-+91-9937148622 |
prerana_bgr@rediffmail.com |
Monday 15th June 2026 |
R.N.I. Regd No. ODIODI/2010/46693
Breaking News
21-Jan-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୋନପୁର ଗାନ୍ଧୀ ଷ୍ଟାଡିୟମ୍ ଠାରେ ୩୫ ତମ ସର୍ବ ଭାରତୀୟ ଲାଲମନୀ କ୍ରିକେଟ୍ ଖେଳ କୁ ପାଟଣାଗଡ ବିଧାୟକ ସରୋଜ ମେହେର ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ଓ ଏଡିଏମ୍ ସୂର୍ଯ୍ୟ ନାରାୟଣ ଦାଶ ଯୋଗ ଦେଈ ଉଭୟେ ଜିଲ୍ଲାପାଳ ଓ ଏଡ଼ିଏମ୍ ବୋଲିଂ ବ୍ୟାଟିଂ କରି ଖେଳାଳୀ ଓ ଆୟୋଜକ ଙ୍କୁ ଉତ୍ସାହିତ କରିଥିଲେ l ପରେ ପରେ ଏସପି ଶ୍ରୀ ଅମରେଶ ପଣ୍ଡା , ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ ଯୋଗ ଦେଈ ପ୍ରଥମ ଇନିଂସ ର ପୁରା ଖେଳକୁ ଉପଭୋଗ କରିଥିଲେ l ଏବଂ ଆସନ୍ତା ୨୮ ତାରିଖ ରେ ଏହି ଲାଲ ମନି ପଡ଼ିଆ ରେ କ୍ରିକେଟ୍ କମିଟି ଓ ପୋଲିସ୍ ପ୍ରଶାସନ ର ମିଳିତ ସହଯୋଗ ରେ ଏକ ମେଗା ରକ୍ତ ଦାନ ଶିବିର ଆୟୋଜନ କରିବାକୁ ଓ ସମସ୍ତ ସହଯୋଗ କରିବlକୁ ଏସପି ଶ୍ରୀ ପଣ୍ଡା ଘୋଷଣା କରିଥିଲେ l ପ୍ରଥମ ୨୦ ଓଭର ମ୍ୟlଚ ରେ ଖୋର୍ଦ୍ଧା ଦଳ କୁ ହରାଇ ସୁନ୍ଦରଗଡ଼ ନବ ଜୀବନ କ୍ରିକେଟ୍ କ୍ଲବ୍ ବିଜୟୀ ହୋଇଛି l ଏବଂ ଦ୍ବିତୀୟ ଟି ଟେନ ମ୍ୟାଚ୍ ରେ ମଧ୍ଯ ଖୋର୍ଦ୍ଧା ଜିଲ୍ଲା କ୍ରିକେଟ୍ ଆସୋ ସିଏସନ୍ ଦଳ ପ୍ରଥମେ ବ୍ୟାଟିଂ କରି ସୁନ୍ଦରଗଡ ଦଳକୁ ମାତ୍ର ୩୭ ରନ୍ ଟାର୍ଗେଟ ଦେଇଥିଲେ l କିନ୍ତୁ ସୁନ୍ଦର ଗଡ଼ ଦଳ ମାତ୍ର ବିନା ୱିକେଟ୍ ରେ ୩ ଓଭର ରେ ଏହି ମ୍ୟାଚ୍ ବିଜୟୀ ହୋଇଛି l ଆଜିର ଏହି ଉଦ୍ଘଟାନି ସଭାରେ ଜିଲ୍ଲା କ୍ରିକେଟ୍ ସଂଘ ସଭାପତି ରାମ ଶଙ୍କର ସାହୁ, ସମ୍ପାଦକ ପ୍ରଦୀପ ସେଠି ଙ୍କ ସମେତ ଜିଲ୍ଲା କ୍ରିକେଟ୍ ସଂଘ ର ସମସ୍ତ କର୍ମକର୍ତା ସାମିଲ ଥିଲେ l ବି ଏସ ରାଓ ଖେଳ ର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିଲେ l ପ୍ରଥମ ଥର ପାଇଁ ଏବର୍ଷ ଖେଳ ପଡ଼ିଆ ରେ ଲlଲମନି ଓ ପଣ୍ଡା ଆସୋସିଏଟ କ୍ରି- କ୍ରିଏଟିଭ ପକ୍ଷ ରୁ ପ୍ରେସ ଓ ବିରଷ୍ଠ ନାଗରିକ ଙ୍କ ପାଇଁ ଏକ ସ୍ବତନ୍ତ୍ର ଗ୍ୟାଲେରୀ ର ବ୍ୟବସ୍ଥl ହୋଇଛି l ଦଶ ହଜାର ରୁ ଉର୍ଦ୍ଧ୍ବ ଦର୍ଶକ ଆଜି ଏହି ନୂତନ ସବୁଜ ପଡ଼ିଆ ର ଖେଳ କୁ ଉପଭୋଗ କରି ଖୁବ୍ ମଜା ନେଇଥିଲେ l