-+91-9937148622 |

prerana_bgr@rediffmail.com |

  Tuesday 16th June 2026 |

| | | |

R.N.I. Regd No. ODIODI/2010/46693

Breaking News

କଣ୍ଟାବାଞ୍ଜି ବିଧାୟକଙ୍କ ଦ୍ୱାରା ଆଦିବାସୀଙ୍କୁ ଅପଶବ୍ଦ ପ୍ରୟୋଗକୁ ବିରୋଧ କରି ବଙ୍ଗୋମୁଣ୍ଡା ଥାନାରେ ଏତଲା    (15-Jun-2026)       ||      ବଲାଙ୍ଗୀର ବିକାଶ ନେଇ ବୁଦ୍ଧିଜୀବୀଙ୍କ ସହ ବିଧାୟକ କଳିକେଶଙ୍କ ଆଲୋଚନା   (15-Jun-2026)       ||      ପାଣି ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ ଉଦ୍ୟମ ପଣ୍ଡ ଗଞ୍ଜେଇ ସହ ଟ୍ରାକ୍ଟର ଜବତ, ଚାଳକ ଗିରଫ    (15-Jun-2026)       ||      *କୋଷାଗୁମୁଡ଼ାରେ ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା ଅଭିଯୋଗ, ପୋଲିସର ତଦନୁ ଜାରି*   (15-Jun-2026)       ||      ଏସ୍. ଏନ୍. କ୍ଲାସେସ୍ ର ଗ୍ରୀଷ୍ମକାଳୀନ ଉଜ୍ଜାପନି ଉତ୍ସବ ପାଳିତ   (15-Jun-2026)       ||      ସ୍ବଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ସ୍ୱଚ୍ଛତା ଅଭିଯାନ କାର୍ଯ୍ଯ କ୍ରମ   (15-Jun-2026)       ||      ବଲାଙ୍ଗିରରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ନାଗରିକ କମିଟୀର ଦାବୀପତ୍ର ପ୍ରଦାନ   (15-Jun-2026)       ||      ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡା ର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ    (15-Jun-2026)       ||      ପୌର ନିଗମରେ ଇଂଜିନିୟର୍‌ଙ୍କ ବଦଳି ନାହିଁ ଇଂଜିନିୟରିଂ ବିଭାଗରେ ୩୦ ବର୍ଷ ଧରି କାମ କରୁଛନ୍ତି l   (15-Jun-2026)       ||      ରାଜେନ୍ଦ୍ର ଡ୍ୟାମର ବିକାଶପାଇଁ ବିଧାୟକଙ୍କୁ ଭେଟିଲେ ପ୍ରତିନିଧିଦଳ   (15-Jun-2026)       ||      ତାଳପଦରରେ ଥମୁନି ଚୋରି: ବାରମ୍ବାର ଘଟଣା ସତ୍ତ୍ୱେ ଚୋରଙ୍କୁ ଧରିବାରେ ବିଫଳ ବିଜେପୁର ପୋଲିସ !   (15-Jun-2026)       ||      ପଶ୍ଚିମ ଓଡିଶା ଗୀତିକାର ସଂଘ ଦ୍ୱିତୀୟ ଵୈଠକ ଅନୁଷ୍ଠିତ ~~~~~~~~~~~~~ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ    (15-Jun-2026)       ||      ପଟ୍ଟାମୁଣ୍ଡାଇରେ ବରାହ ସାମଲଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି   (15-Jun-2026)       ||      ଗତିରାଉତପାଟଣାରେ ବହୁମୁଖୀ ଷ୍ଟାଡିୟମର ଶିଳାନ୍ୟାସ|   (15-Jun-2026)       ||      ଏକ ମାସ ହେଲା ଠିକାଦାର ରାସ୍ତା ମଝିରେ ଖୋଳି ଛାଡ଼ି ଛୁ, ସାଧାରଣ ଲୋକ ଖାଲରେ ପଡି ମଲେକେତେ ଗଲେ କେତେ ଗେଲ୍ ଇଣ୍ଡିଆର ଯାଏ ଆସେ କଣ ।   (15-Jun-2026)       ||      ମାହେଶ୍ୱରୀ ସଂଗଠନର ବାର୍ଷିକ ଉତ୍ସବ   (15-Jun-2026)       ||      *କନ୍ୟାଶ୍ରମ ନିକଟରେ ୨ବାଇକ ଧକା ଜଣେ ଗୁରୂତର ୪ଆହତ*   (15-Jun-2026)       ||      ବାରପାଳି ୨୨ ମୌଜାର ଇଷ୍ଟଦେବତା ଶ୍ରୀ ଶ୍ରୀ ବୁଢାରାଜାଙ୍କ ମନ୍ଦିରର ମୁଖ୍ୟ ପୂଜକ ଭାବେ ଅଭିଷିକ୍ତ ହେଲେ ଶ୍ରୀଯୁକ୍ତ ହେରାମ୍ବ ସିଂ ପୁଝାରୀ   (15-Jun-2026)       ||      ଚାଉଳିଆଗଞ୍ଜ ଖେଳ ପଡ଼ିଆରେ ରଜ ମହୋତ୍ସବ ଉଦ୍‌ଘାଟିତ |   (15-Jun-2026)       ||      ୱାଇ.ସି. ଡି.ଏ ଦ୍ଵାରା ଆଠଗାଁ ଗ୍ରାମ ରେ ଶିଶୁ ସ୍ବାସ୍ଥ୍ୟ ମେଳା ଏବଂ ରଜ ଉତ୍ସବ,   (14-Jun-2026)       ||     

