-+91-9937148622 |
prerana_bgr@rediffmail.com |
Monday 15th June 2026 |
R.N.I. Regd No. ODIODI/2010/46693
Breaking News
21-Jan-2024
କଲାହାଣ୍ଡି /ନର୍ଲା ( ଦିପକ ସାହୁ )
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ର ରୁପ୍ରାରୋଡ଼ ଠାରେ ଶାନ୍ତି କୁଞ୍ଜ ହରିଦ୍ଵାର ତଥା ଗାୟତ୍ରୀ ଶକ୍ତିପୀଠ,ରପ୍ରାରୋଡ଼ର ତତ୍ତ୍ୱାବଧାନରେ ଫେବୃଆରୀ ୨୧ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ନାରୀ ସଶକ୍ତିକରଣ ରାଷ୍ଟ୍ର ଜାଗରଣ ୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଉପଲକ୍ଷେ ଦେବ ଦମ୍ପତି ସମ୍ମିଳନୀ ତଥା ଭୂମି ପୂଜନ କାର୍ଯ୍ୟକ୍ରମ ୨୧ ତାରିଖ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୦୮ରୁ ଉର୍ଦ୍ଧ୍ବ ଦମ୍ପତି ତଥା ଅଞ୍ଚଳର ବୁଦ୍ଧିଜୀବୀ ଓ ଶ୍ରଦ୍ଧାଳୁ ଭାଗ ନେଇଥିଲେ। କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ଅଶୋକ ପେଣ୍ଠୋଇ । କଳାହାଣ୍ଡି ଜିଲ୍ଲା ସଂଯୋଜକ ତପନ ସାହୁ,ଉପଯୋନ୍ ସଂଯୋଜକ କେତନ ସିଂ ବାରିକ୍, ବ୍ଲକ୍ ସଂଯୋଜକ ଅନୀଲ ଅଗ୍ରୱାଲ,ଚକ୍ଷୁ ବିଶେଷଜ୍ଞ ଡା ମମତା ଶର୍ମା,ଡା ସତ୍ୟ ପ୍ରକାଶ,ସୁବାସ ଅଗ୍ରୱାଲ ତଥା ଯଜ୍ଞ କମିଟୀର ସମସ୍ତ ସଦସ୍ୟ ସଦସ୍ୟା ଭାଗ ନେଇଥିଲେ।ଶ୍ରୀ ସାଗରମଲ୍ ଅଗ୍ରୱାଲ ମୁଖ୍ୟ ଯଜମାନ ଭାବରେ ଭୂମି ପୂଜନ କରିଥିଲେ।ଶ୍ରୀ ପେଣ୍ଠୋଇ ପରିବାର ନିର୍ମାଣ ଉପରେ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଥିଲେ।ବ୍ରହ୍ମବାଦିନୀ ଭଉଣୀ ପୂର୍ଣ୍ଣିମା ନାଏକ୍ ଏବଂ ରେବତୀ ନାଏକ୍ ବୈଦିକ ମନ୍ତ୍ର ଗୁଡ଼ିକୁ ସୁଲଳିତ କଣ୍ଠରେ ଗାନ କରିଥିଲେ।ରୁପ୍ରାରୋଡ଼ ଗ୍ରାମବାସୀ ତଥା ବରଗାଁ ,ବିଲାଟ,ଲାଖଗୁଡ଼ା, ବଲବସପୁର,ଫଲସାପଡ଼ା, ଭୀମକେଲା, କାଣ୍ଡେଲ ଆଦି ଗାଁର ଅନେକ ଦମ୍ପତିଙ୍କର ଉପସ୍ଥିତି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲା।