-+91-9937148622 |

prerana_bgr@rediffmail.com |

  Tuesday 16th June 2026 |

| | | |

R.N.I. Regd No. ODIODI/2010/46693

Breaking News

କଣ୍ଟାବାଞ୍ଜି ବିଧାୟକଙ୍କ ଦ୍ୱାରା ଆଦିବାସୀଙ୍କୁ ଅପଶବ୍ଦ ପ୍ରୟୋଗକୁ ବିରୋଧ କରି ବଙ୍ଗୋମୁଣ୍ଡା ଥାନାରେ ଏତଲା    (15-Jun-2026)       ||      ବଲାଙ୍ଗୀର ବିକାଶ ନେଇ ବୁଦ୍ଧିଜୀବୀଙ୍କ ସହ ବିଧାୟକ କଳିକେଶଙ୍କ ଆଲୋଚନା   (15-Jun-2026)       ||      ପାଣି ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ ଉଦ୍ୟମ ପଣ୍ଡ ଗଞ୍ଜେଇ ସହ ଟ୍ରାକ୍ଟର ଜବତ, ଚାଳକ ଗିରଫ    (15-Jun-2026)       ||      *କୋଷାଗୁମୁଡ଼ାରେ ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା ଅଭିଯୋଗ, ପୋଲିସର ତଦନୁ ଜାରି*   (15-Jun-2026)       ||      ଏସ୍. ଏନ୍. କ୍ଲାସେସ୍ ର ଗ୍ରୀଷ୍ମକାଳୀନ ଉଜ୍ଜାପନି ଉତ୍ସବ ପାଳିତ   (15-Jun-2026)       ||      ସ୍ବଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ସ୍ୱଚ୍ଛତା ଅଭିଯାନ କାର୍ଯ୍ଯ କ୍ରମ   (15-Jun-2026)       ||      ବଲାଙ୍ଗିରରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ନାଗରିକ କମିଟୀର ଦାବୀପତ୍ର ପ୍ରଦାନ   (15-Jun-2026)       ||      ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡା ର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ    (15-Jun-2026)       ||      ପୌର ନିଗମରେ ଇଂଜିନିୟର୍‌ଙ୍କ ବଦଳି ନାହିଁ ଇଂଜିନିୟରିଂ ବିଭାଗରେ ୩୦ ବର୍ଷ ଧରି କାମ କରୁଛନ୍ତି l   (15-Jun-2026)       ||      ରାଜେନ୍ଦ୍ର ଡ୍ୟାମର ବିକାଶପାଇଁ ବିଧାୟକଙ୍କୁ ଭେଟିଲେ ପ୍ରତିନିଧିଦଳ   (15-Jun-2026)       ||      ତାଳପଦରରେ ଥମୁନି ଚୋରି: ବାରମ୍ବାର ଘଟଣା ସତ୍ତ୍ୱେ ଚୋରଙ୍କୁ ଧରିବାରେ ବିଫଳ ବିଜେପୁର ପୋଲିସ !   (15-Jun-2026)       ||      ପଶ୍ଚିମ ଓଡିଶା ଗୀତିକାର ସଂଘ ଦ୍ୱିତୀୟ ଵୈଠକ ଅନୁଷ୍ଠିତ ~~~~~~~~~~~~~ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ    (15-Jun-2026)       ||      ପଟ୍ଟାମୁଣ୍ଡାଇରେ ବରାହ ସାମଲଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି   (15-Jun-2026)       ||      ଗତିରାଉତପାଟଣାରେ ବହୁମୁଖୀ ଷ୍ଟାଡିୟମର ଶିଳାନ୍ୟାସ|   (15-Jun-2026)       ||      ଏକ ମାସ ହେଲା ଠିକାଦାର ରାସ୍ତା ମଝିରେ ଖୋଳି ଛାଡ଼ି ଛୁ, ସାଧାରଣ ଲୋକ ଖାଲରେ ପଡି ମଲେକେତେ ଗଲେ କେତେ ଗେଲ୍ ଇଣ୍ଡିଆର ଯାଏ ଆସେ କଣ ।   (15-Jun-2026)       ||      ମାହେଶ୍ୱରୀ ସଂଗଠନର ବାର୍ଷିକ ଉତ୍ସବ   (15-Jun-2026)       ||      *କନ୍ୟାଶ୍ରମ ନିକଟରେ ୨ବାଇକ ଧକା ଜଣେ ଗୁରୂତର ୪ଆହତ*   (15-Jun-2026)       ||      ବାରପାଳି ୨୨ ମୌଜାର ଇଷ୍ଟଦେବତା ଶ୍ରୀ ଶ୍ରୀ ବୁଢାରାଜାଙ୍କ ମନ୍ଦିରର ମୁଖ୍ୟ ପୂଜକ ଭାବେ ଅଭିଷିକ୍ତ ହେଲେ ଶ୍ରୀଯୁକ୍ତ ହେରାମ୍ବ ସିଂ ପୁଝାରୀ   (15-Jun-2026)       ||      ଚାଉଳିଆଗଞ୍ଜ ଖେଳ ପଡ଼ିଆରେ ରଜ ମହୋତ୍ସବ ଉଦ୍‌ଘାଟିତ |   (15-Jun-2026)       ||      ୱାଇ.ସି. ଡି.ଏ ଦ୍ଵାରା ଆଠଗାଁ ଗ୍ରାମ ରେ ଶିଶୁ ସ୍ବାସ୍ଥ୍ୟ ମେଳା ଏବଂ ରଜ ଉତ୍ସବ,   (14-Jun-2026)       ||     

