-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ବିକାଶ ନେଇ ବୁଦ୍ଧିଜୀବୀଙ୍କ ସହ ବିଧାୟକ କଳିକେଶଙ୍କ ଆଲୋଚନା

15-Jun-2026



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ସହରରେ ଅନେକଗୁଡିଏ ବିକାଶପ୍ରକଲ୍ପ ହାତକୁ ନିଆଯାଇଛି । ସେଥିରୁ ଚଳିତବର୍ଷ ସହରର ୧୧ଟି ବନ୍ଧକଟାର ପୁନଃରୁଦ୍ଧାର କାମ ପ୍ରାୟ ସରିବା ଉପରେ ରହିଛି। ମୁଖ୍ୟତଃ ପଙ୍କୋଦ୍ଧାର କାମ ସଫଳରୂପେ ସମ୍ପନ୍ନ ହୋଇଛି। ଆଗକୁ ସୌନ୍ଦର୍ଯ୍ୟକରଣ କାମ କରାଯିବ । ତେଣୁ ବଲାଙ୍ଗୀର ସହରର ବୁଦ୍ଧିଜୀବୀଙ୍କୁ ଡାକି ଆଜି ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ଓ ପୌରାଧ୍ୟକ୍ଷା ଲିକା ସାହୁ ଆଲୋଚନା କରିଛନ୍ତି । ଆଜି ସଂଧ୍ୟାରେ କଚେରୀଛକରେ ନିର୍ମିତ ଟ୍ରାଫିକ ଷ୍ଟାଣ୍ଡିଂସେଡର ଉଦଘାଟନ ପରେ ଐତିହାସିକ କରଙ୍ଗାକଟାଠାରେ ଆୟୋଜିତ ଏହି ବୈଠକରେ ସହରର ବିଭିନ୍ନ ବିକାଶ ପ୍ରକଲ୍ପନେଇ ଆଲୋଚନା 

ହୋଇଥିଲା। ବିଧାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଆମେ ନିର୍ବାଚନ ସମୟରେ ଲୋକଙ୍କୁ ଦେଇଥିବା ପ୍ରତୃଶୃତି ମୁତାବକ କାମ କରିଚାଲିଛୁ। ଏଥିରେ ବଲାଙ୍ଗୀରବାସୀଙ୍କର ସବୁବେଳେ ସହଯୋଗ ରହିଆସିଛି। ବର୍ତ୍ତମାନ ଚାଲିଥିବା ବନ୍ଧକଟାର ପୁନଃରୁଦ୍ଧାର କାମକୁ ବ୍ୟକ୍ତିଗତ ଭାବରେ ଅନେକ ବୁଦ୍ଧିଜୀବୀ ଓ ସଂଗଠନ ବୁଲି ଦେଖିସାରିଥିବା କହିଥିଲେ ଓ କାମକୁ ସନ୍ତୋଷ ବ୍ୟକ୍ତ କରିଥିଲେ। ବହୁବର୍ଷ ପରେ ଏକାଥରକୁ ବଲାଙ୍ଗୀର ସହରର ୧୧ଟି ବନ୍ଧର ପୁନଃରୁଦ୍ଧାର କାମକୁ କରାଇ ବଲାଙ୍ଗୀର ପୌରପାଳିକା ସଫଳ କରାଇଛି ତେଣୁ ସେମାନେ ଧନ୍ୟବାଦର ପାତ୍ର ବୋଲି ବଲାଙ୍ଗୀର ନାଗରିକ କମିଟିର ସଭାପତି ଡ.ଶ୍ରୀକର ମିଶ୍ର କହିଥିଲେ। ବରିଷ୍ଠ ନାଗରିକ ପଦ୍ମଲୋଚନ ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ ବନ୍ଧକାମ ଗୁଡିକୁ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହି ପ୍ରଶଂସା କରିବା ସହିତ ଏହାର ସଠିକ ପରିଚାଳନା ଓ ବନ୍ଧଗୁଡିକର ସ୍ୱଚ୍ଛତା ଉପରେ ଆଲୋକପାତ କରିଥିଲେ। ପ୍ରଶାସନ ତତ୍ପରତାର ସହିତ ପଦକ୍ଷେପ ନେଇ କାର୍ଯ୍ୟକରିବାକୁ ସେ ପରାମର୍ଶ ଦେଇଥିଲେ । ନବକୃଷ୍ଣ ସାହୁ ବନ୍ଧଆଡି ଗୁଡିକରେ ନିଶାଖୋରଙ୍କ ଆଡ୍ଡାଜମୁଥିବାରୁ ଲୋକଙ୍କ ସୁରକ୍ଷାକୁ ନେଇ ଆଶଂକା ରହୁଛି। ଏହା ସହିତ ଲୋକମାନେ ପୂଜାସାମଗ୍ରୀ ଆଣି ଯେଭଳି ବନ୍ଧରେ ଫୋପାଡିବେ ନାହିଁ ସେଥିପାଇଁ ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ସାହୁ କହିଥିଲେ। ବରିଷ୍ଠ ନାଗରିକମଞ୍ଚର ପ୍ରଭାକର ମିଶ୍ର ତାଙ୍କ ବକ୍ତବ୍ୟରେ ବିଧାୟକଙ୍କ ଉଦ୍ୟମରେ ବରିଷ୍ଠ ନାଗରିକ ମାନଙ୍କୁ ଏକ ସୁବିଧାକେନ୍ଦ୍ର ନିର୍ମାଣ ଚାଲିଥିବା କହିଥିବା ବେଳେ ବଲାଙ୍ଗୀରବାସୀ ସବୁବେଳେ ବିକାଶ ପ୍ରକଲ୍ପକାମଗୁଡିକୁ ସହଯୋଗ କରିବେ ବୋଲି କହିଥିଲେ ।

ରାମନାରାୟଣ ପାଢୀ, ପ୍ରଭାସ ପାଣିଗ୍ରାହୀଙ୍କ ସମେତ ଅନ୍ୟାନ୍ୟ ବୁଦ୍ଧିଜୀବୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ପ୍ରତ୍ୟେକ ବନ୍ଧରେ ଟୟଲେଟର ବ୍ୟବସ୍ଥା କରିବାକୁ କହିଥିଲେ। ଶେଷରେ କପଳେଶ୍ୱର ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ବୈଠକରେ ସଦର ବ୍ଲକର ଅଧ୍ୟକ୍ଷା ସରିତା ବାଗ, କାଉନସିଲର ଶମ୍ଭୁ ନାଗ, ସରିତା ଦାସ, ନନ୍ଦନୀ ପୋଢ, ସନ୍ତୋଷିନୀ କୁଅଁର, ଗଙ୍ଗାଧର ଚାନ୍ଦ, ଶତୃଘ୍ନ ନାଗଙ୍କ ସମେତ ଅନ୍ୟାନ୍ୟ କାଉନସିଲର,ଡ.ଶିବପ୍ରସାଦ ନନ୍ଦ, ପ୍ରିୟବ୍ରତ ବହିଦାର, ବିଜେଡି ଦଳର ବିଧୁଭୂଷଣ ତ୍ରୀପାଠୀ, ସ୍ୱେଚ୍ଛସେବୀ ସଂଗଠନର ଗୋବିନ୍ଦ ଶତପଥି ପ୍ରମୁଖଙ୍କ ଶତାଧିକ ଲୋକ ଉପସ୍ଥିତ ରହିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026

You Might Also Like