HOME   ଜିଲ୍ଲା

ସମ୍ବଲପୁର ରେମେଡ଼‘ଋଣ ମେଳା’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

20-Jan-2024



 

 

 

ସମ୍ବଲପୁର-ରେମେଡ଼. (ସଞ୍ଜିବପାଣିଗ୍ରାହୀ) – ଶ୍ରୀରାମ ବାନରସେନା ମାଧ୍ୟମରେ ଅଧର୍ମ ବିରୁଦ୍ଧରେ ଧର୍ମର ବିଜୟ ପାଇଁ ରାମସେତୁ ନିର୍ମାଣ କରାଇଥିଲେ । ସେହିପରି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଦାରିଦ୍ର୍ୟକୁ ହ୍ରାସ କରି ଲୋକ ମାନଙ୍କୁ ଆତ୍ମନିର୍ଭର କରିବା ସହ ସେମାନଙ୍କୁ ସ୍ୱାଭିମାନୀ କରିବା ପାଇଁ ବଜ୍ର ପ୍ରତିଜ୍ଞା କରିଛନ୍ତି ବୋଲି ଶନିବାର ସମ୍ବଲପୁର ଜିଲ୍ଲା ରେମେଡ଼ ଛକ ଠାରେ ହିତାଧିକାରୀଙ୍କୁ କମ ସୁଧରେ ଋଣ ଦେବା ପାଇଁ ଆୟୋଜିତ ଋଣ ମେଳା ‘କ୍ରେଡିଟ୍ ଆଉଟରିଚ୍ କାର୍ଯ୍ୟକ୍ରମ’ରେ ଯୋଗ ଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

 

ମୋଦି ସରକାରରେ ରିଟେଲ ଲୋନ, ଜନଧନ, ମୁଦ୍ରା, ଷ୍ଟାଣ୍ଡ୍ ଅପ୍, ପିଏମ୍ ସ୍ୱନିଧି ଓ  ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ କମ ସୁଧରେ ଋଣ ପ୍ରଦାନ କରିବା ଭଳି ଏନଆରଏଲଏମ ଭଳି ବିଭିନ୍ନ ଯୋଜନାରେ ନାଗରିକଙ୍କୁ ଋଣ ପ୍ରଦାନ କରାଯାଇ ସଶକ୍ତ ଓ ସ୍ୱାବଲମ୍ବୀ କରାଯାଉଛି । କିଷାନ କ୍ରେଡିଟ୍ କାର୍ଡରେ କୃଷି ଋଣ ସମେତ ମତ୍ସ୍ୟଚାଷ ଓ କୁକୁଡା ପାଳନ ପାଇଁ ଋଣ ଉପଲବ୍ଧ କରାଯିବାର ଯୋଜନା ଫଳରେ ଚାଷୀମାନେ ଉପକୃତ ହେଉଛନ୍ତି । ଆଜି ଋଣ ସମ୍ପ୍ରସାରଣ ମେଳା ମାଧ୍ୟରେ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ପ୍ରାୟ ୭୦ ହଜାର ୬୮୯ ଜଣ ହିତାଧିକାରୀଙ୍କୁ ୨୨୮୯ କୋଟି ଟଙ୍କାର ବିଭିନ୍ନ ଋଣ ଓ ସହାୟତା ପ୍ରଦାନ କରାଯାଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ  କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥ ରାଷ୍ଟ୍ର ମନ୍ତ୍ରୀ   ଏବଂ ବ୍ୟାଙ୍କ୍ ସମୂହକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।  

 

ମୋଦି ସରକାରରେ ଗରିବ, ପଛୁଆ ଓ ବଞ୍ଚିତ ଲୋକମାନଙ୍କୁ ବିଶେଷ ପ୍ରାଧାନ୍ୟ ଦିଆଯଇଛି । ଭାରତକୁ ଆତ୍ମନିର୍ଭର ଭାରତ ପାଇଁ ହେଲେ ବଟମ ଅଫ୍ ପିରାମିଡ ତଥା ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକମାନଙ୍କ ଦାୟିତ୍ୱ ନେବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଜ୍ଞା କରିଛନ୍ତି । ଓଡ଼ିଶାରେ ପୂର୍ବରୁ ୧୦୦ ଟଙ୍କା ଜମା କଲେ ୩୦ ରୁ ୩୫ ପ୍ରତିଶତ ଋଣ ଦିଆଯାଉଥିଲା । ମୋଦି ସରକାରରେ ୧୦୦ ଟଙ୍କା ଜମା ମୂଲ୍ୟରେ ହାରାହାରି ୬୧ ପ୍ରତିଶତ ଋଣ ଦିଆଯାଉଛି । ମୋଦି ସରକାରଙ୍କ ସଫଳ ନୀତି ଓ କଲ୍ୟାଣକାରୀ ଯୋଜନା କାରଣରୁ ଦେଶର ୨୪.୮ କୋଟି ଏବଂ ଓଡ଼ିଶାର ପ୍ରାୟ ୧ କୋଟି ଲୋକ ଦ୍ରାରିଦ୍ରରୁ ମୁକ୍ତ ହୋଇ ବିକାଶ ସହ ଯୋଡ଼ି ହୋଇଛନ୍ତି ।  

 

ପୂର୍ବରୁ ଓଡ଼ିଶାରେ ଋଣ ସହାୟତା ୬୭ ହଜାର କୋଟି ଟଙ୍କା ଥିବା ବେଳେ ମୋଦି ସରକାରରେ ଏହା ତିନି ଗୁଣା ବୃଦ୍ଧି ପାଇ ୨ ଲକ୍ଷ ୧୪ କୋଟି ଟଙ୍କାରେ ପହଞ୍ଚିଛି । ଓଡ଼ିଶାରେ ୨୦୧୪  ପର୍ଯ୍ୟନ୍ତ ଓଡ଼ିଶାରେ ୪୩୩୮ଟି ବ୍ୟଙ୍କ୍ ଥିଲା । ଏବେ ଓଡ଼ିଶାରେ ବିଗତ ୧୦ ବର୍ଷ ଭିତରେ ୧୫୦୦ରୁ ଅଧିକ ବ୍ୟାଙ୍କ୍ ସୃଷ୍ଟି ହୋଇଛି । ଓଡ଼ିଶାରେ ୬ ହଜାର ୬୦ ବ୍ୟଙ୍କ ଖାଖା  ହୋଇଛି । ୭,୩୮୦ ଭାରତୀୟ ଡାକ ପେମେଣ୍ଟ ବ୍ୟାଙ୍କ ଶାଖା ଅଛି । ୪୮,୯୨୩ ବ୍ୟାଙ୍କ ମିତ୍ର ଗାଁରେ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନରେ ଗରିବ, ମହିଳା, ଚାଷୀ ଓ ଯୁବକଙ୍କ ସମେତ କୌଳିକ ବୃତ୍ତିଧାରୀମାନଙ୍କୁ ସ୍ୱଳ୍ପ ସୁଧରେ ଋଣ ସହାୟତା ଦିଆଯାଉଥିବା ଦ୍ୱାରା ସେମାନେ ଆତ୍ମନିର୍ଭର ହେଉଛନ୍ତି । ସମ୍ପନ୍ନତା ଆସିଲେ ସ୍ୱାଭିମାନ ଆସେ । ସ୍ୱାଭିମାନ ଆସିଲେ ସ୍ୱରାଜ୍ୟ ଆସେ । ସ୍ୱରାଜ୍ୟକୁ ହିଁ ରାମ ରାଜ୍ୟ କୁହାଯାଏ । ସମାଜରେ ସନ୍ତୁଳିତ ବିକାଶ ଆଣିବା ପାଇଁ ମୋଦି ସରକାର ବଦ୍ଧପରକର । 

 

ଆଇଆଇମ୍ ସମ୍ବଲପୁରରେ ଭାରତର ସର୍ବପ୍ରଥମ ‘କ୍ରାଫ୍ଟ ଇନକ୍ୟୁବେସନ ସେଣ୍ଟର’ର ଲୋକାର୍ପଣ କରିଥିଲେ କେନ୍ଦ୍ରମନ୍ତ୍ରୀ । ବୟନଶିଳ୍ପରେ କାମ କରୁଥିବା ମାତୃଶକ୍ତି ମାନଙ୍କୁ ଏହି କେନ୍ଦ୍ରରେ ପ୍ରଶିକ୍ଷଣ ଦିଆଯିବା ସହ ସାର୍ଟିଫିକେଟ୍ ପ୍ରଦାନ କରାଯିବ । ଆଜିର ଏହି ବ୍ୟବସ୍ଥା ସମ୍ବଲପୁର ସମେତ ଆଖପାଖ ଅଞ୍ଚଳର ମହିଳା ବୁଣାକାରଙ୍କୁ ଦକ୍ଷ କରିବା ଦିଗରେ ଏକ ପ୍ରମୁଖ ମାଧ୍ୟମ ହେବ । ବୁଣାକାର ଆଗକୁ ଗଲେ ହିଁ ଅଞ୍ଚଳ ବିକଶିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । 

ଏହି ଋଣ ମେଳାରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ,ଦେବଗଡ଼ ବିଧାୟକ ସୁବାଷ ପାଣିଗ୍ରାହୀ, ରେଙ୍ଗାଲି ବିଧାୟକ ନାଉରି ନାୟକ ଙ୍କ ସହ ଅଧିକାରୀ ଗଣ ସହିତ ଗଣମାଧ୍ୟମ ବନ୍ଧୁ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଣ୍ଟାବାଞ୍ଜି ବିଧାୟକଙ୍କ ଦ୍ୱାରା ଆଦିବାସୀଙ୍କୁ ଅପଶବ୍ଦ ପ୍ରୟୋଗକୁ ବିରୋଧ କରି ବଙ୍ଗୋମୁଣ୍ଡା ଥାନାରେ ଏତଲା   15-Jun-2026
  ଜିଲ୍ଲା  
ବଲାଙ୍ଗୀର ବିକାଶ ନେଇ ବୁଦ୍ଧିଜୀବୀଙ୍କ ସହ ବିଧାୟକ କଳିକେଶଙ୍କ ଆଲୋଚନା   15-Jun-2026
  ଜିଲ୍ଲା  
ପାଣି ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ ଉଦ୍ୟମ ପଣ୍ଡ ଗଞ୍ଜେଇ ସହ ଟ୍ରାକ୍ଟର ଜବତ, ଚାଳକ ଗିରଫ   15-Jun-2026
  ଜିଲ୍ଲା  
*କୋଷାଗୁମୁଡ଼ାରେ ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା ଅଭିଯୋଗ, ପୋଲିସର ତଦନୁ ଜାରି*   15-Jun-2026
  ଜିଲ୍ଲା  
ଏସ୍. ଏନ୍. କ୍ଲାସେସ୍ ର ଗ୍ରୀଷ୍ମକାଳୀନ ଉଜ୍ଜାପନି ଉତ୍ସବ ପାଳିତ   15-Jun-2026
  ଜିଲ୍ଲା  
ସ୍ବଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ସ୍ୱଚ୍ଛତା ଅଭିଯାନ କାର୍ଯ୍ଯ କ୍ରମ   15-Jun-2026
  ଜିଲ୍ଲା  
ବଲାଙ୍ଗିରରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ନାଗରିକ କମିଟୀର ଦାବୀପତ୍ର ପ୍ରଦାନ   15-Jun-2026
  ଜିଲ୍ଲା  
ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡା ର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ   15-Jun-2026
  ଜିଲ୍ଲା  
ପୌର ନିଗମରେ ଇଂଜିନିୟର୍‌ଙ୍କ ବଦଳି ନାହିଁ ଇଂଜିନିୟରିଂ ବିଭାଗରେ ୩୦ ବର୍ଷ ଧରି କାମ କରୁଛନ୍ତି l   15-Jun-2026
  ଜିଲ୍ଲା  
ରାଜେନ୍ଦ୍ର ଡ୍ୟାମର ବିକାଶପାଇଁ ବିଧାୟକଙ୍କୁ ଭେଟିଲେ ପ୍ରତିନିଧିଦଳ   15-Jun-2026
  ଜିଲ୍ଲା  
ତାଳପଦରରେ ଥମୁନି ଚୋରି: ବାରମ୍ବାର ଘଟଣା ସତ୍ତ୍ୱେ ଚୋରଙ୍କୁ ଧରିବାରେ ବିଫଳ ବିଜେପୁର ପୋଲିସ !   15-Jun-2026
  ଜିଲ୍ଲା  
ପଶ୍ଚିମ ଓଡିଶା ଗୀତିକାର ସଂଘ ଦ୍ୱିତୀୟ ଵୈଠକ ଅନୁଷ୍ଠିତ ~~~~~~~~~~~~~ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ   15-Jun-2026

You Might Also Like