HOME   ଜିଲ୍ଲା

ହତ୍ୟାକରି ପାଣିରେ ଫିଙ୍ଗାଯାଇଥିବା ଓ ପ୍ଳୀହାରେ ଆଘାତ ସତ୍ତ୍ୱେ ତଦନ୍ତରେ ଉଦାସୀନତା, ହିକୁଡିଫାଣ୍ଡିର ହୋମ୍ ଗାର୍ଡ ଓ କନେଷ୍ଟବଳ ପ୍ରତି ଅଙ୍ଗୁଳିନିର୍ଦ୍ଦେଶ ! ସ୍ଵାମୀ ସ୍ତ୍ରୀ ବିବାଦର ସମାଧାନ ଆଳରେ ମରଣାନ୍ତକ ମାଡ ଯୋଗୁଁ ମୃତ୍ୟୁ ସନ୍ଦେହ

21-Jan-2024



ସୋନପୁର(ମଳୟ ମିଶ୍ରଙ୍କ ରିପୋର୍ଟ)  ଗତ ନଭେମ୍ବର ୨୨ ତାରିଖ ସନ୍ଧ୍ୟାରେ ନିଜ ବାଇକ୍ ରେ କାହାର ଫୋନ୍ ଡାକରାରେ ଘରୁ ବାହାରିଥିବା ବୀରମହାରାଜପୁର ଥାନା ହିକୁଡି ଫାଣ୍ଡି କେଶଲପୁରା ଗ୍ରାମର ଜଣେ ଶିକ୍ଷକ ଲୋକନାଥ ନାଏକ (୩୮)ଙ୍କ ମୃତଦେହ ସୋନପୁର ଥାନା ଅନ୍ତର୍ଗତ ମହାନଦୀ ବିଜୁସେତୁ ନିକଟସ୍ଥ ପ୍ରାୟ ବେକେ ପାଣିରେ ଭାସୁଥିବା ଅବସ୍ଥାରେ ପରଦିନ ସୋନପୁର ପୁଲିସ୍ ଉଦ୍ଧାର କରିଥିଲା । ସ୍ଥାନୀୟ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବଟିର ବ୍ୟବଚ୍ଛେଦ କରାଯାଇଥିଲା । ଗତ ଡିସେମ୍ବର ୧୨ ତାରିଖରେ ଘରଲୋକଙ୍କୁ ଶବବ୍ୟବଚ୍ଛେଦ ରିପୋର୍ଟ ହସ୍ତାନ୍ତର କରାଯାଇଛି । ଏଥିରେ ମୃତ୍ୟୁର କାରଣ ଉଲ୍ଲେଖ କରାଯାଇ ନଥିବା ବେଳେ ଭିସେରା ବା ଫୋରେନସିକ୍ ପରୀକ୍ଷା ପାଇଁ ପଠାଯିବାକୁ ସଂରକ୍ଷିତ କରାଯାଇ ରଖାଯାଇଥିଲେ ହେଁ , ଅଦ୍ୟାବଧି ପ୍ରାୟ ୨ ମାସ ହେବ ପଠାଯାଇ ନାହିଁ  ! ତେବେ ଶବ ବ୍ୟବଚ୍ଛେଦ 

କରିଥିବା ଡାକ୍ତର ଡା.କୃତ୍ତିବାସ ସୁବୁଦ୍ଧିଙ୍କ ଠାରୁ ପ୍ରକାଶ ଯେ ମୃତକଙ୍କ ଦେହରେ କୌଣସି ପ୍ରକାର ଆଘାତର ଚିହ୍ନବର୍ଣ୍ଣ ରହି ନଥିବା ବେଳେ ଭିତରେ ପ୍ଳୀହାରେ ଆଘାତ ହୋଇଛି । ଏହା କୌଣସି ବାହାରୁ ଜୋର୍ ଆଘାତ ଦ୍ବାରା ହୋଇଥାଇପାରେ । ତେବେ ସେ ସେତେବେଳେ ପ୍ୟାଣ୍ଟ୍ ସାର୍ଟ ଗେଞ୍ଜି ଚଡି ଓ ସୁଇଟର ଇତ୍ୟାଦି ମୋଟା କପଡା ପିନ୍ଧିଥିବାରୁ ଦେହ ଉପରେ ଚିହ୍ନ ଥାଇ ନପାରେ। ସେ ଯାହାହେଉ , ଭିସେରା ରିପୋର୍ଟ ଆସିଲେ, ମୃତ୍ୟୁର କାରଣ ବା ସବୁ ସ୍ପଷ୍ଟ ହେଇଯିବ । ତେବେ ତାଙ୍କର ମୃତ୍ୟୁ ପାଣିରେ ବୁଡିବା ପରେ ହୋଇ ନଥିବାରୁ ସେ ନିଜେ ଆତ୍ମହତ୍ୟା କରିଥିବା ସମ୍ଭବ ନୁହେଁ ଓ ତାଙ୍କୁ ମରାଯାଇ ପାଣିରେ ଫିଙ୍ଗିଦିଆ ଯାଇଥିବା ଖୁବ୍ ସମ୍ଭବ ବୋଲି ଏକ ଅନୌପଚାରିକ ଆଲୋଚନାରେ ଡା. ସୁବୁଦ୍ଧି ସୂଚନା ଦେଇଛନ୍ତି 

ଅପରତଃ ଜଣେ ସୁସ୍ଥସବଳ ଯୁବକ ନିଜେ ବାଇକ୍ ଚଳାଇ ଘରୁ ପ୍ରାୟ ଆଠ/ ଦଶ କିମି ଆସିବା ପରେ ପରଦିନ ଯେଉଁଠୁ ତାଙ୍କର ମୃତଦେହ ଭାସୁଥିଲା, ସେଠାକୁ ବାଲିଆଣିବାକୁ ଟ୍ରାକ୍ଟରଯିବାର  ଆଣ୍ଠୁଏ ଖାଲଖମା ଓ ପଥର ଥିବା ସହ ଶୀତରାତିରେ ଜଣେ ବେକେପାଣିକୁ ନିଜେ ପଶିଯିବା ସ୍ବାଭାବିକ ଲାଗୁନାହିଁ । ସେଠାରେ ନଈପାଣିର ଧାରର ସୁଅ ମଧ୍ୟ ନାହିଁ, ଯୋଉପଟୁ ଶବଟି ଭାସି ଆସିଥିବ ! ଏଣୁ ତାଙ୍କ ମୃତଦେହକୁ ନିଆଯାଇ ସେଠାରେ ଫିଙ୍ଗିଦିଆଯିବା ସହ ତାଙ୍କ ବାଇକ୍ ଟିକୁ ମଧ୍ୟ ନିଆଯାଇ ପାଖ ବାଲିରେ ପକାଇ ଦିଆଯାଇଛି ବୋଲି ଘରଲୋକଙ୍କ ସନ୍ଦେହରୁ ପ୍ରକାଶ । ଶବଉଦ୍ଧାର ସମୟରେ ତଦନ୍ତ ଦାବିକରି ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଥିଲା ।

ଆହୁରି ମଧ୍ୟ ସେ ଘରକୁ ଉକ୍ତଦିନ ରାତିରେ ନ ଫେରିବାରୁ ପରିବାରର ଲୋକେ  ତାଙ୍କୁ ଖୋଜାଖୋଜି କରିବା ସହ ଫୋନ୍ କୁ ଫୋନ୍ କରିବାରୁ ସେ ଶେଷରେ ଅସ୍ବାଭାବିକ କଣ୍ଠରେ ମହାନଦୀରେ ଥିବାକଥା ଅସ୍ପଷ୍ଟଭାବରେ କହିଥିଲେ ।  ତାଙ୍କ କଣ୍ଠସ୍ବର ପ୍ରଥମେ ମଦ ପିଇଲା ପରି, କାହାକୁ ରାଗିଲା ପରି, ବିକଳରେ କାନ୍ଦୁଥିବା ଓ ଶେଷଆଡକୁ 'ମରିଗଲି ...' ଇତ୍ୟାଦି ଜଣାପଡୁଛି । ତେବେ ଅଦ୍ୟାବଧି ପୁଲିସ୍ ତାଙ୍କର ମୋବାଇଲ୍ ଟିକୁ ଠାବ କରିପାରି ନଥିବା ବେଳେ, ତାହା ପରଦିନ ସକ୍ରିୟ ଥିବା, ଗତ ଡିସେମ୍ବର ୯ ତାରିଖରେ ହିକୁଡି ଫାଣ୍ଡି ଅଧିକାରୀ ଓ ଜଣେ କନେଷ୍ଟବଳ ତାଙ୍କ ଘରକୁ ଯାଇ ଫୋନ୍ ଟି ଅନ୍ୟଜଣେ ଝିଅ ପାଖରେ ଥିବା ଓ ପରେ ଏ ସମ୍ପର୍କରେ ତଦନ୍ତକାରୀ ଅଧିକାରୀମାନେ ପଚରାଉଚୁରା କରିବାରୁ ମାନୁ ନଥିବା ଓ ଜାଣିଶୁଣି ମୋବାଇଲ୍ ଟିକୁ ଲୁଚାଇ ରଖାଯାଇଥିବା ସହ ଶେଷୋକ୍ତ ସୂଚନାରୁ ତାହା ହିକୁଡି ଫାଣ୍ଡିର ଜଣେ ହୋମ୍ ଗାର୍ଡ ଓ କନେଷ୍ଟବଳଙ୍କ ପାଖରେ ରହିଥିବା ଖବର ମିଳୁଛି । ଏହା ସହିତ ମୃତକଙ୍କର ସିଡିଆର ବା କଲ୍ ରେକର୍ଡରେ ସେ ଘରଲୋକଙ୍କ ସହ କଥାବାର୍ତ୍ତା କରିଥିବାର ରେକର୍ଡ ଗାଏବ୍ ଥିବାରୁ ଘରଲୋକଙ୍କ ସନ୍ଦେହ ଆହୁରି ବୃଦ୍ଧି ପାଇଛି । 

