-+91-9937148622 |
prerana_bgr@rediffmail.com |
Monday 15th June 2026 |
R.N.I. Regd No. ODIODI/2010/46693
Breaking News
15-Jun-2026
ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର)
କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ଆଟିଗାଁ ପଞ୍ଚାୟତର ଚଚରଗୁଡା ଗ୍ରାମର ସଦନ ଭତ୍ରାଙ୍କ ଝିଅ ଚନ୍ଦ୍ରା ଭତ୍ରା (୨୧)ଙ୍କୁ ଗତ ରବିବାର ରାତିରେ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।ଘଟଣା ସମ୍ପର୍କରେ ଖବର ପାଇ କୋଡ଼ିଙ୍ଗା ପୋଲିସ ତୁରନ୍ତି ଘଟଣାସୁଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପରିବାର ଲୋକଙ୍କ ଅଭିଯୋଗ ହେଉଛି ଯେ ଯୁବତୀଙ୍କୁ ପ୍ରଥମେ ଦୁଷ୍କର୍ମ କରାଯାଇଛି ଏବଂ ପରେ ହତ୍ୟା କରାଯାଇଛି।ପୋଲିସର ପ୍ରାରମ୍ଭିକ ତଦନ୍ତ ଜାରି ରହିଛି ଏବଂ ସାଧାରଣରେ ଚର୍ଚ୍ଚା ହେଉଛି ଯେ, ଦୁଷ୍କର୍ମ ଓ ହତ୍ୟା ପଛରେ କିଏ ଏବଂ କାହିଁକି ଏପରି ଘଟଣା ଘଟିଛି, ତାହା ପୋଲିସ ତଦନ୍ତ ପରେ ହିଁ
ସତ୍ୟାସତ୍ୟ ସାମନା କୁ ଆସିବ