-+91-9937148622 |

prerana_bgr@rediffmail.com |

  Friday 4th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ   (04-Sep-2026)       ||      *ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ*   (04-Sep-2026)       ||      ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   (04-Sep-2026)       ||      *ସୁବର୍ଣ୍ଣପୁର ଠାରେ ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା*   (04-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ♦️ଦଳଗତ  ଜୁନିଅର ବାଳକ ବିଭାଗ ରେ ଉତ୍ତରାଖଣ୍ଡ ଚାମ୍ପିୟନ,  ଓଡିଶା ହେଲା ରନର୍ସ ଅପ   (04-Sep-2026)       ||      *ବାର୍ଷିକ ବ୍ୟାବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ ୨୦୨୬ ଆୟୋଜିତ*   (04-Sep-2026)       ||      ନୂଆଁଖାଇ ପୂର୍ବରୁ ଜନ୍ମାଷ୍ଟମୀରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, DBT ମାଧ୍ୟମରେ ସିଧାସଳଖ ଆକାଉଣ୍ଟକୁ ଗଲା ସହାୟତା ରାଶି   (04-Sep-2026)       ||      *ଯୋଗାଣ ଵିଭାଗ ର ପ୍ରତିଷ୍ଠା ଦିଵସ ପାଳନ*- *ଶ୍ରେଷ୍ଠ କର୍ମଚାରୀ ଭାବେ ସମ୍ବର୍ଧିତ ହେଲେ ଏଜ୍ରି ଦଳ ବେହେରା*   (04-Sep-2026)       ||      ଲୋଇସିଂହା କଲେଜ ରେ ମାନସିକ ପରିଚାଳନା କାର୍ଯ୍ୟକ୍ରମ   (04-Sep-2026)       ||      କଟକ ମହାନଗର ନିଗମ ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ଅକାଳ ବିୟୋଗ   (04-Sep-2026)       ||      ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   (03-Sep-2026)       ||      ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   (03-Sep-2026)       ||      ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ    (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ    (03-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   (03-Sep-2026)       ||      *ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   (03-Sep-2026)       ||      ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   (03-Sep-2026)       ||      ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି    (03-Sep-2026)       ||      ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   (03-Sep-2026)       ||      ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ    (03-Sep-2026)       ||     

HOME   ଜିଲ୍ଲା

କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ

04-Sep-2026



ସିନାପାଲି, (ଚିନ୍ତାମଣି  ନେତାମ )
ଶ୍ରୀକୃଷ୍ଣଙ୍କ ବଂଶୀର ମଧୁର ସ୍ୱର, ରାଧାକୃଷ୍ଣ ବେଶରେ ସଜ୍ଜିତ ନନ୍ଦନକାନନ ସଦୃଶ ଶିଶୁମାନଙ୍କ ହସ ଓ ଭକ୍ତିମୟ ପରିବେଶ ମଧ୍ୟରେ ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଓ ‘ସଂସ୍କୃତି ସୁରକ୍ଷା ସଭା’ ଭକ୍ତି ଓ ଭାବବିହ୍ୱଳ ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସର ଶ୍ରୀକୃଷ୍ଣଙ୍କ ଭକ୍ତିରେ ମୁଖରିତ ହୋଇଉଠିଥିଲା।
କାର୍ଯ୍ୟକ୍ରମ ଆରମ୍ଭରେ ଶ୍ରୀକୃଷ୍ଣ, ମା’ ସରସ୍ୱତୀ, ଓଁ ଓ ଭାରତମାତାଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଦୀପକ ସା ଓ ଧୀରେନ୍ଦ୍ର କୁମାର ସାଙ୍କ ଭକ୍ତିମୟ ସଙ୍ଗୀତ ପରିବେଶକୁ ଅଧିକ ଆଧ୍ୟାତ୍ମିକ କରିଥିଲା।
ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ଡ. ଅଞ୍ଜଳି ପାଢ଼ୀ ଯୋଗଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ଚିନ୍ଦାଗୁଡ଼ା ରୁଦ୍ର ପଦ୍ମିନୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ. ସୁଶାନ୍ତ କୁମାର ବିଶି ଉପସ୍ଥିତ ଥିଲେ।
ସମ୍ମାନିତ ଅତିଥି ଭାବେ ପୂର୍ବତନ ସିଆରସିସି ଶ୍ରୀଯୁକ୍ତ ରାକେଶ କୁମାର ମିଶ୍ରଙ୍କ ପରେ ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ଲକ୍ଷ୍ମଣ ପ୍ରଧାନ, ସିନାପାଲି ରାଜଶ୍ରୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେଶ ଅଗ୍ରୱାଲ ଓ ଶ୍ରୀଯୁକ୍ତ ଅତୁଳ ପାତ୍ର ମଞ୍ଚାସୀନ ହୋଇଥିଲେ।
ସଭାପତି ଶ୍ରୀ ସତ୍ୟବ୍ରତ ଗହୀର କହିଥିଲେ ଯେ, ଶ୍ରୀକୃଷ୍ଣ କେବଳ ପୂଜାର ବିଷୟ ନୁହେଁ, ସେ ମାନବ ଜୀବନ ପାଇଁ ଏକ ମହାନ ପ୍ରେରଣା। ସତ୍ୟ, ନ୍ୟାୟ, କର୍ତ୍ତବ୍ୟ, ଧୈର୍ଯ୍ୟ ଓ ମାନବିକତାର ପଥରେ ଚାଲିବାକୁ ଶ୍ରୀକୃଷ୍ଣଙ୍କ ଜୀବନ ଆମକୁ ଶିକ୍ଷା ଦିଏ। ଶିଶୁମାନଙ୍କ ମଧ୍ୟରେ ଶୃଙ୍ଖଳା, ସଂସ୍କାର, ଦେଶପ୍ରେମ ଓ ମାନବୀୟ ମୂଲ୍ୟବୋଧ ଗଢ଼ିତୋଳିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।
ମୁଖ୍ୟ ଅତିଥି ଡ. ଅଞ୍ଜଳି ପାଢ଼ୀ କହିଥିଲେ ଯେ, ଜନ୍ମାଷ୍ଟମୀ କେବଳ ଏକ ଧାର୍ମିକ ପର୍ବ ନୁହେଁ; ଏହା ସତ୍ୟ, ଧର୍ମ, ନ୍ୟାୟ, କର୍ତ୍ତବ୍ୟ, ସାହସ ଓ ଧୈର୍ଯ୍ୟର ବାର୍ତ୍ତା ବହନ କରେ। ଜୀବନର ପ୍ରତିକୂଳ ପରିସ୍ଥିତିରେ ମଧ୍ୟ କିପରି ବୁଦ୍ଧି ଓ ସାହସର ସହିତ ଆଗକୁ ବଢ଼ିବାକୁ ହୁଏ, ଶ୍ରୀକୃଷ୍ଣଙ୍କ ଜୀବନ ତାହା ଶିଖାଇଥାଏ।
ମୁଖ୍ୟ ବକ୍ତା ଡ. ସୁଶାନ୍ତ କୁମାର ବିଶି ଶ୍ରୀକୃଷ୍ଣଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରି ସତ୍ୟନିଷ୍ଠା, କର୍ତ୍ତବ୍ୟପରାୟଣତା, ଶୃଙ୍ଖଳା ଓ ନିଷ୍ଠାର ମହତ୍ତ୍ୱ ବୁଝାଇଥିଲେ। ଶ୍ରୀକୃଷ୍ଣଙ୍କ ଜୀବନର ପ୍ରତ୍ୟେକ ଅଧ୍ୟାୟରେ ଏକ ଏକ ଜୀବନଦର୍ଶନ ଲୁଚି ରହିଛି ବୋଲି ସେ କହିଥିଲେ।
ଏହି ଅବସରରେ ଦଧିହାଣ୍ଡି ଭଙ୍ଗ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀମାନଙ୍କ ଉତ୍ସାହ ଓ ଅଂଶଗ୍ରହଣରେ ସମଗ୍ର କାର୍ଯ୍ୟକ୍ରମ ଜୀବନ୍ତ ହୋଇଉଠିଥିଲା।
କାର୍ଯ୍ୟକ୍ରମରେ ପରିଚାଳନା ସମିତିର କୋଷାଧ୍ୟକ୍ଷ ଓମକାର ପାଣ୍ଡେ, ବୈଦ୍ୟନାଥ ବିଶି, ସମାଜସେବୀ ଫାରସ ରାମ ସା, କୁମ୍ଭ ବାଗଙ୍କ ସମେତ ପରିଚାଳନା ସମିତିର ସଦସ୍ୟ, ଅଭିଭାବକ ଓ ଶୁଭେଚ୍ଛୁମାନେ ଉପସ୍ଥିତ ଥିଲେ।
ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରଶାନନ୍ଦ କୁମ୍ଭାରଙ୍କ ନେତୃତ୍ୱରେ ଗୁରୁଜୀ ବୀରଭଦ୍ର ସା, ସରୋଜ କୁମାର ସୁନାନୀ, ସୁନେଶ୍ୱର ପୁଞ୍ଜି, କ୍ଷୀରାଦ୍ରି ସୁନାନୀ, ବେଣୁଧର ନିଆଲ, ହିମାଂଶୁ ବିଶି, ହେମାନନ୍ଦ ହଂସ, ଦୁମେରାମତି ଗହୀର, ଗୁରୁମା ପ୍ୟାରୀ ସା ଓ ମୀନା କୁମାରୀ ନାଗଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅକ୍ଳେଶ ପାଣ୍ଡେ ଏବଂ ଗୁରୁଜୀ ବୀରଭଦ୍ର ସା ଧନ୍ୟବାଦ ଅର୍ପଣ କରିଥିଲେ।
ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଏହି ଜନ୍ମାଷ୍ଟମୀ ଉତ୍ସବ କେବଳ ଏକ ପର୍ବ ପାଳନରେ ସୀମିତ ରହିନଥିଲା; ବରଂ ଭକ୍ତିରୁ ସଂସ୍କାର, ସଂସ୍କାରରୁ ମାନବିକତା ଏବଂ ମାନବିକତାରୁ ଏକ ସୁନ୍ଦର ସମାଜ ଗଠନର ଏକ ଅର୍ଥପୂର୍ଣ୍ଣ ବାର୍ତ୍ତା ଦେଇଯାଇଥିଲା। ଶ୍ରୀକୃଷ୍ଣଙ୍କ ଆଦର୍ଶରେ ଆମ ନୂଆପିଢ଼ି ଜ୍ଞାନୀ, ସଂସ୍କାରୀ, ଦାୟିତ୍ୱବାନ ଓ ମାନବିକ ହୋଇ ଗଢ଼ିଉଠୁ—ଏହି ଥିଲା ସମଗ୍ର ଆୟୋଜନର ମୂଳ ଆହ୍ୱାନ।