ଉଲ୍ଲେଖନୀୟ ଯେ, ଗତ ୨୦୧୦ ବିବାହ ପରେ ସେମାନଙ୍କର ଦୁଇଟି ପୁଅଝିଅ ଅଛନ୍ତି । ଝିଅଟି ଭିନ୍ନକ୍ଷମ ଥିବାରୁ ପତ୍ନୀ ଭୁବନେଶ୍ବରରେ ଚିକିତ୍ସା ପାଇଁ ଝିଅ ସହ ରହିବା ମଧ୍ୟରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି ହୋଇଥିଲା ଓ ସେମାନଙ୍କ ବିବାଦ ଥାନାରେ ପହଞ୍ଚି ସେମାନେ ଏହାପରେ ସୋନପୁରରେ ଅଲଗା ରହୁଥିଲେ । ମୃତ୍ୟୁର ପ୍ରାୟ ଦୁଇମାସ ପୂର୍ବରୁ ପତ୍ନୀଙ୍କୁ ସେ ଘରକୁ ନେଇଥିଲେ ଓ ଦିନେ ଅଜଣାଲୋକଙ୍କ ବାଇକ୍ ରେ ବସି ପତ୍ନୀ ସୋନପୁରକୁ ପଳାଇଯାଇ ତାଙ୍କର ଜଣେ ଝିଆରୀ ସହ ରହୁଥିଲେ । ଝିଆରୀ ଜଣକ ଜଣେ ଜଣାଶୁଣା କ୍ରୀଡାବିତ୍ ଓ ସେମାନଙ୍କ ସହ ଜଣେ ନିକଟସମ୍ପର୍କୀୟ ଡାକ୍ତର ମଧ୍ୟ ସମ୍ପର୍କରେ ଥିଲେ । ଏମାନେ ବାରମ୍ବାର ସ୍ଥାନୀୟ ହିକୁଡି ଫାଣ୍ଡିକୁ ଆସୁଥିଲେ । ଫାଣ୍ଡିର ଜଣେ ହୋମ୍ ଗାର୍ଡଙ୍କ ଭୂମିକା ଓ ପରେ ଜଣେ କନେଷ୍ଟବଳଙ୍କ ଭୂମିକା ଏଥିରେ ସନ୍ଦେହ ଘେରରେ ରହିଛି ।  ସେମାନେ ବାରମ୍ବାର ମୃତଶିକ୍ଷକଙ୍କୁ ଫାଣ୍ଡିକୁ ସମାଧାନ ନିମନ୍ତେ ଡକାଉଥିବା ଓ ଶିକ୍ଷକ ଜଣକ ନିଖୋଜ୍ ହେବାଦିନ ସନ୍ଧ୍ୟାରେ ମଧ୍ୟ ତାଙ୍କର ଏହି ପାରିବାରିକ ବିବାଦର ସମାଧାନ ସକାଶେ ସେମାନଙ୍କୁ ଫାଣ୍ଡିକୁ ଡକାଯାଇଥିବା କୁହାଯାଉଛି । ଏପରିକି ସେଦିନ ସେଠାରେ ଉକ୍ତ ହୋମ୍ ଗାର୍ଡ, କନେଷ୍ଟବଳ, ପତ୍ନୀ, ଝିଆରୀ ଓ ଝିଆରୀକୁ ବିବାହ କରିବାକୁ ଚାହୁଁଥିବା ଡାକ୍ତର ପ୍ରମୁଖ ମିଶି କିଛି ଅଘଟଣ ଘଟାଇଥିବା ସନ୍ଦେହ କରି ମୃତକଙ୍କ ଭାଇ ଓ ପରିବାର ପକ୍ଷରୁ 'ମୋ ସରକାର' ବା ୫-ଟି ସମେତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ସମ୍ବଲପୁର ଆଇଜି, ସୁବର୍ଣ୍ଣପୁର ଏସ୍ ପି ଓ ସୋନପୁର ଆଇଆଇସିଙ୍କୁ ଉଚ୍ଚସ୍ତରୀୟ ତଦନ୍ତ ସକାଶେ ଲିଖିତ ଅଭିଯୋଗ କରାଯାଇଥିବା ପ୍ରକାଶ । ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏ ସମ୍ପର୍କରେ ବିସ୍ତୃତଭାବରେ ଅନୁସନ୍ଧାନମୂଳକ ଖବର ପ୍ରକାଶ ପାଇଆସୁଛି । କିଛିଦିନତଳେ ବୀରମହାରାଜପୁର ଠାରେ ଜନଶୁଣାଣୀ ଶିବିରରେ ପୁନଶ୍ଚ ପରିବାର ପକ୍ଷରୁ ଏହାର ତଦନ୍ତ ଦାବି କରିଛନ୍ତି । ଏସ୍ ପି ଙ୍କ ନିର୍ଦ୍ଦେଶକ୍ରମେ ପୁଣିଥରେ ସେମାନେ ଯାଇ ସୋନପୁର ଏସଡିପିଓଙ୍କୁ ମଧ୍ୟ ଭେଟି ଗୁହାରୀ କରିଥିବା ଜଣାଯାଇଛି ।

