-+91-9937148622 |
prerana_bgr@rediffmail.com |
Wednesday 21st October 2026 |
R.N.I. Regd No. ODIODI/2010/46693
Breaking News
03-Sep-2026
ବଲାଙ୍ଗୀର(ପ୍ରେରଣା ଖବର): ଶୈକ୍ଷିକ ଅଗ୍ରଗତି ପାଇଁ ଶିକ୍ଷା କ୍ଷେତ୍ରରେ ନୂତନ ପଦକ୍ଷେପ ଗ୍ରହଣ କରିଥିବାରୁ ଜାତୀୟ ଶୈକ୍ଷିକ ଯୋଜନା ଓ ପ୍ରଶାସନ ବିଶ୍ୱବିଦ୍ୟାଳୟ (ଏନଆଇଇପିଏ) ଦିଲ୍ଲୀ ତରଫରୁ ସମ୍ବଲପୁର ଜିଲ୍ଲା ଧନକଉଡ଼l ବ୍ଲକ ର ପୂର୍ବତନ ଗୋଷ୍ଠୀ ଶିକ୍ଷl ଅଧିକାରୀ ତଥା ବର୍ତମାନ ବଲାଙ୍ଗୀର ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ (ଏଡ଼ିଇଓ)ଙ୍କୁ ଶିକ୍ଷା ବର୍ଷ ୨୦୨୪-୨୫ ପାଇଁ ଜାତୀୟ ପୁରସ୍କାରରେ ସମ୍ମାନୀତ କରାଯାଇଛି।ଏକ ଆଡ଼ମ୍ବରପୂର୍ଣ୍ଣ ଉତ୍ସବରେ ନୂଆଦିଲ୍ଲୀର ଏନଆଇଇପିଏ ଅଡ଼ିଟୋରିଅମ ଠାରେ ମାନ୍ୟବର ରାଜ୍ୟସଭା ସାଂସଦ ବିନୋଦ ଶ୍ରୀଧର ତାୱାଡେ ସେବାଶ୍ରୀ ଭୋଇଙ୍କୁ ଜାତୀୟ ସମ୍ମାନ ପ୍ରଦାନ କରିଛନ୍ତି।ଦେଶର ବିଭିନ୍ନ ପ୍ରଦେଶ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ନୋମିନେସନ ଗୁଡିକୁ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଜାତୀୟ ଶୈକ୍ଷିକ ଯୋଜନା ଓ ପ୍ରଶାସନ ବିଶ୍ବବିଦ୍ୟାଳୟ (ଏନଆଇଇପିଏ) ଜାତୀୟ ପୁରସ୍କାର ପାଇଁ ରାଜ୍ୟ
ସରକାରମାନଙ୍କଠାରୁ ଗ୍ରହଣ କରିଥିଲେ।ତନ୍ମଧ୍ୟରୁ ଅଠସ୍ତରୀ ଗୋଟି ନୋମିନେସନ୍କୁ ବହୁ ପରୀକ୍ଷା ନିରୀକ୍ଷା ପରେ ଚୁଡ଼ାନ୍ତ ପର୍ଯ୍ୟାୟକୁ ଉନ୍ନୀତ କରାଯାଇଥିଲା ଏବଂ ସେମାନଙ୍କୁ ତାଙ୍କର ଶିକ୍ଷାକ୍ଷେତ୍ରରେ ଆଣିଥିବା ନୂତନ ପ୍ରୟାସଗୁଡିକର ଉପସ୍ଥାପନା ପାଇଁ ଆମନ୍ତ୍ରଣ କରାଯାଇଥିଲା।ସମସ୍ତଙ୍କ ଉପସ୍ଥାପନା ପରେ ସେଥିମଧ୍ୟରୁ ଅତି ଉତ୍ତମ ଓ ଗୁଣବତ୍ତା ସଂପନ୍ନ ୬୯ ଗୋଟି ନୂତନ ପ୍ରୟାସକୁ ଜାତୀୟ ପୁରସ୍କାର ପାଇଁ ଚୟନ କରାଯାଇଥୁଲା।ଅନୁନ୍ନତ ତଥା ଶିକ୍ଷା କ୍ଷେତ୍ରରେ ଅନଗ୍ରସର ଧନକଉଡ଼l ବ୍ଲକ ରେ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଅଭିମୁଖୀ କରାଇ ପ୍ରାଥମିକ ଶିକ୍ଷା ସମାପନ ଦିଗରେ ଅଗ୍ରଣୀ ଭୂମିକା ଓ ଶିକ୍ଷାର ଉନ୍ନତି ଏବଂ ଅଭିବୃଦ୍ଧି ଦିଗରେ ଉଲ୍ଲେଖନୀୟ ଅବଦାନ ଏବଂ କାର୍ଯ୍ୟାବଳୀ ପାଇଁ ଶ୍ରୀମତୀ ଭୋଇଙ୍କୁ ସେପ୍ଟେମ୍ବର ୨ ଓ ୩ ତାରିଖରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।ଶିକ୍ଷାର ବିକାଶ କ୍ଷେତ୍ରରେ ବଲାଙ୍ଗୀର ଜିଲ୍ଲା ରେ କାର୍ଯ୍ୟରତ ଜଣେ ଶିକ୍ଷା ଅଧିକାରୀ ସମ୍ମାନ ପାଇଥବାରୁ ବଲାଙ୍ଗୀର ଶିକ୍ଷl ବିଭାଗ ଶୁଭେଚ୍ଛା ଜଣେଇଛନ୍ତି।