-+91-9937148622 |
prerana_bgr@rediffmail.com |
Tuesday 16th June 2026 |
R.N.I. Regd No. ODIODI/2010/46693
Breaking News
21-Jan-2024
ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ ): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭୁସଲାଡ ଭୀମଭୋଇ ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟ ସ୍ତରୀୟ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ମିଶ୍ରଙ୍କ ସଭାପତିତ୍ବ ରେ ବହୁ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇ ଯାଇଅଛି। ମାଁ ବାଗଦେବୀ ସରସ୍ଵତୀ ଦେବୀଙ୍କ ଫଟୋଚିତ୍ର ରେ ମୁଖ୍ୟ ଅତିଥି ସମ୍ବାଦ ପ୍ରତିନିଧି ଅନିଲ କୁମାର ତ୍ରିପାଠୀ ପୁଷ୍ପମାଲ୍ୟ ଅର୍ପଣ କରିବାସହ ଫିତା କାଟି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ପ୍ରଚଣ୍ଡ ସାହୁ ଭାଷା ସାହିତ୍ୟ ଓ ସୃଜନଶୀଳତା ଉପରେ ବିସ୍ତାର ଭାବେ ବୁଝାଇଥିଲେ । ସମ୍ମାନିତ ଅତିଥି ଭାବେ ଭୁସଲାଡ ସରପଞ୍ଚ ଦୀପକ ଛୁରା , ମୋ ସ୍କୁଲ ଅଭିଯାନର ସଭାପତି ଯୁବରାଜ ବେହେରା,
ପରିଚାଳନା ସମିତି ସଭାପତି ନବିନ ଭୋଇ , ଶିକ୍ଷାବିତ ଅର୍ଜୁନ ପୁଟେଲ , ଯୁଧିଷ୍ଠିର ବେହେରା , ଶିକ୍ଷାବିତ ତୁଳସୀ ରାମ ବେହେରା ପ୍ରମୁଖ ମଞ୍ଚାସିନ ହୋଇଥିବା ବେଳେ ଶିକ୍ଷକ ଜଗଦାନନ୍ଦ ମୁଣ୍ଡ , କବିରାଜ ସାହୁ, ଲଛମନ ସାହୁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଜିଜ୍ଞାସା କ୍ଲବ , କ୍ରିଡାଙ୍ଗନ କ୍ଲବ , କୋଶଲି କ୍ଲବ ଓ ସାହିତ୍ୟ ସୃଜନୀ କ୍ଲବ କରି ପ୍ରାଚୀର ପତ୍ରିକା , ମୋକଥା ମୋ କାହାଣୀ ପୁସ୍ତିକା , ସ୍କ୍ରେଚ ଭିଡିଓ ତଥା ବିଭିନ୍ନ ଖେଳର ଉପାଦେୟତା ବିଷୟରେ ବୁଝାଇଥିଲେ ।ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପସ୍ଥିତ ସମସ୍ତଙ୍କୁ ମନମୁଗ୍ଧ କରିଥିଲା । ଶେଷରେ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।