ଆଶ୍ଚର୍ଯ୍ୟ ଯେ ଏତେସବୁ ସତ୍ତ୍ୱେ ପୁଲିସ୍ ତଦନ୍ତରେ ଅହେତୁକ କାଳକ୍ଷେପଣ କରାଯାଇଆସୁଛି । ଏଣୁ ପରିବାର ପକ୍ଷରୁ ଶେଷରେ ବାଧ୍ୟହୋଇ ଆଇନଅଦାଲତର ଆଶ୍ରୟ ନିଆଯିବାକୁ ଉଦ୍ୟମ ଆରମ୍ଭ ହେଉଥିବା ଜଣାଯାଇଛି ।

ସ୍ଥାନୀୟ ଲୋକଙ୍କ ଚର୍ଚ୍ଚା ଓ ଆଲୋଚନାରୁ ପ୍ରକାଶ ଯେ, ସୋନପୁର ପୁଲିସ୍ ରେ କେତେକ ହୋମ୍ ଗାର୍ଡଙ୍କ ଉପଦ୍ରବ ବୃଦ୍ଧି ପାଇଛି । ଏହାପୂର୍ବରୁ ଜଣେ ମହିଳା ପୁଲିସ୍ ଅଧିକାରୀଙ୍କୁ ଅବୈଧ ପ୍ରେମନିବେଦନ କରିବାରୁ ମହାଦେବଙ୍କ ଷଣ୍ଢ ପାଲଟିଥିବା ଜଣେ କରିତ୍ କର୍ମା ହୋମ୍ ଗାର୍ଡଙ୍କ ବିରୁଦ୍ଧରେ ଅଭିଯୋଗ କରିବାରୁ ତାଙ୍କ ସ୍କୁଟିଟିକୁ ଗଞ୍ଜେଇ ଚୋରାଚାଲାଣରେ ଫସାଇ ତାଙ୍କୁ ମିଥ୍ୟାମାମଲାରେ ଜଡିତ କରାଇବାର ଅପଚେଷ୍ଟା କରି ଲୋକଲୋଚନକୁ ଆସିବା ଘଟଣାରେ ଉକ୍ତ ହୋମ୍ ଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିବା ଭଳି ଘଟଣା ମଧ୍ୟ ଘଟିଛି । ଏହି ଘଟଣାରେ ହତ୍ୟାର ଶିକାର ହୋଇଥିବା ଉକ୍ତ ମୃତଶିକ୍ଷକଙ୍କ ରିଲ୍ ଅଭିନେତ୍ରୀ ସୁନ୍ଦରୀ ପତ୍ନୀ ଓ ପର୍ବତାରୋହିଣୀ ଝିଆରୀଙ୍କ ପ୍ରତି ଆକୃଷ୍ଟ ହୋଇପଡିଥିବା ହିକୁଡି ଫାଣ୍ଡିର ଜଣେ ଦୀର୍ଘ ଦଶ ବର୍ଷଧରି ଅବସ୍ଥାପିତ ହୋମ୍ ଗାର୍ଡ, ପରେ ଏଣ୍ଟ୍ରି ମାରିଥିବା କନେଷ୍ଟବଳ ଏବଂ ସ୍ଥାନୀୟ ଗ୍ରାମବାସୀ ଜଣେ ରାଜନୈତିକ କୁଜିନେତା, ସ୍ଥାନୀୟ ପ୍ରେମିକ ଡାକ୍ତର ଓ ଅନ୍ୟମାନେ ଉକ୍ତଦିନ ଶିକ୍ଷକଙ୍କୁ ଫୋନ୍ ରେ ଡକାଇନେଇ ପିଟୁ ପିଟୁ ତଳିପେଟରେ ସୁଟ୍ ମାରି ମରଣାନ୍ତକ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଯିବାରୁ କେବେ ମଦପାଣି ନିଶା ସେବନ କରୁ ନଥିବା ଉକ୍ତ ଶିକ୍ଷକଙ୍କର ମୃତ୍ୟୁ ପରେ ନେଇ ଆରପଟ ନଦୀରେ ଅଳ୍ପପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ ଏହିପରି ବିଭାଗୀୟ ବିଳମ୍ବିତ ତଦନ୍ତ ଯୋଗୁଁ ବୃଦ୍ଧି ପାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଣ୍ଟାବାଞ୍ଜି ବିଧାୟକଙ୍କ ଦ୍ୱାରା ଆଦିବାସୀଙ୍କୁ ଅପଶବ୍ଦ ପ୍ରୟୋଗକୁ ବିରୋଧ କରି ବଙ୍ଗୋମୁଣ୍ଡା ଥାନାରେ ଏତଲା   15-Jun-2026
