର

ସିନ୍ଧେକେଲା-ଭୁଷଲାଡ୍ ରାସ୍ତାକାମରେ ଖୋଲା ଦୁର୍ନୀତି 

ମାଟିଗୋଡି ପରି କୋଟି କୋଟି ସରକାରଙ୍କ ଅର୍ଥ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଗ୍ରାମ୍ୟ ନିର୍ମାଣ ବିଭାଜନର ଉନ୍ନୟନ କାମର କେହି ମାଆବାପ ନଥିଲା ପରି କାମ ଚାଲିଛି। ଅଞ୍ଚଳର ଉନ୍ନୟନ ନିମନ୍ତେ ସରକାରଙ୍କ ଅର୍ଥ ଅନୁଦାନରୁ କୋଟି କୋଟି ଟଙ୍କାର ରୀତିମତ ଲୁଟ୍ ଚାଲିଛି କହିଲେ ଅତ୍ୟୁକ୍ତି ହେବନାହିଁ। ସରକାରୀ ଯନ୍ତ୍ରୀ, ନିର୍ବାଚିତ ଲୋକପ୍ରତିନିଧି ଓ ଠିକାଦାରଙ୍କ ମିଳିତ ବାଟମାରଣାରେ ପର୍ଯ୍ୟବେଶିତ ହୋଇଛି ଏହି ଡିଭିଜନର ଉନ୍ନୟନ କାମ। ସବୁ କୁଆଡେ ଟିଟିଲାଗଡ ବିଧାୟକ ନବୀନ ଜୈନଙ୍କ ଛତ୍ରଛାୟା ତଳେ ବେଫିକର ଚାଲିଛି ବୋଲି ଲୋକେ କହୁଛନ୍ତି। ଉଦାହରଣତଃ ଉନ୍ନୟନ କାମ ନିଷେଧ କରାଯାଉଥିବା ଏହି ବର୍ଷାଋତୁରେ ମଧ୍ୟ ସିନ୍ଧେକେଲା-ପୁଟୁପଡା- ସାଲେବରଟ- ଝଲପ-ଭୁଷଲାଡ ପ୍ରାୟ ୫.୫ କିମି  ଗ୍ରାମ୍ୟରାସ୍ତା କାମ ଯେଉଁଭଳି ଯନ୍ତ୍ରୀଙ୍କ  ଅଉପସ୍ଥିତି ଓ ବିନା ପ୍ରତ୍ୟେକ୍ଷ ତଦାରଖରେ ଅତ୍ୟନ୍ତ ନିମ୍ନମାନର କରାଯାଉଥିବା ଦେଖାଯାଇଛି, ଏହା ଆଶ୍ଚର୍ଯ୍ୟଜନକ ! ବଙ୍ଗୋମୁଣ୍ଡା ବ୍ଳକ ଅନ୍ତର୍ଗତ କଣ୍ଟାବାଞ୍ଜି ଆର୍ ଡି ସବ୍-ଡିଭିଜନର ଏହି ରାସ୍ତା ପ୍ରଶସ୍ତିକରଣ ଓ ଗାର୍ଡୱାଲ୍ କାମକୁ କଣ୍ଟାବାଞ୍ଜିର ମୋହିତ ଅଗ୍ରୱାଲ୍ ନାମକ ଜଣେ ଯୁବ ଠିକାଦାର କରୁଥିବା କହିଛନ୍ତି। ତେବେ ଦିନକୁ ୩୫୦ ଟଙ୍କାର କୁଲି ମଜୁରୀ, ବିଶୃଙ୍ଖଳିତ ଶ୍ରମିକ ସୁରକ୍ଷା ଓ ନିମ୍ନମାନର ସିମେଣ୍ଟ, ଗେଟି ଆଦି ବ୍ୟବହାର କରାଯାଇ ଅସଂଲଗ୍ନ ଭାବେ ଠାଏ ଠାଏ ଚାଲିଥିବା ଏହି ନିର୍ମାଣ କାମ ପ୍ରତି ସ୍ଥାନୀୟ ଗ୍ରାମବାସୀମାନଙ୍କର ତୀବ୍ର ଅସନ୍ତୋଷ ରହିଛି। ଏପରିକି ରାସ୍ତାରେ ପକାଯାଉଥିବା ମାଟି, ସ୍ପଲ୍ ଓ ଉଦବୃତ୍ତ ସାମଗ୍ରୀଗୁଡିକ ବର୍ଷାରେ ଧୋଇଯାଇ ସେମାନଙ୍କର ଧାନଚାଷ କରାଯାଇଥିବା ଚାଷଜମିକୁ ପୋତି ପକାଉଥିବା ଜନୈକା ବୟସ୍କା ମହିଳା ଚାଷୀ ଅଭିଯୋଗ କରନ୍ତି ।  ଗୋଟିଏ ପାର୍ଶ୍ବରେ ଅଳ୍ପ କେତେକ ସ୍ଥାନରେ ଛାଡି ଛାଡି ରାସ୍ତାର ଲେଭେଲ ଠାରୁ ପ୍ରାୟ ଦୁଇ/ତିନି ଫୁଟ୍ ତଳେ ଶସ୍ତା ସିମେଣ୍ଟ, 

ଜରିବସ୍ତା ଓ ଅଳ୍ପ ଗେଟିରେ ଫସକା ଭାବରେ ଅର୍ଦ୍ଧନିର୍ମିତ ଗାର୍ଡୱାଲ୍ କାମରେ ବ୍ୟାପକ ନିମ୍ନମାନର କାମ ହୋଇଥିବା ଲୋକେ ଅଭିଯୋଗ ପ୍ରକାଶ କରୁଛନ୍ତି ।  କିଛିଦିନ ତଳେ ଏ ସମ୍ପର୍କରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଅଜିତ ସ୍ବାଇଁ ଓ ସହକାରୀ ଯନ୍ତ୍ରୀ ପ୍ରଦୀପ ଲାଲ୍ ଙ୍କୁ ଫୋନ୍ ଯୋଗେ ପଚରାଯିବାରୁ ସେମାନେ ଏଡାଇ ଯାଇ ଏଷ୍ଟିମେଟ୍ ବିଷୟରେ ପରେ କହିବେ ବୋଲି କହିଥିଲେ। ଟିଟିଲାଗଡ ଡିଭିଜନ ଅଫିସରେ ପ୍ରାୟ କେହି ରହନ୍ତିନାହିଁ, ବଲାଙ୍ଗୀର ଓ ପାଟଣାଗଡ ଯୁଗ୍ମ ଦାୟିତ୍ବରେ ରହିଥିବା ନିର୍ବାହୀ ଯନ୍ତ୍ରୀ ବା ଅଧୀକ୍ଷଣ ଯନ୍ତ୍ରୀ କେବେ ଅଫିସରେ ନ ଥା'ନ୍ତି ଓ ଜଣେ ଅର୍ଥ ଅଧିକାରୀ ଦାୟିତ୍ବରେ ଥିବା ଅଣଓଡିଆ ଅଧିକାରୀ ସେ ' ମୁଁ

ବାହାର ଲୋକ, କିଛି ଜାଣେନାହିଁ ' କହି ସୂଚନା ଦେବାକୁ ଟାଳି ଦେଉଥିବା ବେଳେ ଜଣେ ମହିଳା ଏଷ୍ଟିମେଟର ' ଆମେ କାଗଜପତ୍ର କାମ କରୁ , ଫିଲ୍ଡ ସମ୍ପର୍କରେ କୌଣସିପ୍ରକାର ସୂଚନା ଦେଇପାରିବୁ ନାହିଁ ଇତ୍ୟାଦି କହି ଏଡାଇଯାଇଥିଲେ । ତେଣୁ  ସୂଚନାଫଳକ ନ ଥିବା ଏହି କୋଟି କୋଟି ଟଙ୍କାର ରାସ୍ତାନିର୍ମାଣ କାମର ଏକ ପୁଙ୍ଖାନୁପୁଙ୍ଖ ଭିଜିଲାନ୍ସ ତଦନ୍ତ ହେବା ଆବଶ୍ୟକ ବୋଲି ଲୋକେ ସରକାରଙ୍କ ଠାରେ ଦାବି କରନ୍ତି ।  ଆଗାମୀଦିନରେ ଏ ସମ୍ପର୍କିତ ଏକ ବିସ୍ତୃତ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇବ  ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026

You Might Also Like