News Comment




Photo in News

Advertisment
Lastest News
  ଜିଲ୍ଲା  
କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ   04-Sep-2026
  ଜିଲ୍ଲା  
*ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ*   04-Sep-2026
  ଜିଲ୍ଲା  
ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   04-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା*   04-Sep-2026
  ଜିଲ୍ଲା  
ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ♦️ଦଳଗତ  ଜୁନିଅର ବାଳକ ବିଭାଗ ରେ ଉତ୍ତରାଖଣ୍ଡ ଚାମ୍ପିୟନ,  ଓଡିଶା ହେଲା ରନର୍ସ ଅପ   04-Sep-2026
  ଜିଲ୍ଲା  
*ବାର୍ଷିକ ବ୍ୟାବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ ୨୦୨୬ ଆୟୋଜିତ*   04-Sep-2026
  ରାଜ୍ୟ  
ନୂଆଁଖାଇ ପୂର୍ବରୁ ଜନ୍ମାଷ୍ଟମୀରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, DBT ମାଧ୍ୟମରେ ସିଧାସଳଖ ଆକାଉଣ୍ଟକୁ ଗଲା ସହାୟତା ରାଶି   04-Sep-2026
  ଜିଲ୍ଲା  
*ଯୋଗାଣ ଵିଭାଗ ର ପ୍ରତିଷ୍ଠା ଦିଵସ ପାଳନ*- *ଶ୍ରେଷ୍ଠ କର୍ମଚାରୀ ଭାବେ ସମ୍ବର୍ଧିତ ହେଲେ ଏଜ୍ରି ଦଳ ବେହେରା*   04-Sep-2026
  ଜିଲ୍ଲା  
ଲୋଇସିଂହା କଲେଜ ରେ ମାନସିକ ପରିଚାଳନା କାର୍ଯ୍ୟକ୍ରମ   04-Sep-2026
  ଜିଲ୍ଲା  
କଟକ ମହାନଗର ନିଗମ ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ଅକାଳ ବିୟୋଗ   04-Sep-2026
  ଜିଲ୍ଲା  
ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   03-Sep-2026
  ଜିଲ୍ଲା  
ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   03-Sep-2026

You Might Also Like