  ଜିଲ୍ଲା  
ବଲାଙ୍ଗୀର ବିକାଶ ନେଇ ବୁଦ୍ଧିଜୀବୀଙ୍କ ସହ ବିଧାୟକ କଳିକେଶଙ୍କ ଆଲୋଚନା   15-Jun-2026
  ଜିଲ୍ଲା  
ପାଣି ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ ଉଦ୍ୟମ ପଣ୍ଡ ଗଞ୍ଜେଇ ସହ ଟ୍ରାକ୍ଟର ଜବତ, ଚାଳକ ଗିରଫ   15-Jun-2026
  ଜିଲ୍ଲା  
*କୋଷାଗୁମୁଡ଼ାରେ ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା ଅଭିଯୋଗ, ପୋଲିସର ତଦନୁ ଜାରି*   15-Jun-2026
  ଜିଲ୍ଲା  
ଏସ୍. ଏନ୍. କ୍ଲାସେସ୍ ର ଗ୍ରୀଷ୍ମକାଳୀନ ଉଜ୍ଜାପନି ଉତ୍ସବ ପାଳିତ   15-Jun-2026
  ଜିଲ୍ଲା  
ସ୍ବଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ସ୍ୱଚ୍ଛତା ଅଭିଯାନ କାର୍ଯ୍ଯ କ୍ରମ   15-Jun-2026
  ଜିଲ୍ଲା  
ବଲାଙ୍ଗିରରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ନାଗରିକ କମିଟୀର ଦାବୀପତ୍ର ପ୍ରଦାନ   15-Jun-2026
  ଜିଲ୍ଲା  
ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡା ର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ   15-Jun-2026
  ଜିଲ୍ଲା  
ପୌର ନିଗମରେ ଇଂଜିନିୟର୍‌ଙ୍କ ବଦଳି ନାହିଁ ଇଂଜିନିୟରିଂ ବିଭାଗରେ ୩୦ ବର୍ଷ ଧରି କାମ କରୁଛନ୍ତି l   15-Jun-2026
  ଜିଲ୍ଲା  
ରାଜେନ୍ଦ୍ର ଡ୍ୟାମର ବିକାଶପାଇଁ ବିଧାୟକଙ୍କୁ ଭେଟିଲେ ପ୍ରତିନିଧିଦଳ   15-Jun-2026
  ଜିଲ୍ଲା  
ତାଳପଦରରେ ଥମୁନି ଚୋରି: ବାରମ୍ବାର ଘଟଣା ସତ୍ତ୍ୱେ ଚୋରଙ୍କୁ ଧରିବାରେ ବିଫଳ ବିଜେପୁର ପୋଲିସ !   15-Jun-2026
  ଜିଲ୍ଲା  
ପଶ୍ଚିମ ଓଡିଶା ଗୀତିକାର ସଂଘ ଦ୍ୱିତୀୟ ଵୈଠକ ଅନୁଷ୍ଠିତ ~~~~~~~~~~~~~ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ   15-Jun-2026

You Might Also Like